Clinical data | |
---|---|
Trade names | Voxzogo |
Synonyms | BMN-111 |
AHFS/Drugs.com | monograph |
data |
|
Pregnancy category | |
Routes of administration | Subcutaneous injection |
Legal status | |
Legal status | |
Chemical and physical data | |
Formula | C176H290N56O51S3 |
Molar mass | ୪,୧୦୨.୭୮ g·mol−1 |
3D model (JSmol) | |
| |
|
ଭୋସୋରିଟାଇଡ, ଭକ୍ସଜୋଗୋରେ ବିକ୍ରୟ ନାମ, ହେଉଛି ଆକଣ୍ଡ୍ରୋପ୍ଲାସିଆ (ଡାର୍ଫିଜିମ୍) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୩] [୨] ନିର୍ଦ୍ଦିଷ୍ଟ ଭାବରେ ଏହା ସେହିମାନଙ୍କ ପାଇଁ ବ୍ୟବହୃତ ହୁଏ ଯେଉଁମାନେ ଅତି କମରେ ଦୁଇରୁ ପାଞ୍ଚ ବର୍ଷ ବୟସ୍କ ହୋଇଥାଆନ୍ତି ଏବଂ ତଥାପି ବୃଦ୍ଧି ଚାଲିଥାଏ । [୨] [୩] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଫୁଲା, ଲାଲ ରଙ୍ଗ, ଗଲୁ, ଯନ୍ତ୍ରଣା, ବାନ୍ତି ଏବଂ ନିମ୍ନ ରକ୍ତଚାପ ହୋଇପାରେ । [୩] [୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଏକ ନାଟ୍ରିୟୁରେଟିକ ପେପ୍ଟାଇଡ ରିସେପ୍ଟର-ବି ନାମକ ଏକ ନିର୍ଦ୍ଦିଷ୍ଟ ରିସେପ୍ଟର ସହିତ ସହିତ ବନ୍ଧନ ଯୁକ୍ତ ହୋଇ କାର୍ଯ୍ୟକ୍ଷମ ହୁଏ ଯାହା ଏଫଜିଏଫଆର୩ (FGFR3)କୁ ହ୍ରାସ କରିବା ଫଳରେ ହାଡ଼ର ବୃଦ୍ଧି ହୁଏ । [୨]
୨୦୨୧ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭୋସୋରିଟାଇଡ ଅନୁମୋଦିତ ହୋଇଥିଲା ।[୨] [୩] ଫ୍ରାନ୍ସରେ ୨୦୨୨ ସୁଦ୍ଧା ଏହି ଔଷଧ ନିମନ୍ତେ ବାର୍ଷିକ ପ୍ରାୟ ୨୬୦,୦୦୦€ (ଫରାସୀ ମୁଦ୍ରା) ଖର୍ଚ୍ଚ ହୁଏ ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୩୦,୦୦୦ ଡଲାର ଅଟେ ।[୬]