ଗୁରୁ ମଙ୍ଗେଇ ଗମାଙ୍ଗ | |
---|---|
![]() ପଣ୍ଡିତ ଶବର ମଙ୍ଗେଇ ଗମାଙ୍ଗ | |
ଜନ୍ମ | |
ମୃତ୍ୟୁ | ୧୯ ଜୁଲାଇ ୧୯୮୦ | (ବୟସ ୬୪)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସଉରା ଲିପିର ଉଦ୍ଭାବକ |
ମଙ୍ଗେଇ ଗମାଙ୍ଗ (୧୬ ଜୁନ ୧୯୧୬–୧୯ ଜୁଲାଇ ୧୯୮୦) ଜଣେ ଭାରତୀୟ ଲିପିବିତ୍ ତଥା କବି ଓ ଆୟୁର୍ବେଦିକ ଚିକିତ୍ସକ ଥିଲେ । ସେ ସଉରା ଲିପି "ସୋରାଙ୍ଗ ସୋମପେଙ୍ଗ" ର ଉଦ୍ଭାବକ ଭାବେ ଜଣାଶୁଣା ।[୧][୨][୩][୪][୫] ସେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପୁରସ୍କୃତ ହୋଇଥିଲେ ।[୬]
ମଙ୍ଗେଇ ଗମାଙ୍ଗ ଓଡ଼ିଶାର ରାୟଗଡ଼ା ଜିଲ୍ଲାସ୍ଥିତ ମରିଚଗୁଡ଼ା ଗ୍ରାମରେ ୧୯୧୬ ଜୁନ୍ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୭] ୧୯୮୦ ଜୁଲାଇ ୧୯ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[୬]
ସଉରା ଲିପି ଉଦ୍ଭାବନ ପାଇଁ ମରିଚଗୁଡା ଗ୍ରାମ ସନ୍ନିକଟ ପାହାଡରେ ଥିବା ମାତ୍ତାରବ୍ନମ୍ ମନ୍ଦିର ଥିଲା ତାଙ୍କର କର୍ମଭୂମି । ଲୋକକଥା ଅନୁସାରେ ସେ ସ୍ୱପ୍ନରେ ସଉରା ଲିପି ସୋରାଙ୍ଗ ସୋମପେଙ୍ଗ[୮] ୧୯୩୬ ଜୁନ ୧୮ରେ ଦେଖିଲେ ।[୯][୧୦] ଏହାପରେ ୧୯୬୬ ମସିହାରେ ସେ ଲିପିଟିର ବିକାଶ କରି ତାହାକୁ ପ୍ରକାଶ କରିଥିଲେ ।[୧୧][୧୨] । ଏହାର ପ୍ରଚାର ଓ ପ୍ରସାର ନିମିତ୍ତ ଗୁଣୁପୁର ନିକଟବର୍ତ୍ତୀ ପୂଠସାହିରେ ସେ ଏକ ଛାପାଖାନା ମଧ୍ୟ ପ୍ରତିଷ୍ଠା କରିଥିଲେ[୧୩][୧୪] ୨୦୨୦ରେ ସୋନି ସଲମା ପ୍ରିୟଦର୍ଶିନି ନାମ୍ନୀ ଜଣେ ଆଇ. ଆଇ. ଟି. ଛାତ୍ରୀ ସୋରାଙ୍ଗ ସୋମପେଙ୍ଗର ଡିଜିଟାଇଜେସନ କରିବାଦ୍ୱାରା କମ୍ପ୍ୟୁଟରରେ ଲିପି ବ୍ୟବହାର ସୁଗମ ହୋଇପାରିବ ବୋଲି ଆଶା କରାଯାଉଛି ।[୧୫]
{{cite journal}}
: Cite journal requires |journal=
(help)
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |