ମଧୁ ମଂସୁରୀ ହସମୁଖ | |
---|---|
ଜନ୍ମ | |
ବୃତ୍ତି(ସମୂହ) | କଣ୍ଠଶିଳ୍ପୀ, ଗୀତିକାର |
ବୈବାହିକ-ସାଥୀ | ସାମିଆ ଓରାଅନ୍ |
ପିତାମାତା | ଅବଦୁଲ ରହମାନ ସଂସୁରୀ (ବାପା) |
ପୁରସ୍କାର |
|
ମଧୁ ମଂସୁରୀ ହସମୁଖ (ଜନ୍ମ: ୧୯୪୮) ଜଣେ ଭାରତୀୟ କଣ୍ଠଶିଳ୍ପୀ ଏବଂ ଗୀତିକାର । ସେ ଝାଡ଼ଖଣ୍ଡ ବିଭାଜନ ସମୟରେ ଅନେକ ଗୀତ ଲେଖିଥିଲେ ଏବଂ ନିଜେ ତାକୁ ଗାଇଥିଲେ ।[୧][୨] ୨୦୧୧ ମସିହାରେ ଝାଡ଼ଖଣ୍ଡ ସରକାର ତାଙ୍କୁ ଝାଡ଼ଖଣ୍ଡ ରତ୍ନ ପୁରସ୍କାରରେ ସମ୍ମାନିତ କରିଥିଲେ ।[୩] ୨୦୨୦ ମସିହାରେ ଭାରତ ସରକାରଙ୍କ ତରଫରୁ ତାଙ୍କୁ କଳା ଏବଂ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।[୪]
ମଧୁ ୧୯୪୮ ମସିହାର ସେପ୍ଟେମ୍ବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ଅବିଭାଜିତ ବିହାରର ରାଞ୍ଜି ଜିଲ୍ଲାର ଶିମିଳିଆଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅବଦୁଲ ରହମାନ ସଂସୁରୀ ।[୫] ମଧୁଙ୍କ ଅନୁସାରେ ତାଙ୍କ ପରିବାର ଓରାଅନ୍ ସମ୍ପ୍ରଦାୟର ଥିଲେ ଏବଂ ପରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ । ସେ ସାମିଆ ଓରାଅନ୍ଙ୍କୁ ବିବାହ କରିଥିଲେ ।[୩]
ସେ ମେକନ୍ ଲିମିଟେଡ୍ କମ୍ପାନୀର ଜଣେ ଅପରେଟର୍ ଭାବରେ କାର୍ଯ୍ୟ କରୁଥିଲେ । ପିଲାଦିନରୁ ସେ ତାଙ୍କ ବାପାଙ୍କଠାରୁ ପାରମ୍ପାରିକ ସଙ୍ଗୀତ ଶିକ୍ଷା କରିଥିଲେ ଏବଂ ଛୋଟବେଳୁ ଗୀତ ଗାଉଥିଲେ । ୧୨ ବର୍ଷ ବୟସରେ ସେ ଏକ ମଞ୍ଚରେ ପ୍ରଥମକରି ଗୀତ ଗାଇଥିଲେ ।
ଝାଡ଼ଖଣ୍ଡ ସରକାର ତାଙ୍କୁ ଝାଡ଼ଖଣ୍ଡ ବିଭୂତି ପୁରସ୍କାରରେ ସମ୍ନାନିତ କରିଥିଲେ ।[୫] ୨୦୧୧ ମସିହାରେ, ଝାଡ଼ଖଣ୍ଡ ସରକାର ତାଙ୍କୁ ଝାଡ଼ଖଣ୍ଡ ରତ୍ନ ପୁରସ୍କାର ପ୍ରଦାନ କରିଥିଲେ ।[୩] ୨୦୨୦ ମସିହାରେ, ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ ।[୪]