ମନଜିତ କୌର , (ଜନ୍ମ ୪ ଏପ୍ରିଲ , 1982)୧୯୮୨ଜେନ ଭାରତୀୟ ମହିଳା ଆଥଲେଟ ଥିଲେ । ପଞ୍ଜାବ ରାଜ୍ୟରେ ଜନ୍ମିତ ମନଜିତଙ୍କ ସ୍ୱତନ୍ତ୍ରତା ଥିଲା ୪୦୦ ମିଟର ଦୌଡ ଓ ରିଲେ ରେଶ । ବର୍ତ୍ତମାନ ଥିବା ୪୦୦ ମିଟର ମହିଳା ଦୌଡରେ ଜାତୀୟ ରେକର୍ଡ ୫୧.୦୫ ସେକେଣ୍ଡରେ ତାଙ୍କ ନାମରେ ରହିଛି । ଏହି ରେକର୍ଡ ସେ ଚେନ୍ନଇଠାରେ ୨୦୦୪ [୧] ମସିହା ଜୁନ ୧୬ ତାରିଖରେ ଅନୁଷ୍ଠିତ ହେଇଥିବା ଜାତୀୟ ସର୍କିଟ ମିଟରେ ପ୍ରତିଷ୍ଠା କରିଥିଲେ । ତାଙ୍କ ପୂର୍ବରୁ ଏହି ରେକର୍ଡ ନଭେମ୍ବର ୨୦୦୧[୨] ମସିହାରେ ବିନାମୋଲଙ୍କ ନାମରେ ଥିଲା । ଏହା ଫଳରେ ସେ ୨୦୦୪ ଏଥେନ୍ସଠାରେ ହେବାକୁ ଥିବା ଅଲିମ୍ପିକ[୩] ପାଇଁ ଯୋଗ୍ୟତା ହାସଲ କରିଥିଲେ । ସେଥିରେ ସେ ପଦକ ପାଇନଥିଲେ । ତାଙ୍କ ନାମରେ ଜାତୀୟ ୪x୪୦୦ ମିଟରର ରିଲେ ରେସର ରେକର୍ଡ ମଧ୍ୟ ରହିଛି । ସେ ଏହା ଚିତ୍ରା ସୋମାନ , ରାଜବିନ୍ଦର କୌର ଓ ବିନାମୋଲଙ୍କ ସହ ଦୌଡି ହାସଲ କରିଥିଲେ । .[୪]
ଆଥେନ୍ସ ଅଲିମ୍ପିକରେ ସେ ରିଲେ ରେସରେ ପଦକ ପାଇ ନ ଥିଲେ ମଧ୍ୟ ଜାତୀୟ ରେକର୍ଡ ସମୟକୁ ଅତିକ୍ରମ କରିଥିଲେ । ସେଥିରେ ତାଙ୍କ ଦଳ ହିଟରେ ତୃତୀୟ ସ୍ଥାନ ପାଇଥିଲେ । ..[୫] ପରବର୍ତ୍ତୀ ଅଲିମ୍ପିକରେ ସେ ବେଜିଂଠାରେ ମଧ୍ୟ ଭାଗ ନେବାକୁ ଯୋଗ୍ୟତା ହାସଲ କରି ରିଲେ ରେସର ହିଟରେ ସପ୍ତମ ସ୍ଥାନ ପାଇଥିଲେ । ଏଥିରେ ତାଙ୍କ ସହ ମାନଦୀପ କୌର , ସାଥି ଗୀତା , ଓ ଚିତ୍ରା ସୁମନ ଦୌଡିଥିଲେ । [୬]
I୨୦୦୬ ମସିହାରେ ଦୋହାଠାରେ ହେଇଥିବା ଏସୀୟ କ୍ରୀଡ଼ାରେ ସେ ତାଙ୍କ ଦଳ ସହ ୪ x୪୦୦ ମହିଳା ରିଲେ ରେସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।ଏଥିରେ ବ୍ୟକ୍ତିଗତ ଦୌଡରେ ସେ ୪୦୦ ମିଟରରେ ରୌପ୍ୟ ପଦକ ହାସଲ କରିଥିଲେ । .[୭]
୨୦୧୦ ମସିହା କମନୱେଲ୍ଥ ଗେମରେ ସେ ମନଦୀପ କୌର ,ସାଇନି ଜୋସ ଓ ଅଶ୍ୱିନୀ ଆକୁଞ୍ଜିଙ୍କ ସହ ଦୌଡି ଭାରତ ପାଇଁ ୪ x ୪୦୦ ମିଟର ମହିଳା ରିଲେ ରେସରେ ସ୍ୱର୍ଣ୍ଣ ପଦକ ଆଣିଥିଲେ ।
ତାଙ୍କୁ ତାଙ୍କର କ୍ରୀଡ଼ା କ୍ଷେତ୍ରରେ ଉନ୍ନତ ଅବଦାନ ପାଇଁ ୨୦୦୬ ମସିହାରେ ହାରତ ସରକାରଙ୍କ ତରଫରୁ ଅର୍ଜୁନ ପୁରସ୍କାର ଦିଆ ଯାଇଥିଲା । ସେ ବର୍ତ୍ତମାନ ପଞ୍ଜାବ ପୋଲିସ ବାହିନୀରେ ଡେପୁଟି ସୁପରିନଟେନଣ୍ଡାନ୍ତ ଭାବରେ କାର୍ଯ୍ୟରତ ।