ମନମ୍ | |
---|---|
ନିର୍ଦ୍ଦେଶକ | ବିକ୍ରମ କୁମାର |
ପ୍ରଯୋଜକ | ଅକ୍କିନେନି ପରିବାର |
ଚିତ୍ରନାଟ୍ୟ | ବିକ୍ରମ କୁମାର |
କାହାଣୀ | ବିକ୍ରିମ କୁମାର |
କଳାକାର | ଅକ୍କିନେନି ନାଗେଶ୍ୱର ରାଓ ଅକ୍କିନେନି ନାଗାର୍ଜୁନ ଅକ୍କିନେନି ନାଗା ଚୈତନ୍ୟ ଶ୍ରୀୟା ଶରଣ ସାମନ୍ତା ଅକ୍କିନେନି |
ସଙ୍ଗୀତ | ଅନୁପ ରୁବେନ |
ଚିତ୍ରଗ୍ରହଣ | ପି. ଏସ୍. ବିନୋଦ |
ସମ୍ପାଦକ | ପ୍ରବୀଣ ପୁଡି |
Production company | ଅନ୍ନପୂର୍ଣ୍ଣ ଷ୍ଟୁଡିଓ |
ବିତରକ | ରିଲିଆନ୍ସ ଏଣ୍ଟରଟେନମେଣ୍ଟ |
ମୁକ୍ତିଲାଭ ତାରିଖ | 23 ମଇ 2014[୧] |
କଥାଚିତ୍ରର ସମୟ | ୧୫୦ ମିନିଟ୍ |
ଦେଶ | ଭାରତ |
ଭାଷା | ତେଲୁଗୁ |
ଖର୍ଚ୍ଚ | ![]() |
ମୋଟ ଆୟ | ![]() |
ମନମ, ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଏକ ତେଲୁଗୁ କଥାଚିତ୍ର । ଏହି କଥାଚିତ୍ରଟିର ରଚନା କରିଥିଲେ ବିକ୍ରମ କୁମାର ଏବଂ ଅକ୍କିନେନି ପରିବାରର ଅନ୍ନପୂର୍ଣ୍ଣ ଷ୍ଟୁଡିଓ ବ୍ୟାନରରେ ଏହି କଥାଚିତ୍ର ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅକ୍କିନେନି ପରିବାରର ନାଗାର୍ଜୁନ, ନାଗେଶ୍ୱର ରାଓ, ନାଗା ଚୈତନ୍ୟ ଓ ସାମନ୍ତା ଅଭିନୟ କରିଥିଲେ ଏବଂ ଅକ୍କିନେନି ପରିବାରର ଅନ୍ୟ ଦୁଇ ସଦସ୍ୟ ଅଖିଳ ଓ ଅମଲା ଅକ୍କିନେନି ଏହି କଥାଚିତ୍ରରେ ଅତିଥି କଳାକାର ଭାବରେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ଏହି କଥାଚିତ୍ରର ମୁଖ୍ୟ କଳାକାର ମଧ୍ୟରେ ଅନ୍ୟତମ ଅଭିନେତ୍ରୀ ଶ୍ରୀୟା ଶରଣ ଅଭିନୟ କରିଥିଲେ । ଅଖିଳ ଅକ୍କିନେନି ତେଲୁଗୁ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିବା ଆଗରୁ ଏହି କଥାଚିତ୍ର ଜରିଆରେ ଅତିଥି କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟି କଥାବସ୍ତୁ ପୁରୁତନ କାଳରୁ ବିଭିନ୍ନ ସମୟର କାହାଣୀକୁ ନେଇ ୨୦୧୩ ମସିହାଯାଏଁ ଗତିଶୀଳ । ଏହି କଥାଚିତ୍ରରେ ପୁନର୍ଜନ୍ମ ଏବଂ ଅମର ପ୍ରେମ କଥାକୁ ସ୍ଥାନିତ କରାଯାଇଛି । ଏହି କଥାଚିତ୍ର କାହାଣୀ ଅନୁସାରେ ନାଗେଶ୍ୱର ରାଓ ନାମକ ଜଣେ ଧନୀ ଉଦ୍ୟୋଗପତି ଦୁଇଜଣ ଯୁବ ପ୍ରେମୀଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଥିଲେ, ଯିଏକି ପୂର୍ବଜନ୍ମରେ ତାଙ୍କର ପିତାମାତା ଥିଲେ ଏବଂ ଜଣେ ବୟସ୍କ ଲୋକ ଚୈତନ୍ୟ ସେହି ଉଦ୍ୟୋଗପତି ଏବଂ ଜଣେ ହୃଦରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଥିଲେ, ଯେଉଁମାନେ ପୂର୍ବଜନ୍ମରେ ତାଙ୍କର ପିତାମାତା ଥିଲେ ।
ଏହି କଥାଚିତ୍ରଟି ୨୮ କୋଟି ବ୍ୟୟରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ହର୍ଷ ବର୍ଦ୍ଧନ । ଅନୁପ ରୁବେନ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟି ଅକ୍କିନେନି ନାଗେଶ୍ୱର ରାଓଙ୍କର ଶେଷ କଥାଚିତ୍ର ଥିଲା, ଯିଏକି ଏହି ଫିଲ୍ମର କାର୍ଯ୍ୟ ଚାଲୁଥିବାବେଳେ ହିଁ ୨୨ ଜାନୁଆରୀ ୨୦୧୪ରେ ମୃତ୍ୟୁବରଣ କରିଥିଲେ । ଏହି କଥାଚିତ୍ରଟିର ଅକ୍କିନେନି ପରିବାର ତରଫରୁ ନାଗେଶ୍ୱର ରାଓଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସ୍ୱରୂପ ଥିଲା, ଯାହାକି ୨୩ ମଇ ୨୦୧୪ରେ ମୁକ୍ତିଲାଭ କରିଥିଲା ।
ଏହି କଥାଚିତ୍ରଟି ପ୍ରଥମେ ୩୧ ମାର୍ଚ୍ଚ ୨୦୧୪ରେ ଉଗାଡ଼ି ଉତ୍ସବ ସମୟରେ ମୁକ୍ତିଲାଭ କରିବାର ଯୋଜନା ଥିଲା,[୭][୮] ମାତ୍ର ୨୦୧୪ ସାଧାରଣ ନିର୍ବାଚନ କାରଣରୁ ଏହି କଥାଚିତ୍ରଟିର ମୁକ୍ତିଲାଭ ତାରିଖ ନିର୍ବାଚନ ପରକୁ ଘୁଞ୍ଚାଇଦିଆଯାଇଥିଲା ।[୯] ୧୪ ମଇ ୨୦୧୪ରେ ଏହି କଥାଚିତ୍ରଟି ସେନ୍ସର୍ ବୋର୍ଡ଼ଦ୍ୱାରା ଅନୁମୋଦିତ ହୋଇଥିଲା ଏବଂ U/A ସାର୍ଟିଫିକେଟ୍ ମିଳିଥିଲା ।[୧୦] ୨୨ ମଇ ୨୦୧୪ରେ ଏହି କଥାଚିତ୍ରଟି ବିଶ୍ୱସ୍ତରରେ ମୁକ୍ତିଲାଭ କରିବା ଆଗରୁ ପ୍ରଥମେ ନାଗେଶ୍ୱର ରାଓଙ୍କର ପ୍ରଶଂସକମାନଙ୍କ ପାଇଁ ପ୍ରଦର୍ଶିତ ହୋଇଥିଲା ।[୧୧] ପ୍ରଶଂସକମାନଙ୍କର ଅନୁରୋଧ କ୍ରମେ ଏହି କଥାଚିତ୍ରଟି ୫ଟି ସ୍କ୍ରିନ୍ବିଶିଷ୍ଟ ପ୍ରେକ୍ଷାଳୟରେ ପ୍ରଥମେ ପ୍ରଦର୍ଶିତ ହୋଇଥିଲା ।[୧୨] ଏହି କଥାଚିତ୍ରଟି ଯୁକ୍ତରାଷ୍ଟ୍ର ଆମେରିକାର ୧୦୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା[୧୩] ଏବଂ ଭାରତରେ ୧୦୦୦ରୁ ଉର୍ଦ୍ଧ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିର ସମୁଦାୟ ୬୨ କୋଟିର ବ୍ୟବସାୟ କରିଥିଲା ।
ଏହି କଥାଚିତ୍ର ୨୯ ନଭେମ୍ବର ୨୦୧୪ରେ ୪୫ତମ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା । ୨୦୧୪ ମସିହାରେ ଏହି କଥାଚିତ୍ରଟି ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ସର୍ବଶ୍ରେଷ୍ଠ ତେଲୁଗୁ କଥାଚିତ୍ର ପୁରସ୍କାର ପାଇଥିଲା ।