Aortic transection | |
![]() Segments of the aorta, with the thoracic aorta in green. | |
ବିଭାଗ | Vascular surgery, cardiac surgery |
---|---|
ଲକ୍ଷଣ | Abdominal pain, chest pain, back pain, shortness of breath, trouble swallowing[୧][୨] |
ଆକ୍ରାନ୍ତ ସମୟ | Sudden[୨] |
କାରଣ | Aortic aneurysm, major trauma[୧] |
ଚିକିତ୍ସା | Surgery[୧] |
Prognosis | Poor[୧] |
ମୃତ୍ୟୁ ସାନ୍ଦ୍ରତା | 80 to 90% of cases[୩][୨] |
ବା
ମହାଧମନୀ ବିଦାରଣ ବା ଫାଟିବା, (ଇଂରାଜୀ ଭାଷାରେ Aortic rupture) ହେଉଛି ଏକ ସାଂଘାତିକ ଦୁଃଖଦ ଅବସ୍ଥା ଯେଉଁଥିରେ ଶରୀରର ସବୁଠାରୁ ବଡ ଧମନୀ, ଯାହାକୁ ମହାଧମନୀ କୁହାଯାଏ, ତାହାର ପୁରା କାନ୍ଥ ଫାଟିଯାଏ ।[୪] ଲକ୍ଷଣଗୁଡିକ ହଠାତ୍ ଆରମ୍ଭ ହୋଇ ଭୟଙ୍କର ଉଦର ଯନ୍ତ୍ରଣା, ଛାତି ଯନ୍ତ୍ରଣା କିମ୍ବା ପିଠି ଯନ୍ତ୍ରଣା ହୋଇପାରେ । [୧] [୨] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ହାଲୁକା ମୁଣ୍ଡ, ଅଣନିଶ୍ୱାସ କିମ୍ବା ଖାଦ୍ୟ ଗିଳିବାରେ ଅସୁବିଧା ହୋଇପାରେ ।[୧] [୫]
କାରଣଗୁଡିକ ମଧ୍ୟରେ ଆଘାତ ଯାହା ଅଦାଢ଼ୁଆ ବା ଅନୁବେଶକାରୀ ହୋଇପାରେ କିମ୍ବା ଆଓର୍ଟିକ ଆନିଉରିଜ୍ମର ଜଟିଳତା ( ପେଟ କିମ୍ବା ଥୋରାସିକ୍ ) ହୋଇପାରେ ।[୧] ମେଡିକାଲ ଇମେଜିଙ୍ଗ, ସାଧାରଣତଃ ସିଟି ସ୍କାନଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।[୧] ଏହା ମହାଧମନୀ ବ୍ୟବଚ୍ଛେଦନଠାରୁ ଭିନ୍ନ, ଯାହା କେବଳ ଆଓର୍ଟା ଭିତର କାନ୍ଥରେ ହେଉଥିବା ଛିଦ୍ରକୁ ବୁଝାଏ ।[୬]
ଆନିଉରିଜ୍ମ ଭାଙ୍ଗିବା ପୂର୍ବରୁ ମରାମତି କରି ଏହାର ପ୍ରତିଷେଧ କରାଯାଏ ।[୭] ଫାଟିବା ମାତ୍ରେ ବଞ୍ଚିବାର ସୁଯୋଗ ଦେବା ପାଇଁ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ହୁଏ ।[୧] ଅଧିକାଂଶ (୮୫%) ରୋଗୀ ତୁରନ୍ତ ମରିଯାଆନ୍ତି, ଯେଉଁମାନେ ଡାକ୍ତରଖାନାରେ ପହଞ୍ଚିବା ପର୍ଯ୍ୟନ୍ତ ବଞ୍ଚନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୩୦% ଚିକିତ୍ସା ସତ୍ତ୍ୱେ ମୃତ୍ୟୁ ବରଣ କରନ୍ତି ।[୧] [୩]
ଆଓର୍ଟା ଫାଟିବା ଅପେକ୍ଷାକୃତ ସାଧାରଣ ଭାବେ ଦେଖାଯାଏ ।[୩] ମୋଟର ଯାନ ଧକ୍କା ହେତୁ ଏହା ୨୦% ପର୍ଯ୍ୟନ୍ତ ମୃତ୍ୟୁରେ ସହାୟକ ହୋଇଥାଏ ।[୧] ଏହି ଅବସ୍ଥାର ପ୍ରାରମ୍ଭିକ ବର୍ଣ୍ଣନା ଆଣ୍ଡ୍ରିଆସ୍ ଭେସାଲିଅସଙ୍କଦ୍ୱାରା ୧୫୫୭ ମସିହାରୁ ଆରମ୍ଭ ହୋଇଥିଲା ।[୩]
{{cite journal}}
: Cite journal requires |journal=
(help)