ମହାଲକ୍ଷ୍ମୀ ମନ୍ଦିର, କୋହ୍ଳାପୁର | |
---|---|
![]() | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Kolhapur |
ଦେବାଦେବୀ | en:Mahalakshmi (Lakshmi) |
Festivals | Kirnotsav, Rathotsav, Lakshmi Puja, Lalita Panchami, Navratri, Diwali, Varalakshmi Vratham |
Governing body | Paschim Maharashtra Devasthan Samiti |
Location | |
ସ୍ଥାନ | Bhavani Mandap, Mahadwar Road, Kolhapur |
State | ମହାରାଷ୍ଟ୍ର |
Country | ଭାରତ |
Location in Maharashtra | |
ଭୌଗଳିକ ଅବସ୍ଥିତି | 16°42′00″N 74°14′00″E / 16.70000°N 74.23333°E |
Architecture | |
Style | Hemadpanti architecture |
କର୍ଣ୍ଣଦେବ, Chalukya Empire | |
Completed | 7th century CE |
ମହାଲକ୍ଷ୍ମୀ ମନ୍ଦିର, ଅନ୍ୟ ନାମ ଅମ୍ବାବାଈ ମନ୍ଦିର ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଯାହା ଦେବୀ ଆଦିପରାଶକ୍ତି ମହାଲକ୍ଷ୍ମୀଙ୍କୁ ସମର୍ପିତ ହୋଇଛି । ଏଠାରେ ସମସ୍ତ ଦେବତାଗଣଙ୍କ ମାତା ମହାଲକ୍ଷ୍ମୀ ଭାବରେ ପୂଜା ପାଆନ୍ତି କିନ୍ତୁ ସ୍ଥାନୀୟ ଲୋକମାନେ ତାଙ୍କୁ ଅମ୍ବାବାଈ ନାମରେ ପୂଜା କରନ୍ତି (ମରାଠା ଭାଷାରେ ଆଇ ଅର୍ଥ ମାଁ)। ଭଗବାନ ବିଷ୍ଣୁଙ୍କର ପତ୍ନୀ ହେଉଛନ୍ତି ଦେବୀଲକ୍ଷ୍ମୀ ସେହି ଦେବୀ ଲକ୍ଷ୍ମୀ ଙ୍କର ଜନ୍ମଦାତ୍ରୀ ଜନନୀ ହେଲେ ମାଁ ମହାଲକ୍ଷ୍ମୀ। ଏହାଙ୍କୁ ମୂଳଚଣ୍ଡିକା ମହାଲକ୍ଷ୍ମୀ ଓ କୁହାଯାଏ । ପ୍ରଚଳିତ ପ୍ରଥା ଅନୁସାରେ ହିନ୍ଦୁ ତୀର୍ଥଯାତ୍ରୀମାନେ ତିରୁମାଲା ଭେଙ୍କଟେଶ୍ୱର ମନ୍ଦିର, କୋହ୍ଳାପୁର ମହାଲକ୍ଷ୍ମୀ ମନ୍ଦିର ଓ ପଦ୍ମାବତୀ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରନ୍ତି । ଏହି ସମସ୍ତ ମନ୍ଦିରକୁ ତୀର୍ଥଯାତ୍ରା କଲେ ମୋକ୍ଷ (moksha) ଲାଭ ହେଉଥିବା ବିଶ୍ୱାସ କରାଯାଏ । ଏହି ତିନୋଟି ମନ୍ଦିର ପରସ୍ପର ସହ ଜଡ଼ିତ। ସ୍କନ୍ଦମହାପୁରାଣର ସହ୍ୟାଦ୍ରିଖଣ୍ଡରେ ଏହାର ବର୍ଣ୍ଣନା କରାଯାଇଛି। ଏକଦା ମହର୍ଷି ଭୃଗୁ କିଏ ଶ୍ରେଷ୍ଠ ଦେବତା ତାହା ଜାଣିବାପାଇଁ ତ୍ରିଦେବଙ୍କ ପାଖକୁ ଗଲେ ଏବଂ ବ୍ରହ୍ମା ଓ ଶିବଙ୍କୁ ଅଭିଶାପ ଦେଇ ବୈକୁଣ୍ଠକୁ ଗଲେ। ସେଠାରେ ଠାକୁରଙ୍କୁ ଶୋଇଥିବା ଦେଖି ତାଙ୍କର ହୃଦୟକୁ ଗୋଇଠା ମାରିଲେ। ଭଗବାନ ବିଷ୍ଣୁଙ୍କ ହୃଦୟ ମାଁ ଲକ୍ଷ୍ମୀଙ୍କ ସ୍ଥାନ। ସେଥିପାଇଁ ମାଁ ଲକ୍ଷ୍ମୀଙ୍କୁ ବିଷ୍ଣୁହୃଦୟମବ୍ଜୟାମ୍ କୁହାଯାଏ। ଏଥିରେ କ୍ରୋଧିତ ହୋଇ ମାଁ ଲକ୍ଷ୍ମୀ ବୈକୁଣ୍ଠକୁ ତ୍ୟାଗ କରି ମର୍ତ୍ତ୍ୟଲୋକକୁ ଆସି ନିଜ ମାଁ ଆଦିପରାଶକ୍ତି ମହାଲକ୍ଷ୍ମୀଙ୍କ ଶରୀରରେ ବିଲୀନ ହୋଇଗଲେ। ଏବଂ ଦେବୀ ଲକ୍ଷ୍ମୀଙ୍କୁ ଖୋଜି ଖୋଜି ଭଗବାନ ବିଷ୍ଣୁ ତିରୁପତିଠାରେ ବାସ କଲେ। ଦେବୀ ଲକ୍ଷ୍ମୀ ମାଁ ଆଦିପରାଶକ୍ତି ମହାଲକ୍ଷ୍ମୀଙ୍କ ଏଇ ବିଗ୍ରହରେ ବିଲୀନ ହୋଇଯାଇଥିବା କାରଣରୁ ପ୍ରତିବର୍ଷ ତିରୁପତି ବାଲାଜୀଙ୍କଠାରୁ ମାଁ ମହାଲକ୍ଷ୍ମୀଙ୍କ ପାଇଁ ଶଙ୍ଖା ସିନ୍ଦୂର ଶାଢ଼ୀ ଉପହାର ରୂପେ ଆସେ, ଏହି ଉପହାର ମାଁ ମହାଲକ୍ଷ୍ମୀଙ୍କ ମଧ୍ୟରେ ବିଲୀନ ହୋଇଥିବା ଲକ୍ଷ୍ମୀଦେବୀଙ୍କୁ ଦିଆଯାଇଥାଏ। ଏହି ମହାଲକ୍ଷ୍ମୀ ହିଁ ଶ୍ରୀ ଶ୍ରୀ ଦୁର୍ଗା ସପ୍ତଶତୀ ଚଣ୍ଡୀର ମୂଳ ଓ ପ୍ରମୁଖ ଦେବୀ
ଏହି ମନ୍ଦିରଟି ୬୩୪ ମସିହାରେ ଚାଲୁକ୍ୟ ବଂଶର କର୍ଣ୍ଣଦେବ ତୋଳେଇଥିଲେ । ଏକ ପ୍ରସ୍ତର ମଞ୍ଚ ଉପରେ ମୂଲ୍ୟବାନ ରତ୍ନ ଖଚିତ ମହାଲକ୍ଷ୍ମୀଙ୍କ ପ୍ରତିମୂର୍ତି ସ୍ଥାପିତ ହୋଇଛି ଯାହାର ଓଜନ ପ୍ରାୟ ୪୦ କିଲୋଗ୍ରାମ । କଳା ପଥରରେ ତିଆରି ମୂର୍ତ୍ତିର ଉଚ୍ଚତା ୩ ଫୁଟ । ମନ୍ଦିର କାନ୍ଥରେ ଚକ୍ର ଅଙ୍କିତ ହୋଇଛି । ମୂର୍ତ୍ତି ପୃଷ୍ଠଭାଗରେ ତାଙ୍କର ବାହନ ପ୍ରସ୍ତର ସିଂହ ମୂର୍ତ୍ତି ଅଛି । ମୁକୁଟରେ ପାଞ୍ଚ ମୁଣ୍ଡ ଥିବା ଏକ ସାପ ଚିତ୍ର ଅଙ୍କିତ ହୋଇଛି ।
ଏହି ଦେବୀଙ୍କ ବର୍ଣ୍ଣନା ଶ୍ରୀ ଦୁର୍ଗା ସପ୍ତଶତୀ ଚଣ୍ଡୀର ପ୍ରାଧାନିକ ରହସ୍ୟମ୍ ଓ ବୈକୃତିକ ରହସ୍ୟମରେ ରହିଛି। ଶ୍ରୀ ଦୁର୍ଗା ସପ୍ତଶତୀ ଚଣ୍ଡୀର ଆଦ୍ୟଦେବୀ ହେଲେ ଏହି ମୂଳଚଣ୍ଡିକା ମହାଲକ୍ଷ୍ମୀ ଦେବୀ। ଏହି ଦେବୀଙ୍କ ମହିମା ହିଁ ଦୁର୍ଗା ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ହୋଇଛି। ଦେବୀ ଚତୁର୍ଭୁଜା, ନିଜ ଚାରିହାତରେ ଗଦା, ଢାଲ, ଟଭାଲେମ୍ବୁ(ମାତୁଲିଙ୍ଗ) ଓ ପାନପାତ୍ର ଧାରଣ କରିଛନ୍ତି। ଦେବୀଙ୍କ ମଥାରେ ମାଁ ବିରଜାଙ୍କ ପରି ନାଗ, ଲିଙ୍ଗ ଓ ଯୋନି ରହିଛି। ଅର୍ଥାତ୍ ଦେବୀ ସ୍ବୟଂ ପରଂବ୍ରହ୍ମ। ଦେବୀଙ୍କ ବାହନ ସିଂହ।
ଦୁର୍ଗା ସପ୍ତଶତୀରେ ଦେବୀଙ୍କ ବର୍ଣ୍ଣନା:- ସର୍ୱସ୍ୟାଦ୍ୟା ମହାଲକ୍ଷ୍ମୀସ୍ତ୍ରିଗୁଣା ପରମେଶ୍ୱରୀ । ଲକ୍ଷ୍ୟାଲକ୍ଷ୍ୟସ୍ୱରୂପା ସା ବ୍ୟାପ୍ୟ କୃତ୍ସ୍ନଂ ବ୍ୟବସ୍ଥିତା ॥ ୪॥
ମାତୁଲିଙ୍ଗଂ ଗଦାଂ ଖେଟଂ ପାନପାତ୍ରଂ ଚ ବିଭ୍ରତୀ । ନାଗଂ ଲିଙ୍ଗଂ ଚ ଯୋନିଂ ଚ ବିଭ୍ରତୀ ନୃପ ମୂର୍ଧନି ॥ ୫॥
ତପ୍ତକାଞ୍ଚନବର୍ଣାଭା ତପ୍ତକ୍ଞ୍ଚନଭୂଷଣା । ଶୂନ୍ୟଂ ତଦଖିଲଂ ସ୍ୱେନ ପୂରୟାମାସ ତେଜସା ॥ ୬॥
ମାଆଙ୍କ ପୂଜା ପାଇଁ ଶ୍ରୀ ଲଳିତା ସହସ୍ରନାମ ଓ ଶ୍ରୀବିଦ୍ୟା ପଞ୍ଚଦଶ୍ୟାଦି ମହାମନ୍ତ୍ରର ପୂଜା କରାଯାଏ। ଏହି ପୀଠ ଶାକ୍ତ ଧର୍ମର ଶ୍ରୀକୁଳର ଅନ୍ତର୍ଭୁକ୍ତ ଅଟେ।।(Devi Mahatmya) ଦେବୀ ମାହାତ୍ମ୍ୟର ରହସ୍ୟରେ ଏହି କଥା ଲେଖା ଅଛି ।[୨] ପ୍ରଫେସର ମାଳସେଙ୍କ କଥନ ଅନୁସାରେ କୋହ୍ଲାପୁରକୁ ସ୍ଥାନୀୟ ଲୋକମାନେ ଅଦ୍ୟାପି କରବୀର ନାମ ଦେଇ କହନ୍ତି । କୋହ୍ଲାସୁର ନାମରେ ଗୋଟିଏ ଦୈତ୍ୟ ଥିଲା ଯାହାକୁ ବଧ କରି ମାଁ ମହାମାୟା ମହାଲକ୍ଷ୍ମୀ "କୋହ୍ଲାସୁର ଭୟଙ୍କରୀ" ନାମ ଧାରଣ କରିଥିଲେ। ମୃତ୍ୟୁ ପୂର୍ବରୁ କୋହ୍ଲାସୁର ଦେବୀଙ୍କୁ ଏଇ ବରଦାନ ମାଗିଥିଲେ ଯେ ତାଙ୍କ ମୃତ୍ୟୁ ପରେ ଏଇ ସ୍ଥାନ ତାଙ୍କ ନାମ ଅନୁସାରେ ନାମିତ ହେଉ। ପ୍ରଚଳିତ ମହାଲକ୍ଷ୍ମୀ ଅଷ୍ଟକମ୍ ଏଇ ଆଦିଶକ୍ତି ମହାଲକ୍ଷ୍ମୀ ଙ୍କର ଅଟେ। ବିଷ୍ଣୁପତ୍ନୀ ଲକ୍ଷ୍ମୀଙ୍କ ସ୍ତୋତ୍ର ନୁହେଁ। [୩] ଅନ୍ୟ ମନ୍ଦିରଠାରୁ ଏହି ମନ୍ଦିରର ଏକ ପାର୍ଥକ୍ୟ ଅଛି, ଦେବୀଙ୍କର ମୁଖ ପଶ୍ଚିମ ଦିଗକୁ ଅଛି । ସେହି ଦିଗରେ ଏକ ଛୋଟ ଝରକା ବାଟେ ପ୍ରତି ମାର୍ଚ୍ଚ ଓ ସେପ୍ଟେମ୍ବର ମାସରେ ତିନି ଦିନ ପାଇଁ ଦେବୀଙ୍କ ମୁହଁରେ ଅସ୍ତଗାମୀ ସୂର୍ଯ୍ୟଙ୍କ ଆଲୋକ ଦେବୀଙ୍କ ମୁଖମଣ୍ଡଳ ଉପରେ ପତିତ ହୁଏ । ମନ୍ଦିର ପରିସରରେ ଏକ ମଣିକର୍ଣ୍ଣିକା କୁଣ୍ଡ ଅଛି ।
ଚାଲୁକ୍ୟ ସାମ୍ରାଜ୍ୟ ସମୟରେ ୭ ମ ଶତାବ୍ଦୀରେ ପ୍ରଥମେ ତିଆରି ହୋଇଥିଲା ଯେଉଁଥିରେ ଚାଲୁକ୍ୟ ସ୍ଥାପତ୍ୟର ଚିହ୍ନ ରହିଛି ।[୪] ଅନେକ ପୁରାଣରେ ଏହି ମନ୍ଦିର ବିଷୟ ଉଲ୍ଲେଖ ଅଛି । କର୍ଣ୍ଣଦେଓ ୧୦୯ ମସିହାରେ ମନ୍ଦିର ଚାରିପାଖରୁ ଜଙ୍ଗଲ କାଟି ସଫା କରିଦେବା ପରେ ଏହା ଲୋକଲୋଚନକୁ ଆସିଲା । ଅଷ୍ଟମ ଶତାବ୍ଦୀରେ ଭୂମିକମ୍ପ ଯୋଗୁ ମନ୍ଦିର ଦବିଜାଇଥିଲା । ରାଜା ଗାଣ୍ଡବାଦୀକ୍ଷ ୯ ମ ଶତାବ୍ଦୀରେ ସେଠାରେ ଏକ ମହାକାଳୀ ମନ୍ଦିର ସ୍ଥାପନ କଲେ ।
ଐତିହାସିକ ପଲ ଦୂନଦାସ ତାଙ୍କ ବାହ୍ୟ “ଜୈନ”ରେ[୫] ଏହି ମନ୍ଦିରକୁ ଏକ ଜୈନ ମନ୍ଦିର ଭାବରେ ଲେଖିଥିଲେ ।[୬][୭] ପୂର୍ବ ଫାଟକ ପାଖରେ ଶେଷଶାୟୀ ବିଷ୍ଣୁଙ୍କର ଏକ ଅଷ୍ଟକୋଣୀ ମୂର୍ତ୍ତି ଅଛି ଯାହା ପାଖରେ ୬୦ଟି ତୀର୍ଥଙ୍କର ଛବି ଅଙ୍କିତ ହୋଇଛି ।[୮][୯] ଜୈନମାନେ ଦେବୀଙ୍କୁ ପଦ୍ମାଳୟା ନାମରେ ପୂଜା କରୁଥିଲେ । [୧୦] ଏହା ବ୍ୟତୀତ ଅନେକ ମୂର୍ତ୍ତି ମନ୍ଦିରରେ ବିଭିନ୍ନ ସମୟରେ ବିଭିନ୍ନ ଶାସକମାନଙ୍କଦ୍ୱାରା ସ୍ଥାପିତ ହୋଇଛି ।
{{cite book}}
: CS1 maint: multiple names: authors list (link) CS1 maint: numeric names: authors list (link)