ମାଛ ତରକାରି | |
ପରଷା | Seafood curry |
---|---|
ମୂଳ ସ୍ଥାନ | ଭାରତ |
ଅଞ୍ଚଳ ବା ରାଜ୍ୟ | ଓଡ଼ିଶା |
ମୁଖ୍ୟ ଉପାଦାନ | ମାଛ,ମସଲା |
|
ମାଛ ଝୋଳ ବା ମାଛ ତରକାରି ଏକ ସୁସ୍ୱାଦୁ ଆମିଷ ଖାଦ୍ୟ।
ପ୍ରଥମେ ମାଛକୁ ଛୋଟ ଛୋଟ କରି କାଟିନିଅନ୍ତୁ । ଏହା ପରେ କଢେଇରେ ଘିଅ ଗରମ କରି ମାଛ ଭାଜନ୍ତୁ । ଭାଜି ସାରିଲା ପରେ ମାଛ ଗୁଡିକୁ ଅଲଗା କାଢି ଦିଅନ୍ତୁ। ଗୋଟିଏ ପିଆଜକୁ କାଟନ୍ତୁ ଏବଂ ଅନ୍ୟ ପିଆଜର ପେସ୍ଟ ପ୍ରସ୍ତୁତ କରି ଅଲଗା ଅଲଗା ରଖନ୍ତୁ । ପେସ୍ଟ୍ କରିଥିବା ପିଆଜକୁ ଘିଅରେ କିଛି ସମୟ ଭାଜନ୍ତୁ। ଏହାପରେ ସବୁ ମସଲା, ସାମଗ୍ରୀ ମିଶାଇ ଚଟୁ କରନ୍ତୁ। ଏହାପରେ ପିଆଜ, ଟମାଟ ,ଅଦା ଏବଂ ରସୁଣର ପେସ୍ଟ ପକାନ୍ତୁ। ଏହା ପରେ ପାଣି ଏବଂ ଲୁଣ ପକାଇ ଫୁଟାନ୍ତୁ, ଏହାପାରେ ଭଜା ମାଛ ପକାଇ ୨୦ ମିନିଟ ପର୍ଯନ୍ତ କମ୍ ଆଞ୍ଚରେ ରାନ୍ଧନ୍ତୁ। ପ୍ରସ୍ତୁତ ହେଲା ପରେ ଗରମ ଗରମ ଭାତ ସହିତ ପରଷନ୍ତୁ।