Clinical data | |
---|---|
Trade names | Sulfamylon |
Synonyms | Mafenide acetate |
AHFS/Drugs.com | monograph |
Routes of administration | Topical |
Legal status | |
Legal status |
|
Identifiers | |
| |
ECHA InfoCard | 100.004.843 |
Chemical and physical data | |
Formula | C7H10N2O2S |
Molar mass | ୧୮୬.୨୩ g·mol−1 |
3D model (JSmol) | |
| |
| |
(verify) |
ମାଫେନାଇଡ (ଇଂରାଜୀ ଭାଷାରେ Mafenide), ଅନ୍ୟମାନଙ୍କ ମଧ୍ୟରେ ସଲଫାମାଇଲନ ଏକ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ଦଗ୍ଧ ରୋଗୀଙ୍କ ସଂକ୍ରମଣକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ଦ୍ୱିତୀୟ କିମ୍ବା ତୃତୀୟ ଡିଗ୍ରୀ ଦଗ୍ଧ ରୋଗୀ ପାଇଁ ବ୍ୟବହୃତ ହୋଇପାରେ ।[୨] ଏହା ଚର୍ମରେ କ୍ରିମ୍ କିମ୍ବା ଦ୍ରବଣ ଆକାରରେ ପ୍ରୟୋଗ କରାଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଏହା ପ୍ରୟୋଗ ହୋଇଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ ଏସିଡୋସିସ୍ ହୋଇପାରେ ।[୧] ବୃକ୍କ ଜନିତ ସମସ୍ୟାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୩] ଏହା ଏକ ସଲଫୋନାମାଇଡ୍ ଏବଂ ମୃତ ତନ୍ତୁ ଭିତର ଦେଇ ଯିବାକୁ ସକ୍ଷମ ଅଟେ ।[୨] [୪]
୧୯୩୦ ଦଶକରେ ମାଫେନାଇଡ୍ ଆବିଷ୍କୃତ ହୋଇଥିଲା ଏବଂ ୧୯୬୦ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାରରେ ଆସିଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ୫ ପୁଟୁଳି ବା ପ୍ୟାକର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୪୫ ଡଲାର ଥିଲା । [୫] ଏହା ଜାପାନରେ ମଧ୍ୟ ଉପଲବ୍ଧ ।[୬]