ସାର ମର୍କ ତୁଳି | |
---|---|
![]() | |
ଜନ୍ମ | William Mark Tully ୨୪ ଅକ୍ଟୋବର ୧୯୩୫ |
ଶିକ୍ଷା | Marlborough College Trinity Hall, Cambridge |
ବୃତ୍ତି(ସମୂହ) | Journalist, writer |
ଦସ୍ତଖତ | |
![]() |
ସାର୍ ଉଇଲିୟମ ମାର୍କ୍ ତୁଲି, KBE (ଜନ୍ମ ୨୪ ଅକ୍ଟୋବର୍ ୧୯୩୫) [୧][୨]ନୂଆ ଦିଲ୍ଲୀରେ ଅବସ୍ଥାପିତ ବ୍ରିଟିଶ୍ ବ୍ରାଡ୍ କାସ୍ଟିଂଗ୍ କରପୋରେସନ୍ ( BBC) ପୁର୍ବତନ ବୁରୋ ମୁଖ୍ୟ . ସେ ଜୁଲାଇ ୧୯୯୪ ମସିହା ରେ[୩] ଇସ୍ତଫା ଦେବା ଅଗରୁ ଦୀର୍ଘ ୩୦ ବର୍ଷ ଧରି BBCରେ କାର୍ଯ୍ୟ କରିଥିଲେ . ସେ ଦିଲ୍ଲୀରେ BBCର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାବରେ ୨୦ ବର୍ଷ[୪] କାର୍ଯ୍ୟ କରିଥିଲେ . ସେ ଅନେକ ଗୁଡିଏ କାଲ୍ପନିକ ଓ ଅଣ କାଲ୍ପନିକ ପୁସ୍ତକ ରଚନା କରିବା ସହ ବହୁ ସଂଖ୍ୟରେ ପୁରସ୍କାର୍ ଲାଭ କରିଥିଲେ . ସେ ଭାରତରେ ଓରିଏନ୍ଟାଲ କ୍ଲବ୍ରର ସଦସ୍ୟ ମଧ୍ୟ ରହିଛନ୍ତି .
ବ୍ରିଟିଶ ଭାରତର କଲିକତା ସହର ସନ୍ନିକଟ ଟଳିଗଞ୍ଜଠାରେ ମାର୍କ ତୁଳି ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ବ୍ରିଟିଶ ବ୍ୟବସାୟୀ ଥିଲେ । ସେ ବ୍ରିଟିଶ ରାଜର ଏକ ଅଗ୍ରଣୀ କମ୍ପାନୀର ସହଯୋଗୀ ଅଂଶୀଦାର ଥିଲେ । ମାର୍କ ତାଙ୍କ ଜୀବନର ପ୍ରଥମ ଦଶକ ଭାରତରେ କଟାଇଥିଲେ । ୪ ବର୍ଷ ବୟସରେ ସେ ଦାର୍ଜିଲିଂସ୍ଥ ଏକ ଆବାସିକ ଇଂରାଜୀ ସ୍କୁଲରେ ଭର୍ତ୍ତି ହୋଇଥିଲେ । ପରେ ଉଚ୍ଚତର ଶିକ୍ଷା ପାଇଁ ବିଲାତ ଯାଇଥିଲେ ।
ଇଂଲଣ୍ଡରେ ସେ ଟାଇଫୋର୍ଡ ସ୍କୁଲ , ମାର୍ଲବୋରୋ କଲେଜ ଓ ଟ୍ରିନୀଟୀ ହଲ ,କେମ୍ବ୍ରିଜଠାରେ ସେ ଥିଓଲଗି ବିଷୟରେ ଶିକ୍ଷା ଲାଭ କରିଥିଲେ । ଶିକ୍ଷା ଲାଭ ପରେ ସେ ଧର୍ମଯାଜକ ହେବା ପାଇଁ ଇଚ୍ଛୁକ ଥିଲେ ମଧ୍ୟ ସେହି ଇଚ୍ଛାକୁ ପରିତ୍ୟାଗ କରିଥିଲେ । .
ତୁଳି ବିବିସି( BBC) ରେ ୧୯୯୪ ମସିହା ଜୁଆଳି ମାସରେ ଯୋଗଦାନ କରି ଭାରତକୁ ପ୍ରତ୍ୟାବର୍ତନ କାଲେ । ସେ BBCର ଭାରତର ପ୍ରତିନିଧି[୫] ଭାବରେ କାର୍ଯ୍ୟ କଲେ ।ସେ ଏହି କ୍ରମରେ ଦକ୍ଷିଣ ଏସିଆର ସମସ୍ତ ମୁଖ୍ୟ ଘଟଣାବଳୀର ବିବରଣୀ ପ୍ରଦାନ କରିଥିଲେ । ସେ ଇଣ୍ଡୋ-ପାକିସ୍ଥାନ ବ ବିବାଦ , ଭୋପାଳ ବାଷ୍ପ ଦୁର୍ଘଟଣା , ଅପରେସନ ବ୍ଲୁ ଷ୍ଟାର ଓ ତାହା ପରେ ହେଇଥିବା ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଓ ଶିଖ- ବିରୋଧୀ ଦଙ୍ଗା, ରାଜୀବ ଗାନ୍ଧୀଙ୍କ ହତ୍ୟା ,ବାବରୀ ମସଜିଦ ଭଙ୍ଗା ଘଟଣା[୬] ସବୁର ବିଷାଦ ବିବରଣୀ ସଂଗ୍ରହ କରି BBCଦ୍ୱାରା ପ୍ରସାରିତ କରିଥିଲେ । ୧୯୭୫-୭୭ ମସିହା ଆପାଦକାଳୀନ ସ୍ଥିତି ସମୟରେ ତାଙ୍କୁ ଭାରତରେ ପ୍ରବେଶ ନିଷେଧ କରାଯାଇଥିଲା ।
BBCର ତତ୍କାଳୀନ ମୁଖ୍ୟ ନିର୍ଦ୍ଦେଶକ ଜନ ବିର୍ଟଙ୍କ ସହ ମନୋମାଳିନ୍ୟ କାରଣରୁ ସେ ଜୁଲାଇ ୧୯୯୪ରେ BBCରୁ ଇସ୍ତଫା ଦେଇଥିଲେ । ସେ ଆରୋପ କରିଥିଲେ ଯେ ବିର୍ଟ BBC କୁ " ଭୟର ବାତାବରଣ" ମଧ୍ୟରେ ଚଳଉଛନ୍ତି ଓ କର୍ମଚାରୀମାନଙ୍କ ମନୋବଳକୁ ଦୁର୍ବଳ କରିବା ଯୋଗୁଁ BBCର ଜନପ୍ରିୟତା ହରାଉଛନ୍ତି । ସେ ସେହି ବର୍ଷ ଟ୍ରେନରେ ପାକିସ୍ଥାନ ଯିବାର ଯତ୍ରକାହାଣୀ "କରାଚିରୁ ଖଇୱର ପାସ " ନାମରେ ପ୍ରକାଶ କରିଥିଲେ । ୧୯୯୪ ପରେ ସେ ସ୍ୱାଧୀନ ଭାବରେ ସମ୍ବାଦିକତା କରିଥିଲେ ଓ ଦିଲ୍ଲୀରେ ରହିଛନ୍ତି । ବର୍ତ୍ତମାନ ସେ BBC ରେଡିଓ ୪ରେ ପ୍ରସାରିତ ସାପ୍ତାହିକ ଧାରାବାହିକ " Something Understood " ଉପସ୍ଥାପକ ଭାବେ ପ୍ରସାରିତ କରୁଛନ୍ତି ।[୩]
ମର୍କ ତୁଳିଙ୍କୁ ୧୯୮୫ ମସିହାରେ ବ୍ରିଟିଶ ସରକାରଙ୍କଦ୍ୱାରା " ଅର୍ଡର ଅଫ ଥି ବ୍ରିଟିଶ ଏମ୍ପାଇୟାର " , ୧୯୯୨ ମସିହାରେ ଭାରତ ସରକାରଙ୍କ ତରଫରୁ " ପଦ୍ମଶ୍ରୀ " ପ୍ରଦାନ କରାଯାଇଥିଲା । ସେ ବ୍ରିଟିଶ ସରକାରଙ୍କଦ୍ୱାରା ୨୦୦୨ ମସିହା [୭]ନବବର୍ଷ ଅବସରରେ " ନାଇଟ " ସମ୍ମାନରେ ଭୂଷିତ ହେଇଥିଲେ । ୨୦୦୫ ମସିହାରେ ଭାରତ ସରକାର ତାଙ୍କୁ ସମ୍ମାନଜନକ " ପଦ୍ମଭୂଷଣ " [୮]ପୁରସ୍କାର ପ୍ରଦାନ କରିଥିଲେ । BAFTA ରରଫରୁ ମଧ୍ୟ ସେ ଆଜୀବନ ଅବଦାନ ପୁରସ୍କାର ପ୍ରାପ୍ତ ହେଇଛନ୍ତି । [୯]
ମର୍କ ତୁଳିଙ୍କ ଭାରତ ଉପରେ ପର୍ଯ୍ୟବସିତ ପ୍ରଥମ ପୁସ୍ତକ "Amritsar: Mrs Gandhi's Last Battle (1985)"କୁ ସେ ବିବିସି ଦିଲ୍ଲୀ ପ୍ରତିନିଧି ସତୀଶ ଜାକବଙ୍କ ସହ ମିଳିତ ଭାବରେ ରଚନା କରିଥିଲେ । ଏହା ଅପରେସନ ବ୍ଲୁ ଷ୍ଟାର ଉପରେ ପର୍ଯ୍ୟବସିତ ହେଇ ଏଥିରେ ଭାରତୀୟ ସେନାର ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ଶିଖ ଦଙ୍ଗା କାରୀ ମାନଙ୍କ ଉପରେ ଆକ୍ରମ ବିଷୟର ବିବରଣୀ ରହିଥିଲା ।
ତାଙ୍କର ପରବର୍ତ୍ତୀ ପୁସ୍ତକ " ରାଜରୁ ରାଜୀବ : ଭାରତ ସ୍ୱାଧୀନତାର ୪୦ ବର୍ଷ " ଜାହିର ମାସନୀଙ୍କ ସହ ଲେଖିଥିଲେ ଓ ଏହା ବିବିସିଦ୍ୱାରା ପ୍ରସାରିତ ସେହି ନାମର ଏକ ଧାରାବାହିକ ଉପରେ ପର୍ଯ୍ୟବସିତ ହେଇଥିଲା । ଏହି ପୁସ୍ତକ ଆମେରିକାରେ " ଇଣ୍ଡିଆ: ସ୍ୱାଧୀନତାର ୪୦ ବର୍ଷ " ନାମରେ ପ୍ରକାଶିତ ହେଇଥିଲା ।
ସାମ୍ବାଦିକ ତଥ୍ୟ ଭିତ୍ତିକ ପ୍ରବନ୍ଧାବଳି " ନୋ ଫୁଲ ଷ୍ଟପ "କୁ ତୁଳି ୧୯୮୮ ପ୍ରକାଶିତ କରିଥିଲେ ଯାହା ଆମେରିକା ଯୁକ୍ତରାଷ୍ଟ୍ରରେ " ଥି ଡିଫିଟ ଅଫ ଏ କଙ୍ଗ୍ରେସମେନ " ନାମରେ ପ୍ରକାଶିତ କରିଥିଲେ । ଏହି ପୁସ୍ତକ ଉପରେ " ଥି ଇଣ୍ଡିପେଣ୍ଡାନ୍ତ "ସମ୍ବଦପତ୍ରରେ ଭୂୟଶୀ ପ୍ରଶଂସା କରାଯାଇଥିଲା । "Tully's profound knowledge and sympathy .. unravels a few of the more bewildering and enchanting mysteries of the subcontinent."( ତୁଳିଙ୍କ ଗଭୀର ଜ୍ଞାନ ଓ ସହାନୁଭୁତିର ପରିପ୍ରକାଶ ଓ ଉପମହାଦେଶୀୟ ଘଟଣା ବଳିର ନିଛକ ସତ୍ୟର ପରିପ୍ରକାଶ )
ତୁଳିଙ୍କ ଏକମାତ୍ର କାଳ୍ପନିକ ଲେଖା " The Heart of India," ୧୯୯୫ ମସିହାରେ ପ୍ରକାଶିତ ହେଇଥିଲା ।
୨୦୦୨ ମସିହାରେ ତାଙ୍କ ରଚିତ " India in Slow Motion" ( ସ୍ୱଳ୍ପଗତିଶୀଳ ଭାରତ ) , ଗିଳିଆନ ରାଇଟଙ୍କ ସହ ଲେଖିଥିଲେ । ଏହି ପୁସ୍ତକକୁ ମଧ୍ୟ ସମାଲୋଚକମାନେ ଭୂୟଶୀ ପ୍ରସଂଶା କରିଥିଲେ । [୧୦]
ତୁଳି "India's Unending Journey " ଏବଂ "India: The Road Ahead" ପୁସ୍ତକ ଦ୍ୱୟ ୨୦୦୮ ଓ୨୦୧୧ ମସିହାରେ ରଚନା କରିଥିଲେ ।
ଧର୍ମ ଉପରେ ପର୍ଯ୍ୟବସିତ ମାର୍କ ତୁଳିଙ୍କ ପୁସ୍ତକ " An Investigation into The Lives of Jesus" ଏବଂ ମଦର ତେରେଷାଙ୍କ ଜୀବନୀ ଉପରେ " ମଦର " ନାମକ ପୁସ୍ତକ ୧୯୯୨ରେ ପ୍ରକାଶିତ ହେଇଥିଲା ଓ ତାହା ବିବିସି ଧାରାବାହିକରୁ ଆଦୃତ ହେଇଥିଲା ।
ତାଙ୍କର ଉପନ୍ୟାସ " ହିନ୍ଦୁତ୍ୱ ସେକ୍ସ " ଓ : ଆଡଭେଞ୍ଚର "ର ମୁଖ୍ୟ ଚରିତ୍ରର ଅନେକ ସମାନତା ତାଙ୍କ ନିଜ ଚରିତ୍ର ସହ ଥିବାର ସମାଲୋଚକମାନେ ଅଭିଯୋଗ କରିଥିଲେ । କିନ୍ତୁ ମାର୍କ ତାହାକୁ ସ୍ୱୀକାର କରିବା ସହ ଏପରିକି ମୁଖ୍ୟ ଚରିତ୍ରର ନାମ ନିଜ ନାମ ଦିଆ ହେଇଥିବା ଦର୍ଶାଇ ଥିଲେ । କିନ୍ତୁ ଉପନ୍ୟାସରେ ଦିଆ ଯାଇଥିବା ହିନ୍ଦୁତ୍ୱ ତାଙ୍କ ନିଜ ହିନ୍ଦୁ ଧର୍ମ ଉପରେ ମତ ନୁହେ ବୋଲି କହିଥିଲେ । [୧୧]
{{cite news}}
: |access-date=
requires |url=
(help)