ମାହିୟା ମାହି

ମାହିୟା ମାହି
মাহিয়া মাহী
ଜନ୍ମ
ଶାରମିନ ଅକତାର ନିପା

Error: Need valid birth date: year, month, day[]
ରାଜସାହି, ବଙ୍ଗଳାଦେଶ
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୨–ଏବେଯାଏଁ
ପ୍ରସିଦ୍ଧିଅଗ୍ନୀ (୨୦୧୪ର କଥାଚିତ୍ର)
ବୈବାହିକ-ସାଥୀପରଭେଜ ମହମ୍ମଦ ଅପୁ[]

ମାହିୟା ମାହି (ବଙ୍ଗଳା: মাহিয়া মাহী; ଜନ୍ମ: ୨୭ ଅକ୍ଟୋବର ୧୯୯୩)[][] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।[][] ସେ ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଭଲବାସର ରଙ୍ଗ, ଯାହାକି ସେତେବେଳେ ବଡ଼ ସଫଳତା ପାଇଥିଲା ।[][][] ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ତାଙ୍କର ପେଶା ଆରମ୍ଭ କରିବାପରେ ଜଣେ ସଫଳ ଅଭିନେତ୍ରୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ ଏବଂ ରଙ୍ଗୀନ ଦୁନିଆରେ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଭାବରେ ସେ ଜଣା । ବର୍ତ୍ତମାନ ସେ ବଙ୍ଗଳାଦେଶ କଥାଚିତ୍ର ଜଗତର ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ।[][୧୦]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ମାହିୟା ମାହି ୧୯୯୩ ମସିହା ଅକ୍ଟୋବର ମାସ ୨୭ ତାରିଖରେ ବଙ୍ଗଳାଦେଶର ନାଚୋଲ ଉପଜିଲ୍ଲାର ରାଜସାହୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଆବୁ ବକର ଏବଂ ମାଆଙ୍କର ନାମ ଦିଲାରା ଇୟାସମିନ । ଜନ୍ମବେଳେ ତାଙ୍କର ନାମ ଥିଲା ଶାରମିନ ଅକତାର ନିପା, ମାତ୍ର ସେ କଥାଚିତ୍ର ଜଗତରେ କାମ କରିବା ପରେ ନିଜର ନାମ ପରିବର୍ତ୍ତନ କରି ମାହିୟା ମାହି ରଖିଥିଲେ । ସେ ୨୦୧୦ ମସିହାରେ ଉତ୍ତର ହାଇ ସ୍କୁଲ, ଢାକାରୁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିବାପରେ ୨୦୧୨ ମସିହାରେ ଢାକା ସିଟି କଲେଜରେ ଯୋଗ ଦେଇଥିଲେ ଏବଂ ସେଠାରେ ସେ ତାଙ୍କର ଉଚ୍ଚ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ଶାନ୍ତା-ମାରିୟମ ଇଉନିଭରସିଟି ଅଫ୍ କ୍ରିଏଟିଭ୍ ଆଣ୍ଡ ଟେକ୍ନୋଲୋଜିରେ ଫ୍ୟାସନ ଡିଜାଇନିଂରେ ସ୍ନାତକ ପଢ଼ିଥିଲେ ।[୧୧]

ଅଭିନୟ ଜୀବନ

[ସମ୍ପାଦନା]

ମାହିୟା ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧୨] ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ବଲବାସର ରଙ୍ଗ, ଯେଉଁଥିରେ ସେ ନବାଗତ ବାପି ଚୌଧୁରୀଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଏକ ବଡ଼ ସଫଳତା ପାଇଥିଲା ।[୧୩]

୨୦୧୩ ମସିହାରେ ତାଙ୍କ ଅଭିନୀତ ଅନ୍ୟରକମ ଭାଲୋବାସା, ପୋଡ଼ାମନ, ଭାଲୋବାସା ଆଜକାଲ ଓ ତବୁଓ ଭାଲୋବାସି ମୁକ୍ତିଲାଭ କରିଥିଲା । ୨୦୧୪ ମସିହାରେ ସେ କି ଦାରୁନ ଦେଖତେ, ଅଗ୍ନି, ଦବିର ସାହେବେର ସଂସାର, ହାନିମୁନ, ଅନେକ ସାଧେର ମୟନା, ଦେଶା : ଦ ଲିଡର ଆଦି ୬ଟି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ତାଙ୍କ ଅଭିନୀତ ୪ଟି କଥାଚିତ୍ର ରୋମିଓ ବନାମ ଜୁଲିୟେଟ, ବିଗ ବ୍ରାଦାର, ଓୟାର୍ନିଂ, ଅଗ୍ନି ୨ ମୁକ୍ତିଲାଭ କରିଥିଲା । ତାଙ୍କ ଅଭିନୀତ କୃଷ୍ଣପକ୍ଷ, ଅନେକ ଦାମେ କେନା, ହାର ଜିତ୍ ଆଦି ୩ଟି କଥାଚିତ୍ର ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ୨୦୧୭ ମସିହାରେ ସେ ମାତ୍ର ଗୋଟିଏ ଚଳଚ୍ଚିତ୍ର ଢାକା ଆଟକ୍‌ରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ସେ ତୋମାକେ ଚାଇ, ମନେ ରେଖୋ, ତୁଇ ଶୁଧୁ ଆମାର, ଜନତ ଆଦି ୪ଟି କଥାଚିତ୍ରରେ ଅଭିନୟ କରିଥିଲେ ।

ମାହି ବଙ୍ଗଳାଦେଶୀ କଥାଚିତ୍ର ଜଗତେରେ ଅଭିନୟ ଆରମ୍ଭ କରିବାପରେ ବଙ୍ଗଳାଦେଶୀ ମିଡ଼ିଆ ତାଙ୍କୁ ଏକ ବଡ଼ ପରିଚୟ ଦେଇଥିଲା ।[୧୪][୧୫] ଦ ଡେଲି ଇତ୍ତେଫାକ୍ ଏବଂ ଏସିଆନ ଟିଭି କାର୍ଯ୍ୟକ୍ରମ ମୁଭି ବଜାର ତାଙ୍କୁ ୨୦୧୩ ମସିହାର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଘୋଷଣା କରିଥିଲେ ।[୧୬][୧୭][୧୮][୧୯][୨୦] ଏହାପରେ ମାହି ଅପ୍ରେଲ ୨୦୧୪ରେ ଫେୟାର ଆଣ୍ଡ ଲଭ୍‌ଲିର ବ୍ରାଣ୍ଡ ଆମ୍ବାସଡର ଭାବରେ ବିଭିନ୍ନ ବିଜ୍ଞାପନ କରିବା ପାଇଁ ଚୁକ୍ତି କରିଥିଲେ ।[୨୧]

ବୈବାହିକ ଜୀବନ

[ସମ୍ପାଦନା]

ମାହିୟା ମାହି ୨୦୧୬ ମସିହାରେ ବିବାହ କରିଥିଲେ ।[୨୨] ସେ ପରଭେଜ ମହମ୍ମଦ ଅପୁଙ୍କୁ ବଙ୍ଗୀୟ ପରମ୍ପରା ଓ ରୀତିନିତି ଅନୁସାରେ ବିବାହ କରିଥିଲେ ।[୨୩]

  1. ୧.୦ ୧.୧ হাসপাতালে মাহীর জন্মদিন পালন [Mahi birthday in hospital]. Jamuna News 24 (in Bengali). 27 October 2013. Archived from the original on 29 October 2013. Retrieved 31 January 2017. {{cite news}}: Invalid |script-title=: missing prefix (help)
  2. http://www.prothom-alo-com/article/867751/মাহির-বিয়ে[permanent dead link]
  3. "Mahiya Mahi Latest Photography".{{cite web}}: CS1 maint: url-status (link)
  4. ছোট্ট বেলার সেই মাহি টা Archived 2017-06-07 at the Wayback Machine.. Dhallywood24.com. Retrieved on 17 October 2015.
  5. Islam, Zia Nazmul. MAHI FIRE IN DISGUISE. The Daily Star
  6. চলচ্চিত্রে আলোচিত ৫ নায়িকার দৌড় চলছে এখন! ittefaq.com.bd
  7. সাত নায়িকার উত্তেজনায় কাঁপছে বড় পর্দা. Banglamail24. 10 October 2013.
  8. সাইমন-মাহীর 'পোড়া মন' kalerkantho.com
  9. Mahi: A new Dhallywood sensation. Priyo News. 5 November 2013
  10. qhttp://www.bhorerkagoj.net/print-edition/2017/03/18/137201.php
  11. "Mahiya Mahi, A New Sensation of Bangladeshi films". celebritynewsbd. Archived from the original on 7 October 2015. Retrieved 6 October 2015.
  12. "Mahiya Mahi". Thecelebsfact.com. Archived from the original on 2017-02-02. Retrieved 2016-06-26.
  13. 'ভালবাসার রঙ'-এর ডিজিটাল জাদুতে মুগ্ধ দর্শক. Daily Manab Zamin (in Bengali). Retrieved 6 October 2015. {{cite news}}: Invalid |script-title=: missing prefix (help)[permanent dead link]
  14. "Mahi: a new Dhallywood sensation". New Age. 5 November 2013. Archived from the original on 30 December 2013.
  15. "Mahiya Mahi sign up for 9 new movies". Dhaka Tribune. 11 July 2013. Retrieved 17 October 2015.
  16. বর্ষসেরা নায়িকা. The Daily Ittefaq (in Bengali). {{cite news}}: Invalid |script-title=: missing prefix (help)
  17. "বর্ষসেরা মাহিয়া মাহী". Archived from the original on 2013-12-27. Retrieved 2018-11-27.
  18. "'মুভি বাজার' জরিপে সেরা শাকিব-মাহী". Archived from the original on 2013-12-26. Retrieved 2018-11-27.
  19. মুভি বাজারে সেরা পূর্ণদৈর্ঘ্য প্রেমকাহিনী ও পোড়ামন. Kaler Kantho (in Bengali). {{cite news}}: Invalid |script-title=: missing prefix (help)
  20. সেরা শাকিব-মাহী. Bangladesh Pratadin (in Bengali). Archived from the original on 2013-12-28. Retrieved 2018-11-27. {{cite news}}: Invalid |script-title=: missing prefix (help)
  21. "Mahi appointed Fair & Lovely's brand ambassador". The Daily Star. 11 April 2014.
  22. "মাহিয়া মাহি". আলোকিত চাঁপাইনবাবগঞ্জ. Archived from the original on 6 March 2017. Retrieved 14 August 2016.
  23. "মাহির বিয়ে". 25 May 2016. Retrieved 11 November 2016.

ବାହାର ଆଧାର

[ସମ୍ପାଦନା]