ମାୟା ମିରିଗ | |
---|---|
ନିର୍ଦ୍ଦେଶକ | ନୀରଦ ମହାପାତ୍ର |
ପ୍ରଯୋଜକ | ନୀରଦ ମହାପାତ୍ର |
ସଂଳାପ | ନୀରଦ ମହାପାତ୍ର |
କଳାକାର | କିଶୋରୀ ଦେବୀ, ସମ୍ପଦ ମହାପାତ୍ର, ମନସ୍ୱିନୀ, ମଣିମାଳା |
ସଙ୍ଗୀତ | ଭାସ୍କର ଚନ୍ଦାବରକର |
ଚିତ୍ରଗ୍ରହଣ | ରାଜ ଗୋପାଳ ମିଶ୍ର |
ସମ୍ପାଦକ | ବିବେକାନନ୍ଦ ଶତପଥୀ |
ମୁକ୍ତିଲାଭ ତାରିଖ | ୧୯୮୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମାୟା ମିରିଗ, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ନୀରଦ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏକ ଓଡ଼ିଆ କଥାଚିତ୍ର ।[୧] ଏହି ଚଳଚ୍ଚିତ୍ରଟିର ଜାତୀୟ ପୁରସ୍କାର ପାଇଥିଲା ।[୨] ଫୁରୁଣା ଫିଲ୍ମରୁ ପୁନରୁଦ୍ଧାର କରି ଏହାକୁ ୨୦୨୪ରେ ପୁନଃପ୍ରକାଶ କରାଯାଇଥିଲା ।[୩][୪]
କିଶୋରୀ ଦେବୀ, ସମ୍ପଦ ମହାପାତ୍ର, ମନସ୍ୱିନୀ, ମଣିମାଳା, ବିନୋଦ ମିଶ୍ର, ବଂଶୀଧର ଶତପଥୀ, ସୁଜାତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭାସ୍କର ଚନ୍ଦାବରକର ।
୨୦୨୦ ନଭେମ୍ବରରେ ନୀରଦ ମହାପାତ୍ରଙ୍କ ପୁଅ ସନ୍ଦୀପ ମହାପାତ୍ର ମୁମ୍ବାଇସ୍ଥିତ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନର ନିର୍ଦ୍ଦେଶକ ଶିବେନ୍ଦ୍ର ସିଂହ ଡୁଙ୍ଗରପୁରଙ୍କ ସହ ଯୋଗାଯୋଗ କରିବା ପରେ ଫିଲ୍ମର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୨୧ ଜାନୁଆରୀ ୭ ତାରିଖରେ ଚେନ୍ନାଇସ୍ଥିତ ପ୍ରସାଦ ଲ୍ୟାବରେ ଫିଲ୍ମର ମୂଳ ୧୬ ମିଲିମିଟର କ୍ୟାମେରା ନେଗେଟିଭ ମଧ୍ୟରୁ ୧୨ଟି ରିଲ୍ ମିଳିଥିଲା । ସେହି ରିଲସବୁ ଏକ ଗୋଦାମରେ ଶୁଳ୍କ ପଇଠ ନ ହେବା କାରଣରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା । ରିଲଗୁଡ଼ିକୁ ସେଠାରୁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନର ମୁମ୍ବାଇ ଲ୍ୟାବକୁ ସ୍ଥାନାନ୍ତର କରାଯାଇ ପରୀକ୍ଷଣ କରାଯାଇଥିଲା । ଏଥିରେ ରିଲରେ ଭିନେଗାର ସିଣ୍ଡ୍ରୋମ, ଭଙ୍ଗା କଣା (ବ୍ରୋକନ ପରଫୋରେସନ) ଫିମ୍ପି, ଏମଲସନରେ ହେଲୋ, ରଙ୍ଗହାନି ଭଳି ସମସ୍ୟା ଥିବା ଦେଖାଦେଇଥିଲା । ୫ ଓ ୧୨ ନମ୍ବର ରିଲ ଗୁରୁତର ସ୍ଥିତିରେ ଥିଲା ଓ ସେଥିରେ ଛବିସବୁ ପ୍ଲାଷ୍ଟିସାଇଜର ହାନି ଓ ଫିମ୍ପି ସକାଶେ ସମ୍ପୂର୍ଣ୍ଣ ବା ଆଂଶିକ ଭାବେ ଦେଖାଯାଉଥିଲା । ଭାରତରେ ସ୍କାନିଂ କଷ୍ଟକର ହେବା ସତ୍ତ୍ୱେ କିଛି ମାସ ଧରି ପୁନରୁଦ୍ଧାର କାମ ଭାରତରେ ହୋଇଥିଲା । ପରେ ସ୍କାନିଂ ପାଇଁ ବୋଲୋନାସ୍ଥିତ ଲିଇମାଜିନ ରିଟ୍ରୋଭାଟାକୁ ପଠାଯାଇଥିଲା । ସ୍କାନ ପରେ ରିଲରେ ହୋଇଥିବା କ୍ଷୟକ୍ଷତି ଦେଖିବାକୁ ମିଳିଥିଲା ଓ ସେଥିରେ ଅସ୍ପଷ୍ଟ ଛବି, ଗାର ଏବଂ ଲମ୍ବା ରେଖା ରହିଥିବା ଦେଖିବାକୁ ମିଳିଥିଲା । ନ୍ୟାସନାଲ ଫିଲ୍ମ ଆର୍କାଇଭ ଅଫ ଇଣ୍ଡିଆ (ଏନଏଫଡିସି-ଏନଏଫଏଆଇ)ରେ ଥିବା ଦୁଇଟି ୩୫ ମିଲିମିଟର ପ୍ରିଣ୍ଟରୁ ଗୋଟିଏ ପ୍ରସାଦ ଲ୍ୟାବରେ ସ୍କାନ କରାଯାଇଥିଲା । ତେବେ ସେଥିରେ ମଧ୍ୟ ସମାନ ଅସୁବିଧା ଥିବାରୁ ଉଭୟ ୧୬ ଓ ୩୫ ମିଲିମିଟର ସ୍କାନରୁ ଭଲ ଛବି ବାଛି ସେସବୁକୁ ଦୁଇମାସ ଧରି ରଙ୍ଗ ଗ୍ରେଡ଼ିଂ କରାଯାଇଥିଲା । ଏହାର ଖର୍ଚ୍ଚ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ ବହନ କରିଥିଲା ।[୫][୬][୭]