ପ୍ରେମିକ କବି ମାୟାଧର ମାନସିଂହ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନନ୍ଦଳା, ଜିଲ୍ଲା ପୁରୀ, ଓଡ଼ିଶା | ୧୩ ନଭେମ୍ବର ୧୯୦୫
ମୃତ୍ୟୁ | ୧୧ ଅକ୍ଟୋବର ୧୯୭୩ କଟକ, ଓଡ଼ିଶା, ଭାରତ | (ବୟସ ୬୭)
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ପି. ଏଚ. ଡି (ଇଂରାଜୀ) |
ସାହିତ୍ୟ କୃତି | 'କୋଣାର୍କ' 'ଏଇ ସହକାର ତଳେ' |
ପୁରସ୍କାର | ପଦ୍ମଶ୍ରୀ |
ଜୀବନସାଥୀ | ହେମଲତା ମାନସିଂହ[୧] |
ସନ୍ତାନ | ଲଳିତ, ଲଲାଟେନ୍ଦୁ, ଲାବଣ୍ୟେନ୍ଦୁ ଓ ନିବେଦିତା |
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ମାୟାଧର ମାନସିଂହ ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ନନ୍ଦଳା ଗ୍ରାମରେ ୧୯୦୫ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଲେଖିକା ଓ କବି ହେମଲତା ମାନସିଂହଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଚାରିଜଣ ସନ୍ତାନ ଲଳିତ, ଲଲାଟେନ୍ଦୁ, ଲାବଣ୍ୟେନ୍ଦୁ ଓ ନିବେଦିତା ଅଛନ୍ତି । ଖ୍ୟାତନାମା ଓଡ଼ିଶୀ ନୃତ୍ୟଗୁରୁ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ସେ ରେଭେନ୍ସା ମହାବିଦ୍ୟାଳୟ ବି.ଏ. ପାଠ୍ୟକ୍ରମ ସାରିବାପରେ ପାଟଣା ବିଶ୍ୱବିଦ୍ୟାଳୟରୁ ଏମ.ଏ. ପାସ କରିଥିଲେ ।[୨] ଇଂଲଣ୍ଡର ଡରହାମ ବିଶ୍ୱବିଦ୍ୟାଳୟରେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି. ଉପାଧି ଲାଭ କରିଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ଡକ୍ଟରେଟ ଉପାଧିଧାରୀ ।[୩]
ମାୟାଧର ମାନସିଂହ ଜଣେ ଓଡ଼ିଆ କବି ଭାବେ ସୁପରିଚିତ । ତେବେ ସେ ଅନେକ ପ୍ରବନ୍ଧ ଓ ଅନ୍ୟାନ୍ୟ ଗଦ୍ୟ ସାହିତ୍ୟ ରଚନା କରିଛନ୍ତି । ତାଙ୍କର ଜଣାଶୁଣା ପ୍ରବନ୍ଧ ପୁସ୍ତକ ମଧ୍ୟରେ "ଜୀବନ ପଥ", "ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ", "ଓଡ଼ିଆ ସମାଜ ଓ ସାହିତ୍ୟ" ପ୍ରଭୃତି ଅନ୍ୟତମ । ତାଙ୍କ ରଚନାରେ ସାଧାରଣ ଜନଜୀବନର ସମସ୍ୟା, ସମାଜ, ସସ୍କୃତି ଇତ୍ୟାଦି ବର୍ଣ୍ଣିତ ।[୪]
ଏଇ ସହକାର ତଳେ,
ସେଦିନ ପ୍ରିୟାର କରକଙ୍କଣ ଭିଡ଼ିଥିଲା ମୋର ଗଳେ
ଚାନ୍ଦିନୀ ରାତି ଉଠିଥିଲା ମାତି
ମଳୟ ପରଶ ପାଇ
ବନପକ୍ଷୀ ଦୂରେ କରୁଣ ମଧୁରେ
ଯାଉଥିଲା ଅବା ଗାଇ
ଜ୍ୟୋତ୍ସ୍ନା ଓ ଛାୟା ରଚିଥିଲା ମାୟା
ଚିତ୍ର ଏ ତରୁତଳେ
ସହଚରୀ ମୋର ପ୍ରଣୟ ବିଭୋର
ଭିଡ଼ିଥିଲା ମୋର ଗଳେ
ଏଇ ସହକାର ତଳେ
ସେ "ସେକ୍ସପିଅର"ଙ୍କ ଲିଖିତ "'Othello"ର ଓଡ଼ିଆରେ ରୂପାନ୍ତର କରିଥିଲେ ।[୭]
He returned from England with a doctorate in English Literature – the first doctorate earned in the State of Orissa