ମୁକ୍ତିୟାର୍ ଅଲ୍ଲୀ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ଗାୟକ |
ମୁକ୍ତିୟାର୍ ଅଲ୍ଲୀ ଜଣେ ରାଜସ୍ଥାନୀ ଲୋକଗୀତ ଗାୟକ । ସେ ସୁଫି ସଙ୍ଗୀତର ମୌଖିକ ପରମ୍ପରା ମିରାସିସ୍ ସମ୍ପ୍ରଦାୟର ଜଣେ ସେମି-ନୋମାଡିକ୍ ଗାୟକ ଭାବରେ ଜଣାଶୁଣା ।[୧][୨] ତାଙ୍କ ପରିବାରର ପୁରୁଷମାନେ ଅନେକ ପିଢ଼ିରୁ ମୁଖ୍ୟତଃ ସୁଫି ସଙ୍ଗୀତ ସହିତ ଜଡ଼ିତ ଅଛନ୍ତି ।[୨] ସେ କବୀର, ମୀରାବାଇ, ବୁଲେଃ ଶାହା ଭଳି କବିମାନଙ୍କର କବିତାକୁ ମୁଖ୍ୟତଃ ଗାନ କରିଥାନ୍ତି । ହଦ୍ ଅନହଦ୍ କଥାଚିତ୍ର ପାଇଁ ସେ କବୀରଙ୍କର ଅନେକ ଗୀତ ଗାଇଥିଲେ, ଯାହାକି ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା ।[୩] ୨୦୦୭ ମସିହାରେ ସେ ଆନ୍ତର୍ଜାତୀୟ ସଙ୍ଗୀତ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଅନେକ ହିନ୍ଦୀ କଥାଚିତ୍ରରେ କଣ୍ଠଦାନ କରିଛନ୍ତି, ଯେଉଁଥିରୁ ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର ଫାଇଣ୍ଡି ଫେନିର ଗୀତ 'ଫେନି ରେ' ପାଇଁ ତାଙ୍କୁ ଗ୍ଲୋବାଲ୍ ଇଣ୍ଡିୟାନ୍ ମ୍ୟୁଜିକ୍ ଏକାଡେମୀ ଅୱାର୍ଡ୍ସଦ୍ୱାରା ଶ୍ରେଷ୍ଠ ନବାଗତ ଗାୟକ ଭାବରେ ପୁରସ୍କୃତ କରାଯାଇଥିଲା ।[୪] ସେ ଫ୍ରେଞ୍ଚ ସଙ୍ଗୀତକାର ମଠିଆସ୍ ଡୁପ୍ଲେସାଏଙ୍କ ସହିତ ଏକ କଥାଚିତ୍ରରେ କାମ କରିଥିଲେ ।[୫]