ମୁକ୍ରୀ (ଜନ୍ମ ୫ ଜାନୁୟାରୀ ୧୦୨୨ ; ମୃତ୍ୟୁ ୪ ସେପ୍ଟେମ୍ବର ୨୦୦୦ ) ଜଣେ ଭାରତୀୟ ଫିଲ୍ମ ଅଭିନେତା ଯିଏ ହିନ୍ଦୀ ଚଳଚ୍ଚିତ୍ରରେ ହାସ୍ୟ ଚରିତ୍ରରେ ଅଭିନୟ କରୁଥିଲେ । ତାଙ୍କର ପୁରା ନାମ ଥିଲା ମହମ୍ମଦ ଉମାର ମୁକ୍ରୀ । ତାଙ୍କର ଜନ୍ମ ଆଲିବାଗ ଠାରେ ହେଇଥିଲା । ସେ ୧୯୪୫ ମସିହାରେ ତାଙ୍କର ପ୍ରଥମ ଫିଲ୍ମ ଦିଲୀପ କୁମାରଙ୍କ ଅଭିନୀତ ' ପ୍ରତିମା 'ରେ ଅଭିନୟ କରିଥିଲେ । ତାହା ପରେ ସେ ଦୀର୍ଘ ୫୦ ବର୍ଷ ଧରି ୬୦୦ରୁ ଉର୍ଦ୍ଧ ଫିଲ୍ମରେ ଅଭିନୟ କରିଥିଲେ
ମୁକ୍ରୀ ତାଙ୍କର ଖର୍ବକାୟ ଶରୀର , ଦନ୍ତହୀନ ହସ , ହାସ୍ୟ ଉଦ୍ଦୀପିକ ସଂଳାପ ପ୍ରଦାନ ଶୈଳୀ ଯୋଗୁ ଦର୍ଶକଙ୍କୁ ଖୁବ ଆମୋଦିତ କରି ପାରୁଥିଲେ । ଦୀର୍ଘ ୬ ଦଶନ୍ଧି ଧରି ସେ ହିନ୍ଦୀ ସିନେମାରେ ଜଣେ ଅତି ପରିଚିତ ଚେହେରାରେ ଅବତୀର୍ଣ ଥିଲେ ।
ତାଙ୍କର ଉଲ୍ଲେଖନୀୟ ଫିଲ୍ମ ମଧ୍ୟରେ ମଦର ଇଣ୍ଡିଆ (୧୯୫୭), ଶରାବୀ (୧୯୮୪), ଆମର ଆକବର ଆଣ୍ଟୋନୀ ( ୧୯୭୭), ବମ୍ବେ ଟୁ ଗୋଆ (୧୯୭୨) ଇତ୍ୟାଦି ଅନ୍ତର୍ଭୁକ୍ତ ।
ଅଭିନେତା ଦିଲୀପ କୁମାରଙ୍କ ସହପାଠୀ ଥିବା ମୁକ୍ରୀଙ୍କ ଅଭିନୟ ଜୀବନ ଭି ଦିଲୀପ କୁମାରଙ୍କ ସହ ସମାନ୍ତରାଳ ଭାବେ ଯାଇଥିଲା । ଅନେକ ଚିତ୍ରରେ ଉଭୟ ଅଭିନୟ କରିଥିଲେ । କିନ୍ତୁ ୧୯୪୫ରେ ଫିଲ୍ମ ଅଭିନୟକୁ ଆସିବା ଆଗରୁ ଜଣେ କାଜି ( ମୁସଲିମ ଧର୍ମ ଯଜକ ) ଥିଲେ ।
୨୦୦୦ ମସିହାରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ୭୮ ବର୍ଷ ବୟସରେ ମୁକ୍ରୀଙ୍କ ଦେହାନ୍ତ ହେଇଯାଇଥିଲା ହୃଦୟାଘାତ ଯୋଗୁ ।
ମୃତ୍ୟୁ ବେଳେ ମୁକ୍ରୀ ତାଙ୍କ ପତ୍ନୀଙ୍କ ବ୍ୟତୀତ ୫ ପୁତ୍ର ଓ ୨ କନ୍ୟାଙ୍କୁ ଛାଡି ଯାଇଥିଲେ । ତ ମଧ୍ୟରୁ ତାଙ୍କ ପୁତ୍ର ନାସିମ ମୁକ୍ରୀ ଜଣେ ସହ ଅଭିନେତା ହେବା ସହ ଫିଲ୍ମରେ ସଂଳାପ ରଚନା ମଧ୍ୟ କରୁଛନ୍ତି ।
Self:
Archive Footage: