Neonatal aspiration of meconium | |
![]() X-ray showing lung damage in response to meconium in a newborn. | |
ବିଭାଗ | Neonatology |
---|---|
ଲକ୍ଷଣ | Fast breathing, nasal flaring, low oxygen, greenish skin[୧][୨] |
କାରଣ | Breathing meconium around delivery[୨] |
ବିପଦ କାରକ | Fetal distress, postterm pregnancy, emergency cesarean section[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, confirmed by chest X-ray[୧] |
ସଠିକ ରୋଗ ନିର୍ଣ୍ଣୟ | Transient tachypnea of the newborn, sepsis, congenital heart disease, pneumonia, pneumothorax[୩] |
ଚିକିତ୍ସା | Oxygen therapy, non-invasive ventilation, surfactant therapy[୩] |
ପୁନଃପୌନିକ | 1% of babies[୩] |
ମେକୋନିଅମ ଆସ୍ପିରେସନ ସିଣ୍ଡ୍ରୋମ ( ଏମଆସ/MAS ), ଯାହା ନିଓନାଟାଲ ଆସ୍ପିରେସନ ଅଫ ମେକୋନିଅମ ଭାବରେ ମଧ୍ୟ ଜଣାଶୁଣା, ଏକ ରୋଗ ଯେଉଁଥିରେ ପ୍ରସବ ସମୟରେ ମେକୋନିଅମ୍ - ଆମନିଓଟିକ ଫ୍ଲୁଇଡ ଏକ ନବଜାତ ଶିଶୁର ଫୁସଫୁସରେ ପ୍ରବେଶ କରେ ।[୨] ଏହାର ଲକ୍ଷଣ ମଧ୍ୟରେ ଶ୍ୱାସକ୍ରିୟା ସମସ୍ୟା ହୁଏ ଯେପରିକି ଦ୍ରୁତ ନିଶ୍ୱାସ, ନାକ ଜଳିବା ଏବଂ କମ୍ ଅମ୍ଳଜାନ ହୋଇପାରେ ।[୧] [୨] ଯଦି ମେକୋନିଅମ ସଂସ୍ପର୍ଶ ଅଧିକ ସମୟ ଥାଏ ତେବେ ଚର୍ମର ରଙ୍ଗ ମଧ୍ୟ ସବୁଜ ହୋଇପାରେ ।[୧] ରୋଗ ଜଟିଳ ହେଲେ ନବଜାତ ଶିଶୁର କ୍ରମାଗତ ଫୁସଫୁସ ଉଚ୍ଚ ରକ୍ତଚାପ (PPHN), ବିକାଶରେ ବିଳମ୍ବ, କିମ୍ବା ମସ୍ତିଷ୍କ ସ୍ୱଳ୍ପଅମ୍ଲଜାନ (HIE) ଅନ୍ତର୍ଭୁକ୍ତ ହୋଇପାରେ ।[୩]
ପ୍ରାୟ ୧୦% କ୍ଷେତ୍ରରେ ଶିଶୁମାନେ ପ୍ରସବ ପୂର୍ବରୁ ମେକୋନିଅମ୍ ଛାଡ଼ନ୍ତି ।[୧] ବିପଦ କାରକଗୁଡ଼ିକ ମଧ୍ୟରେ ହେଉଛି ଭ୍ରୁଣର ଦୁଃଖ (ଫିଟାଲ ଡିଷ୍ଟ୍ରେସ), ସମୟ ପରବର୍ତ୍ତୀ ଗର୍ଭଧାରଣ ଏବଂ ଜରୁରୀକାଳୀନ ସିଜରିଆନ ସେକସନ ।[୩] ଏହା ପରବର୍ତ୍ତୀ ସମୟରେ ଶ୍ୱାସକ୍ରିୟାରେ ଫୁସଫୁସ ଭିତରକୁ ଚାଲିଯାଏ ତେବେ ଏହା ଫୁସଫୁସର ପ୍ରଦାହ ଏବଂ ବାୟୁପଥ ଅବରୋଧ ହୋଇପାରେ ।[୧] ଲକ୍ଷଣ ଦେଖି ଏବଂ ଛାତି ରଞ୍ଜନରଶ୍ମୀ ଚିତ୍ର ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ ।[୧]
ଚିକିତ୍ସାରେ ମୁଖ୍ୟତଃ ଅମ୍ଳଜାନ ଚିକିତ୍ସା ଏବଂ ଅଣ-ଆକ୍ରମଣକାରୀ ଭେଣ୍ଟିଲେସନ୍ ଅନ୍ତର୍ଭୁକ୍ତ ।[୩] ଗୁରୁତର କ୍ଷେତ୍ରରେ ସର୍ଫାକ୍ଟାଣ୍ଟ ଥେରାପି ବ୍ୟବହାର କରାଯାଇପାରେ ।[୩] ପିପିଏଚଏନ (PPHN)ର ଚିକିତ୍ସା ପାଇଁ ଏପିନେଫ୍ରିନ, ପ୍ରୋଷ୍ଟାଗ୍ଲାଡିନ୍ ଇ୧, କର୍ଟିସୋଲ ଏବଂ ପ୍ରଶ୍ୱାସପ୍ରାପ୍ତ ନାଇଟ୍ରିକ୍ ଅକ୍ସାଇଡ୍ (iNO) ଅନ୍ତର୍ଭୁକ୍ତ ହୋଇପାରେ । [୩] ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଇସିଏମଓ (ECMO) ଏକ ବିକଳ୍ପ ହୋଇପାରେ ।[୩] ଫଳାଫଳ ଭଲ ହୋଇପାରେ, ମୃତ୍ୟୁ ମଧ୍ୟ ହୋଇପାରେ ।[୧]
ମେକୋନିଅମ ଆସ୍ପିରେସନ ସିଣ୍ଡ୍ରୋମ ପ୍ରାୟ ୧% ଶିଶୁଙ୍କୁ ପ୍ରଭାବିତ କରିଥାଏ ।[୩] ଉଚ୍ଚମାନର ଯତ୍ନ ସହିତ ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୧% ହୁଏ; ଯଦିଓ ଐତିହାସିକ ଭାବରେ ୪୦% ଅଧିକ ହୋଇଛି |ହୋଇପାରେ ।[୩] "ମେକୋନିଅମ୍" ଶବ୍ଦଟି ଗ୍ରୀକ୍ "mēkōnion"ର ଅର୍ଥ ଅଟେ, ଯାହାର ଅର୍ଥ ଅଫିମ ପପିର ରସ ଓ ଶିଶୁ ଉପରେ ଆରିଷ୍ଟୋଟଲଦ୍ୱାରା ଦେଖାଯାଇଥିବା ପ୍ରଭାବ ।[୪]