ମେଘନା ପନ୍ତ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଶିମଲା, ହିମାଚଳ ପ୍ରଦେଶ |
ବୃତ୍ତି | ଲେଖକ, ସାମ୍ବାଦିକ, ସ୍କ୍ରିନ୍ ରାଇଟର୍ |
ଭାଷା | ଇଂରାଜୀ |
ଶିକ୍ଷା | ଏମବିଏ |
ଶିକ୍ଷାନୁଷ୍ଠାନ | ସେଣ୍ଟ ଜାଭିୟର୍ସ କଲେଜ (ମୁମ୍ବାଇ), ନାନିଆଙ୍ଗ ବ୍ୟବସାୟ ବିଦ୍ୟାଳୟ (ସିଙ୍ଗାପୁର), ସେଣ୍ଟ ଗାଲେନ ବିଶ୍ୱବିଦ୍ୟାଳୟ (ସ୍ୱିଜରଲ୍ୟାଣ୍ଡ) |
ଶୈଳୀ | ଉପନ୍ୟାସ, କ୍ଷୁଦ୍ରଗଳ୍ପ, ସ୍କ୍ରିନ୍ ଚିତ୍ର, ନାରୀବାଦ |
ୱେବସାଇଟ | |
www |
ମେଘନା ପନ୍ତ ଜଣେ ଭାରତୀୟ ଲେଖକ, ସାମ୍ବାଦିକ ଏବଂ ବକ୍ତା ଅଟନ୍ତି । ସାହିତ୍ୟ, ଲିଙ୍ଗ ପ୍ରସଙ୍ଗ ଏବଂ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ବିଭିନ୍ନ ପୁରସ୍କାର ଜିତିଛନ୍ତି । ୨୦୧୨ରେ, ସେ ତାଙ୍କର ପ୍ରଥମ ଉପନ୍ୟାସ ୱାନ ଆଣ୍ଡ ଏ ହାଫ ୱାଇଫ ପାଇଁ ମ୍ୟୁଜ୍ ଇଣ୍ଡିଆ ଯୁବ ଲେଖକ ପୁରସ୍କାର ପାଇଥିଲେ । ତାଙ୍କର କ୍ଷୁଦ୍ରଗଳ୍ପ, ହାପି ବାର୍ଥଡେ ଏବଂ ଅନ୍ୟାନ୍ୟ କାହାଣୀଗୁଡ଼ିକର ସଂଗ୍ରହ ଫ୍ରାଙ୍କ ଓ’କନୋର ଆନ୍ତର୍ଜାତୀୟ ପୁରସ୍କାର ପାଇଁ ଦୀର୍ଘ ତାଲିକାଭୁକ୍ତ ହୋଇଥିଲା ।[୧]
ପନ୍ତ ପୂର୍ବରୁ ମୁମ୍ବାଇ ଏବଂ ନ୍ୟୁୟର୍କ ସିଟିରେ ଟାଇମ୍ସ ନ୍ୟୁ, ଏନଡିଟିଭି ଏବଂ ବ୍ଲୁମବର୍ଗ-ୟୁଟିଭି ସହିତ ଏକ ବ୍ୟବସାୟ ସମ୍ବାଦ ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।[୨] ୨୦୦୮ ମସିହା ଆର୍ଥିକ ସଙ୍କଟ ସମୟରେ ସେ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରୁ ରିପୋର୍ଟ କରିଥିଲେ । ସେ ପୁରା ସମୟ ଲେଖିବା ପାଇଁ ୨୦୧୩ରେ ଭାରତକୁ ଫେରିଥିଲେ।
ତାଙ୍କର ପ୍ରଥମ ଉପନ୍ୟାସ ୱାନ ଆଣ୍ଡ ଏ ହାଫ ୱାଇଫ (ୱେଷ୍ଟଲ୍ୟାଣ୍ଡ, ୨୦୧୨) ଜାତୀୟ ମ୍ୟୁଜ୍ ଇଣ୍ଡିଆ ୟଙ୍ଗ ରାଇଟର୍ ଆୱାର୍ଡ (୨୦୧୪) ଜିତିଥିଲା ଏବଂ ଆମାଜନ ବ୍ରେକରୁ ନୋଭେଲ ପୁରସ୍କାର ପାଇଁ ତାଲିକାଭୁକ୍ତ ହୋଇଥିଲା ।[୩] ୨୦୧୮ ମସିହାରେ ଲିଙ୍ଗଗତ ସମାନତା ଉପରେ ଲେଖିବା ପାଇଁ ତାଙ୍କୁ ଲାଡଲି ମିଡିଆ ପୁରସ୍କାର ପ୍ରଦାନ କରାଯାଇଥିଲା ।[୪]
ଫ୍ରାଙ୍କ ଓ’କନୋର ଆନ୍ତର୍ଜାତୀୟ ପୁରସ୍କାର (୨୦୧୪) ପାଇଁ ପନ୍ତଙ୍କ କ୍ଷୁଦ୍ର ଗଳ୍ପ ହାପି ବାର୍ଥଡେ (ରାଣ୍ଡମ ହାଉସ୍, ୨୦୧୩)ର ତାଲିକାଭୁକ୍ତ ହୋଇଥିଲା ।[୫] ତାଙ୍କର ଦ୍ୱିତୀୟ କ୍ଷୁଦ୍ରଗଳ୍ପ ସଂଗ୍ରହ 'ଦି ଟ୍ରବୁଲ ଉଇଥ୍ ଓମ୍ୟାନ' ୨୦୧୬ ମସିହାରେ ପ୍ରକାଶିତ ହୋଇଥିଲା ।
୨୦୧୫ ମସିହାରେ, ସେ ମୁମ୍ବାଇରେ "ଫେମିନିଷ୍ଟ ରାଣୀ" ନାମକ ଏକ ମାସିକ ପ୍ୟାନେଲ ଆଲୋଚନା ଆରମ୍ଭ କରିଥିଲେ, ଯେଉଁଥିରେ ବିଭିନ୍ନ ଭାରତୀୟ ନାରୀବାଦୀଙ୍କ ସହ ସାକ୍ଷାତକାର ହୋଇଥିଲା ।[୬][୭] ତିନି ବର୍ଷର ଆଲୋଚନା ପରେ, ସେ ୨୦୧୮ ମସିହାରେ ସହ-ଲେଖକ ଶୈଳୀ ଚୋପ୍ରାଙ୍କ ସହ ମିଶି ତାଙ୍କର ପ୍ରଥମ ଅଣ-କାଳ୍ପନିକ ପୁସ୍ତକ ଫେମିନିଷ୍ଟ ରାନୀରେ ସାକ୍ଷାତକାରର ଏକ ସଂଗ୍ରହ ପ୍ରକାଶ କରିଥିଲେ ।[୮] ନାରୀବାଦୀ ରାଣୀଙ୍କୁ କମଳା ଭାସିନ ପ୍ରଶଂସା କରିଥିଲେ ଯେ ଏକ ଶକ୍ତିଶାଳୀ, ସମ୍ବେଦନଶୀଳ ଏବଂ ଚିନ୍ତାଉଦ୍ରେକକାରୀ ପୁସ୍ତକ ଯାହା ମହିଳା ଏବଂ ପୁରୁଷ ସମାନ ବୋଲି ଭାବୁଥିବା ବ୍ୟକ୍ତି ତଥା ସମାନ ବୋଲି ଭାବୁନଥିବା ବ୍ୟକ୍ତିଙ୍କ ପାଇଁ ପଢ଼ିବା ନିହାତି ଆବଶ୍ୟକ ।[୮]
ପାରିବାରିକ ହିଂସା ଅଙ୍ଗେ ନିଭାଇଥିବା ବ୍ୟକ୍ତି ଭାବରେ ସେ TEDx[୯] ସମେତ ଅନେକ ପ୍ଲାଟଫର୍ମରେ ନିଜର ବ୍ୟକ୍ତିଗତ ଅଭିଜ୍ଞତା ବାବଦରେ କଥା ହୋଇ ମହିଳାମାନଙ୍କୁ ଘରୋଇ ହିଂସା ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଅନୁରୋଧ କରିଥିଲେ ।[୧୦]
ନ୍ୟୁଜ୍ ପୋର୍ଟାଲ୍ ଫର୍ଷ୍ଟପୋଷ୍ଟ ପାଇଁ ସେ ବିଭିନ୍ନ ମହିଳା-କେନ୍ଦ୍ରିକ ଶୋ’କୁ ମଧ୍ୟ ଆଙ୍କର୍ କରିଥିଲେ ।[୧୧][୧୨] ୨୦୧୯ ମସିହାରେ, ପନ୍ତ ଅମିତାଭ ବଚ୍ଚନଙ୍କ ସହ ସୋ କୌନ ବାନେଗା କରୋଡପତୀରେ ବିଶେଷଜ୍ଞ ଭାବରେ ଦେଖାଦେଇଥିଲେ ।[୧୩]
ନୋଭେଲ
ସଂକ୍ଷିପ୍ତ କାହାଣୀ
ଅଣ-କାଳ୍ପନିକ
ସୁଜାତା ଏବଂ ଦୀପ ଚନ୍ଦ୍ର ପନ୍ତଙ୍କ କନ୍ୟା ମେଘନା ଶିମଲାରେ ଜନ୍ମଗ୍ରହଣ କରିଥିଲ । ମେଘନାଙ୍କ ପିତା, ମାତା ଉଭୟ ଭାରତୀୟ ରାଜସ୍ୱ ସେବାରେ କାର୍ଯ୍ୟ କରିଥିଲେ ଏବଂ ୨୦୧୨ରେ ଯଥାକ୍ରମେ ମୁମ୍ବାଇ ଏବଂ କୋଲକାତାର ମୁଖ୍ୟ ଆୟକର କମିଶନର ଭାବରେ ଅବସର ନେଇଥିଲେ ।[୨୪] ମେଘନା ସ୍ୱାମୀ ଏବଂ ଦୁଇ ଝିଅଙ୍କ ସହ ମୁମ୍ବାଇରେ ରୁହନ୍ତି ।[୨୫]
{{cite web}}
: Missing or empty |title=
(help)
{{cite web}}
: Missing or empty |title=
(help)
{{cite web}}
: Missing or empty |title=
(help)
{{cite web}}
: Missing or empty |title=
(help)ଛାଞ୍ଚ:SemiBareRefNeedsTitle
{{cite web}}
: Missing or empty |title=
(help)
{{cite web}}
: Missing or empty |title=
(help)