ମେଘା ବର୍ମନ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ, ତେଲୁଗୁ, ତାମିଲ ଏବଂ ବଙ୍ଗଳା ଅଦି ଭାଷାର କଥାଚିତ୍ର ଜଗତରେ ସକ୍ରିୟ ଅଛନ୍ତି । ୨୦୦୩ ମସିହାରେ ସେ ହିନ୍ଦୀ କଥାଚିତ୍ର ପାପ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।
୨୦୧୧ ମସିହାରେ ସେ ସୋହନ ରାୟଙ୍କଦ୍ୱାରା ନିର୍ମିତ କଥାଚିତ୍ର ଡ୍ୟାମ୍ରେ ରଜିଆ ଭୂମିକାର ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟି ତାମିଲନାଡ଼ୁ ଏବଂ କେରଳ ମଧ୍ୟରେ ଉପୁଜିଥିବା ମୁଲ୍ଲାପେୟାର ଡ୍ୟାମ ବିବାଦ ଉପରେ ଆଧାରିତ ହୋଇଥାଇପାରେ ବୋଲି ଅନୁମାନ କରାଯାଇଥିଲା ।[୨] ଡିଏମକେ ପାର୍ଟି ମୁଖ୍ୟ ଏମ. କରୁଣାନିଧି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ଲୋକଙ୍କ ସୁରକ୍ଷା ପାଇଁ ଏହି କଥାଚିତ୍ରଟି ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନୁରୋଧ କରିଥିଲେ ।[୩] ଫଳରେ ନଭେମ୍ବର ୨୫ରେ ଏହାର ନିର୍ଦ୍ଧାରିତ ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ଏହି କଥାଚିତ୍ର ତାମିଲନାଡ଼ୁ ଏବଂ କେରଳ ମଧ୍ୟରେ ସମ୍ପର୍କକୁ ବ୍ୟାହତ କରିବ ବୋଲି ତାମିଲନାଡ଼ୁ ରାଜ୍ୟ ସରକାର ଏହାର ମୁକ୍ତିଲାଭ ଉପରେ ରୋକ ଲଗାଇଥିଲେ ।[୪]
ସେ ଓରୁ ମୋଦଲ ଓରୁ କାଦଲ କଥାଚିତ୍ରର ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ।[୫] ୨୦୧୪ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ବାଲାଡ୍ ଅଫ୍ ରୁଷ୍ତମ୍ ଏକାଡେମୀ ପୁରସ୍କାରରେ ପ୍ରଦର୍ଶିତ ହୋଇଥିଲା ।[୬] ୨୦୨୦ ମସିହାରେ ସେ ହିନ୍ଦୀ କଥାଚିତ୍ର ପଙ୍ଗାରେ ନିଶା ଦାସଙ୍କ ଭୂମିକାରେ ଅଭିନୟ କରିଥିଲେ ।
ବର୍ଷ | କଥାଚିତ୍ର | ଭୂମିକା | ଭାଷା | ଟିପ୍ପଣୀ | |
---|---|---|---|---|
୨୦୦୩ | ପାପ୍ | ଡିସିପିଙ୍କ ଝିଅ | ହିନ୍ଦୀ | |
୨୦୦୮ | ଅଙ୍କିତ, ପଲ୍ଲବୀ ଆଣ୍ଡ ଫ୍ରେଣ୍ଡସ୍ | ପଲ୍ଲବୀ | ତେଲୁଗୁ | |
୨୦୧୧ | ଡ୍ୟାମ୍ ୯୯୯ | ରଜିଆ | ଇଂରାଜୀ | |
୨୦୧୨ | ବଲ୍ଲାଡ୍ ଅଫ୍ ରୁଷ୍ତମ | |||
୨୦୧୩ | ଦ ସୁଇଟ୍ ଲାଇଫ୍ ଅଫ୍ କରନ୍ ଆଣ୍ଡ୍ କବିର | ନିଆ | ହିନ୍ଦୀ | ଦୂରଦର୍ଶନ ଧାରାବାହିକ |
ଲଟ୍ଟୁ | ବଙ୍ଗଳା | [୭] | ||
୨୦୧୪ | ଓରୁ ମୋଦଲ ଓରୁ କଦଲ | ଅନୁଷ୍କା | ତାମିଲ | |
୨୦୨୦ | ପଙ୍ଗା | ନିଶା ଦାସ | ହିନ୍ଦୀ |