ଦ ନ୍ୟାସନାଲ୍ ଷ୍ଟାଡିଅମ୍ | |
![]() ୨୦୧୦ ମସିହାରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିଅମ | |
Full name | ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିଅମ |
---|---|
Former names | ନ୍ୟାସନାଲ୍ ଷ୍ଟାଡିଅମ |
Location | ନୂଆ ଦିଲ୍ଲୀ, ଭାରତ |
Coordinates | 28°36′45″N 77°14′14″E / 28.61250°N 77.23722°E |
Owner | ଭାରତୀୟ କ୍ରୀଡ଼ା ପ୍ରାଧୀକରଣ |
Operator | ଭାରତୀୟ କ୍ରୀଡ଼ା ପ୍ରାଧୀକରଣ |
Capacity | ୧୬,୨୦୦ |
Construction | |
Opened | ୧୯୩୩ |
Rebuilt | ୨୦୧୦ |
ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିଅମ, ହେଉଛି ନୂଆ ଦିଲ୍ଲୀରେ ଥିବା ଏକ ହକି ଷ୍ଟାଡିଅମ । ଏହି ଷ୍ଟାଡିଅମର ପୂର୍ବ ନାମ ଥିଲା ନ୍ୟାସନାଲ୍ ଷ୍ଟାଡିଅମ । ଏହି ଷ୍ଟାଡିଅମର ନାମ ପୂର୍ବତନ ଭାରତୀୟ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହୋଇଛି । ୧୯୫୧ ମସିହାରେ ପ୍ରଥମ ଏସିଆନ୍ ଗେମ୍ସରେ ଏହି ଷ୍ଟାଡିଅମରେ ମଧ୍ୟ ଆୟୋଜନ କରାଯାଇଥିଲା ।[୧]
ଏହି ଷ୍ଟାଡିଅମଟି ୧୯୩୩ ମସିହାରେ ନିର୍ମାଣ କରାଯାଇଥିଲା, ଯାହାକି ଭବନଗରର ମହାରାଜାଙ୍କ ତରଫରୁ ଦିଲ୍ଲୀ ପାଇଁ ଏକ ଉପହାର ସ୍ୱରୂପ ନିର୍ମିତ ହୋଇଥିଲା । ଏହା ପ୍ରଥମରୁ ଏକ ବହୁମୁଖୀ ଷ୍ଟାଡିଅମ ଥିଲା ଏବଂ ଏହାର ନାମ ଇରୱିନ୍ ଆମ୍ଫିଥେଟର ରଖାଯାଇଥିଲା । ଏହି ଷ୍ଟାଡିଅମଟି ଆନ୍ଥୋନି ଏସ୍. ଡିମିଲୋଙ୍କଦ୍ୱାରା ଡିଜାଇନ୍ କରାଯାଇଥିଲା ଏବଂ ଲର୍ଡ ୱିଲିଙ୍ଗଡନ୍ ଏହାର ଉଦ୍ଘାଟନ କରିଥିଲେ । ନୂଆଦିଲ୍ଲୀର ସ୍ଥପତି ଏଡୱିନ୍ ଲୁଟିଏନ୍ସଙ୍କର ମୂଳ ନକ୍ସା ଅନୁଯାୟୀ, ପୃଷ୍ଠଭୂମିରେ ଐତିହାସିକ ପୁରୁନା କିଲ୍ଲାର (ପୁରୁଣା ଦୁର୍ଗ) ସ୍ପଷ୍ଟ ଦୃଶ୍ୟ ପ୍ରଦାନ କରିବା ପାଇଁ ସେଠାରେ ବଗିଚା ରହିବା ଆବଶ୍ୟକ ଥିଲା, କିନ୍ତୁ କିଛି ଅସୁବିଧା ହେତୁ ସେହି ଯୋଜନାକୁ ଅଗ୍ରାହ୍ୟ କରାଯାଇଥିଲା । ୧୯୫୧ ଏସିଆନ୍ ଗେମ୍ସ ପୂର୍ବରୁ ଏହାର ନାମ ଜାତୀୟ ଷ୍ଟାଡିୟମ୍ ରଖାଯାଇଥିଲା, ୨୦୦୨ ମସିହାରେ ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ କାଯାଇଥିଲା ।[୧][୨]
୨୦୧୦ ପୁରୁଷ ହକି ବିଶ୍ୱକପ୍ ପାଇଁ ଧ୍ୟାନଚାନ୍ଦ ଷ୍ଟାଡିୟମ୍ ମୁଖ୍ୟ ଆୟୋଜନ ସ୍ଥାନ ଥିଲା ।[୩] ଏହା ମଧ୍ୟ ୨୦୧୦ କମନୱେଲ୍ଥ ଗେମ୍ସର ଫିଲ୍ଡ ହକି ସ୍ଥାନ ଥିଲା । ହକି ବିଶ୍ୱକପ ୨୦୧୦ ପୂର୍ବରୁ ଷ୍ଟାଡିୟମରେ ଏକ ପ୍ରମୁଖ ପୁନଃ-ନିର୍ମାଣ ପ୍ରକଳ୍ପ କରାଯାଇଥିଲା ।
୨୪ ଜାନୁଆରୀ ୨୦୧୦ରେ ଏହା ୨୦୧୦ କମନୱେଲ୍ଥ୍ ଗେମ୍ସର ପ୍ରଥମ ସ୍ଥାନ ଭାବରେ ଉନ୍ମୋଚିତ ହୋଇଥିଲା ।[୪] ଷ୍ଟାଡିଅମକୁ ୨୬୨ କୋଟି ଟଙ୍କା ବ୍ୟୟରେ ପୁନଃ-ନିର୍ମାଣ କରାଯାଇଥିଲା, ଯାହା ମୂଳ ବଜେଟଠାରୁ ୫୦ କୋଟି ଅଧିକ ଥିଲା ।[୫]