Clinical data | |
---|---|
Trade names | Provera, Depo-Provera, Depo-SubQ Provera 104, Curretab, Cycrin, Farlutal, Gestapuran, Perlutex, Veramix, others[୧] |
Synonyms | NSC-26386[୨] |
AHFS/Drugs.com | monograph |
MedlinePlus | a604039 |
Pregnancy category |
|
Routes of administration | by mouth, intramuscular, subcutaneous |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 99%[୩] |
Protein binding | 88% (to albumin)[୩] |
Elimination half-life | By mouth: 12–33 hours[୪][୫] I.M.: ~50 days[୬] S.C.: ~40 days[୭] |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.689 |
Chemical and physical data | |
Formula | C24H34O4 |
Molar mass | 386.52 g/mol |
3D model (JSmol) | |
| |
| |
(verify) |
ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟ (ଇଂରାଜୀ ଭାଷାରେ Medroxyprogesterone acetate ବା MPA), ବିକ୍ରୟ ନାମ ଡେପୋ-ପ୍ରୋଭେରା/Depo-Provera) ଏକ କୃତ୍ରିମ ପ୍ରଜେସ୍ଟିନ (progestin) ଟାଇପର ହରମୋନ (hormone) ଯାହା କାରଖାନାରେ ପ୍ରସ୍ତୁତ କରାଯାଏ । ଏହା ଜନ୍ମ ନିରୋଧ (birth control) ନିମନ୍ତେ ଓ ଋତୁବନ୍ଦ ଲକ୍ଷଣ (menopausal symptoms) ଉପସମ ନିମନ୍ତେ ହରମୋନ ବଦଳ ଥେରାପି (hormone replacement therapy) ଭାବରେ ବ୍ୟବହାର କରାଯାଏ ।ଏଣ୍ଡୋମେଟ୍ରିଓସିସ, ଅସାଧାରଣ ଜରାୟୁ ରକ୍ତସ୍ରାବ (abnormal uterine bleeding), ପାରାଫିଲିଆ (abnormal sexuality in males) ଓ କେତେକ କର୍କଟ ରୋଗର ଚିକିତ୍ସାରେ ଦିଆଯାଏ । ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (into a muscle) ବା ଚର୍ମତଳ ଇଞ୍ଜେକସନ (under the skin) ଆକାରରେ ଦିଆଯାଏ ।[୮]
ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଋତୁରୋଧ (no periods), ପେଟ ଯନ୍ତ୍ରଣା, ମୁଣ୍ଡବଥା ଓ ଉଦ୍ବେଗ (anxiety) ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ଓଷ୍ଟିଓପୋରୋସିସ, ରକ୍ତ ଜମାଟ (blood clots), ଆଲର୍ଜି ପ୍ରତିକ୍ରିୟା, ଅବସାଦ (depression) ଓ ଯକୃତ ସମସ୍ୟା (liver problems) ଦେଖାଯାଇପାରେ । ଗର୍ଭାବସ୍ଥାରେ ଦେଲେ ଶିଶୁର ହାନୀ ହୋଇପାରେ । ଦେହରୁ ନିର୍ଗତ ହେଉଥିବାଗୋନାଡୋଟ୍ରପିନ (gonadotropins) କ୍ଷରଣ ଏହା କମେଇ ଦେଇ କାର୍ଯ୍ୟକ୍ଷମ ହୁଏ ।[୮]
ସନ ୧୯୫୮ରେ ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟ ପେଟେଣ୍ଟ ହୋଇଥିଲା ଓ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୯] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଭାଏଲର ମୂଲ୍ୟ ୦.୫୯ରୁ ୧.୫୭ ଆମେରିକୀୟ ଡଲାର ।[୧୧] ଇଂଲଣ୍ଡରେ ଏହି ଡୋଜର ମୂଲ୍ୟ ପ୍ରାୟ ୬.୦୧ ପାଉଣ୍ଡ । [୧୨] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଡୋଜର ମୂଲ୍ୟ ପ୍ରାୟ ୨୫ ଆମେରିକୀୟ ଡଲାରରୁ କମ୍ ଥିଲା । [୧୩]
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)
{{cite book}}
: Unknown parameter |name-list-format=
ignored (|name-list-style=
suggested) (help)