Monoclonal antibody | |
---|---|
Type | Whole antibody |
Source | Humanized (from mouse) |
Target | IL-5 |
Clinical data | |
Trade names | Nucala |
AHFS/Drugs.com | monograph |
MedlinePlus | a615058 |
data |
|
Pregnancy category | |
Routes of administration | Subcutaneous injection |
Legal status | |
Legal status | |
Pharmacokinetic data | |
Bioavailability | 80% (estimate) |
Protein binding | None |
Metabolism | Proteolytic enzymes |
Elimination half-life | 20 (16–22) days |
Chemical and physical data | |
Molar mass | 149 000 |
(verify) |
ମେପୋଲିଜୁମାବ, ଏକ ବେପାର ନାମ ନ୍ୟୁକାଲା, ହେଉଛି ଏକ ଔଷଧ ଯାହା ଇଓସିନୋଫିଲିକ୍ ଆଜ୍ମା, ପଲିଆଞ୍ଜାଇଟିସ୍ ସହିତ ଇଓସିନୋଫିଲିକ୍ ଗ୍ରାନୁଲୋମାଟୋସିସ୍ ଏବଂ ହାଇପରଇସିନୋଫିଲିକ୍ ସିଣ୍ଡ୍ରୋମ ରୋଗ ମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଚର୍ମ ତଳେ ଇଞ୍ଜେକ୍ସନ ଦେଇ ଏହା ଦିଆଯାଏ | [୩] ପ୍ରଭାବ ପ୍ରାୟ ତିନି ଦିନରୁ ଆରମ୍ଭ ହୋଇ 6 ମାସ ପର୍ଯ୍ୟନ୍ତ ରହିପାରେ | [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଇଞ୍ଜେକସନ ନେଇଥିବା ସ୍ଥାନରେ ପ୍ରତିକ୍ରିୟା ଏବଂ ପିଠି ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ, ହର୍ପିସ ଜୋସ୍ଟର ଏବଂ ମୂତ୍ରନଳୀ ସଂକ୍ରମଣ ହୋଇପାରେ ।[୩] ଏହାକୁ କୃମି ରୋଗ ଥିବା ଲୋକଙ୍କୁ ଦିଆଯିବା ଉଚିତ ନୁହେଁ ।[୪] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲୁକିନ୍ -୫ (ଆଇଏଲ୍ -୫) ସହିତ ଅନୁବନ୍ଧିତ ହୋଇ ଅବରୋଧ କରିବା ଫଳରେ ଇଓସିନୋଫିଲ ସଂଖ୍ୟା ହ୍ରାସ ହୁଏ ।[୩]
୨୦୧୫ ମସିହା ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ମେପୋଲିଜୁମାବ ଅନୁମୋଦିତ ହୋଇଥିଲା । [୨][୩] ଯୁକ୍ତରାଷ୍ଟ୍ରରେ ଏହି ଔଷଧର ଏକ ମାତ୍ରାର ମୂଲ୍ୟ ପ୍ରାୟ ୩,୩୦୦ ଡଲାର ଅଟେ ।[୫]