ମୋହନ ଜେନା

ମୋହନ ଜେନା
ସାଂସଦ: ଲୋକ ସଭା
ନିର୍ବାଚନ ମଣ୍ଡଳୀଯାଜପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1957-07-14) ୧୪ ଜୁଲାଇ ୧୯୫୭ (ବୟସ ୬୭)
ଯାଜପୁର, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀହରପ୍ରିୟା ପାଣିଗ୍ରାହୀ (୧ ଜାନୁଆରୀ ୧୯୯୦)
ସନ୍ତାନ୧ ଝିଅ
ବାପା/ବୋଉଗୋକୁଳି ଜେନା (ବାପା)
ଗେହ୍ଲାରାଣୀ ଜେନା (ମାଆ)
ଘରଯାଜପୁର, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର: [୧]

ମୋହନ ଜେନା (ଜନ୍ମ: ୧୪ ଜୁଲାଇ ୧୯୫୭[]) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଓଡ଼ିଶାର ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ଜଣେ ପ୍ରତିନିଧି ଭାବରେ ପ୍ରଥମେ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇ ପରେ ୧୫ଶ ଲୋକ ସଭାକୁ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ ଓ ପରିବାର

[ସମ୍ପାଦନା]

ମୋହନ ଜେନା ୧୪ ଜୁଲାଇ ୧୯୫୭ରେ ଓଡ଼ିଶାର ଯାଜପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପା ଗୋକୁଳି ଜେନା ଓ ମାଆ ଗେହ୍ଲାରାଣୀ ଜେନା ।[] ସେ ୧୯୯୦ ମସିହାରେ ହରପ୍ରିୟା ପାଣିଗ୍ରାହିଙ୍କୁ ବିବାହ କରିଥିଲେ ।[]

ରାଜନୀତି

[ସମ୍ପାଦନା]

ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଶେଷ କରିବାପରେ ରାଜନୀତିରେ ଯୋଗ ଦେଇଥିଲେ । ୧୯୯୨ରୁ ୧୯୯୪ ପର୍ଯ୍ୟନ୍ତ ସେ ଓଡ଼ିଶା ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଥିଲେ ଏବଂ ପରେ ୧୯୯୪ରୁ ୧୯୯୮ ପର୍ଯ୍ୟନ୍ତ ଜନତା ଦଳର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।[] ୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[] ଏହାପରେ ପୁଣି ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Detailed Profile: Shri Mohan Jena". archive.india.gov.in (in English). India.gov.in. Archived from the original on 24 January 2019. Retrieved 24 January 2019.{{cite web}}: CS1 maint: unrecognized language (link)
  2. MISHRA, ASHUTOSH. "Stars win Naveen's confidence - Ghadei, Mohan Jena denied BJD tickets". www.telegraphindia.com (in ଇଂରାଜୀ). Bhubaneswar: The Telgraph. Retrieved 24 January 2019. {{cite news}}: More than one of |author1= and |last1= specified (help)