ବ୍ୟକ୍ତିଗତ ତଥ୍ୟ | |
---|---|
ପୂରା ନାମ | ରଚିତା ପଣ୍ଡା ମିସ୍ତ୍ରୀ |
ଜାତୀୟତା | ![]() |
ଜନ୍ମ | ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶା | ୪ ମାର୍ଚ୍ଚ ୧୯୭୪
ଉଚ୍ଚତା | ୧.୬୪ m (୫ ft 4 1⁄2 in) |
ଓଜନ | 55 kg (121 lb; 8.7 st) |
Sport | |
ଦେଶ | ଭାରତ |
କ୍ରୀଡ଼ା | ଦୌଡ଼ |
Event(s) | 100 ମିଟର, 200 ମିଟର |
Club | ଭାରତୀୟ ରେଳବାଇ |
Retired | No |
Achievements and titles | |
Personal best(s) | 100 m: 11.38 (ଥିରୁଭାନନ୍ତପୁରମ୍ 2000) 200 m: 23.10 (ଚେନ୍ନାଇ 2000) |
ରଚିତା ମିସ୍ତ୍ରୀ (ଜନ୍ମ 04 ମାର୍ଚ୍ଚ 1974)[୨] ହେଉଛନ୍ତି ମୁମ୍ବାଇ, ମହାରାଷ୍ଟ୍ରରୁ ଜଣେ ଭାରତୀୟ ପେଶାଦାର ଦୌଡ଼ାଳୀ। ୧୨ ଅଗଷ୍ଟ ୨୦୦୦ରେ ଥିରୁଭାନନ୍ତପୁରମ୍ଠାରେ ଅନୁଷ୍ଠିତ ନ୍ୟାସନାଲ ସର୍କିଟ ଆଥଲେଟିକ ମିଟରେ ସେ ୧୦୦ ମିଟର ଦୌଡ଼କୁ ୧୧.୩୮ ସେକେଣ୍ଡରେ ପୂରା କରି ଜାତୀୟ ରେକର୍ଡ କରିଛନ୍ତି। [୩][୪] ଯାହାକୁ ୨୦୧୩ରେ ମର୍ଲିନ କେ ଜୋସେଫଙ୍କ ପୂର୍ବରୁ ୧୩ ବର୍ଷ ପର୍ଯ୍ୟନ୍ତ କେହି ବଳି ଯାଇ ନ ଥିଲେ। [୫] ୫ ଜୁଲାଇ ୨୦୦୧ରେ ବାଙ୍ଗାଲୁରୁଠାରେ ସେ ନିଜର ସର୍ବୋତ୍ତମ କୃତି ୧୦୦ ମିଟରକୁ ୧୧.୨୬ ସେକେଣ୍ଡରେ ଦୌଡ଼ ପୂରା କରି ସେ ପି.ଟି. ଉଷାଙ୍କର ଦୀର୍ଘ ଦିନର ୧୧.୩୯ ସେକେଣ୍ଡର ଜାକର୍ତ୍ତାରେ ଅନୁଷ୍ଠିତ ୧୯୮୫ର ଏସିୟାନ କ୍ରୀଡ଼ା ଚାମ୍ପିୟନସିପ ରେକର୍ଡକୁ ଭଙ୍ଗ କରିଥିଲେ। [୬][୭] ତେବେ କେତେକ ବିବାଦ/ବିତର୍କ ପରେ, [୮][୯] ଭାରତର ଆମାଚ୍ୟୁର ଆଥଲେଟିକ ଫେଡେରେସନ (AAFI) ଏହି ଜାତୀୟ ରେକର୍ଡକୁ ପୁଷ୍ଟି କରି ନ ଥିଲେ। କାରଣ ଥିଲା ଯେ ଏହି କ୍ରୀଡ଼ା ସମୟରେ ତାଙ୍କୁ କିଛି ଶକ୍ତିବର୍ଦ୍ଧକ ଔଷଧି ଦିଆ ଯାଇଥିଲା କି ନା ତା'ର ଡୋପ ପରୀକ୍ଷଣ କରା ଯାଇ ନ ଥିଲା। [୧୦] ତେବେ AAIF ଏହା ସ୍ପଷ୍ଟ କରିଥିଲେ ଯେ କ୍ରୀଡ଼ାବିତ୍ଙ୍କର ଏହି ରେକର୍ଡ ତାଙ୍କର ବ୍ୟକ୍ତିଗତ ସର୍ବୋତ୍ତମ ରେକର୍ଡ ହିସାବରେ ପରିଗଣିତ ହେବ।[୧୦]
ରଚିତା ପି.ଟି. ଉଷା ଓ ଇ.ବି. ଶିଲାଙ୍କ ସହିତ ୧୯୯୮ର ଏସିୟାନ ଚାମ୍ପିୟନସିପ ଆଥଲେଟିକ୍ରେ ଭାରତର ପ୍ରତିନିଧିତ୍ୱ ୪x୧୦୦ ମିଟର ରିଲେ ଦୌଡ଼ରେ କରିଥିଲେ। ଏଠାରେ ୪୪.୪୩ ସେକେଣ୍ଡରେ ଦଉଡ ରେକର୍ଡ କରିବା ସହିତ ତାଙ୍କ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିଲା। [୧୧][୧୨] ପରେ ୨୦୦୦ ଗ୍ରୀଷ୍ମ ଅଲିମ୍ପିକ ବା ୨୦୦୦ ସିଡନୀ ଅଲିମ୍ପିକ୍ରେ ୪x୧୦୦ ମିଟର ରିଲେ ଦୌଡ଼ରେ ଭି ଜୟଲକ୍ଷ୍ମୀ, ବିନୀତା ତ୍ରିପାଠୀ ଏବଂ ସରସ୍ୱତୀ ସାହାଙ୍କୁ ନେଇ ଗଠିତ ତାଙ୍କ ଟିମ୍ ପ୍ରଥମ ରାଉଣ୍ଡକୁ ୪୫.୨୦ ସେକେଣ୍ଡରେ ପୂରା କରିଥିଲେ। [୧୩][୧୪]
ରଚିତା ମଧ୍ୟ ଜଣେ ପୂର୍ବତନ ୨୦୦ ମିଟର ଦୌଡ ରେକର୍ଡକାରୀ ଅଟନ୍ତି। ସେ ୩୧ ଜୁଲାଇ ୨୦୦୦ରେ ଚେନ୍ନାଇଠାରେ ଅନୁଷ୍ଠିତ ଏକ ଦୌଡକୁ ୨୩.୧୦ ସେକେଣ୍ଡରେ ପୂରା କରିଥିଲେ। [୧୫] ଏହାଦ୍ୱାରା ସେ ପି.ଟି. ଉଷାଙ୍କର ପୂର୍ବ ରେକର୍ଡକୁ ଭାଙ୍ଗିଥିଲେ। ରଚିତାଙ୍କର ୨୦୦ ମିଟରର ରେକର୍ଡ ପରେ ଅଗଷ୍ଟ ୨୦୦୨ରେ ସରସ୍ୱତୀ ସାହାଙ୍କଦ୍ୱାରା ପ୍ରତିସ୍ଥାନିତ ହୋଇଥିଲା। [୧୫] ୧୯୯୮ରେ ଭାରତୀୟ କ୍ରୀଡ଼ାକୁ ତାଙ୍କ ଅବଦାନ ପାଇଁ ସେ ଅର୍ଜ୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। [୧୬]
Year | Competition | Venue | Position | Notes |
---|---|---|---|---|
ପ୍ରତିନିଧିତ୍ୱ ![]() | ||||
1998 | ଏସୀୟାନ ଚାମ୍ପିୟନସିପ୍ | ଫୁକୁଓକା, ଜାପାନ | ପ୍ରଥମ | 4 x 100 m NR |
2000 | ଏସୀୟାନ ଚାମ୍ପିୟନସିପ୍ | ଜାକର୍ତ୍ତା, ଇଣ୍ଡୋନେସିଆ | 3rd | 100 m |