ରମାକାନ୍ତ ପଣ୍ଡା | |
---|---|
ଜନ୍ମ | ରମାକାନ୍ତ ପଣ୍ଡା ୩ ଅପ୍ରେଲ ୧୯୫୪ ଦାମୋଦରପୁର, ଯାଜପୁର ଜିଲ୍ଲା |
ଜାତୀୟତା | ଭାରତୀୟ |
ଶିକ୍ଷା | ଏମ.ବି.ବି.ଏସ |
ଶିକ୍ଷାନୁଷ୍ଠାନ | ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ,ପ୍ରୀତିପୁର ହାଇସ୍କୁଲ |
ବୈବାହିକ-ସାଥୀ | ସଂଘମିତ୍ରା |
ସନ୍ତାନ | ଶାଶ୍ୱତ, ସୋନାଲ |
ପିତାମାତା | ଜବକୁସୁମ(ମାତା) |
ସମ୍ପର୍କୀୟ | ରାଧାକାନ୍ତ(ଭାଇ) |
Medical career | |
Profession | ହୃଦରୋଗ ବିଶେଷଜ୍ଞ |
Institutions | ଏସିଆନ୍ ହାର୍ଟ ଇନଷ୍ଟିଚୁଟ |
Specialism | ହୃଦ ସର୍ଜନ ରିଡୁ ବାଇପାସ ସର୍ଜନ |
ରମାକାନ୍ତ ପଣ୍ଡା (ଜନ୍ମ ୩ ଅପ୍ରେଲ ୧୯୫୪) ଜଣେ ହୃଦରୋଗ ବିଶେଷଜ୍ଞ ଓ ମୂମ୍ବାଇରେ ଅବସ୍ଥିତ ଏସିଆନ୍ ହାର୍ଟ ଇନଷ୍ଟିଚୁଟର ପ୍ରବନ୍ଧ ନିର୍ଦ୍ଦେଶକ । ସେ ୨୦୦୨ ମସିହାରେ ଏସିଆନ୍ ହାର୍ଟ ଇନଷ୍ଟିଚୁଟ ପ୍ରତିଷ୍ଠା କରିଥିଲେ । ୨୦୧୪ ମସିହା ସୁଦ୍ଧା ସେ ୨୦,୦୦୦ ହୃଦୟ ଅସ୍ତ୍ରୋପଚାର କରିସାରିଛନ୍ତି ।[୧] ରମାକାନ୍ତଙ୍କର ଅସ୍ତ୍ରୋପଚାରର ସଫଳତାର ହାର ୯୯.୬% ।[୨] ଡ଼. ପଣ୍ଡାଙ୍କୁ 'ବିଶ୍ୱର ଅନ୍ୟତମ ସୁରକ୍ଷିତ ହାର୍ଟ ସର୍ଜନ'[୩] କୁହାଯାଏ । ମେଡଗେଟ ଟୁଡେ ଡାକ୍ତର ପଣ୍ଡାଙ୍କୁ ନମ୍ବର ୧ ହୃଦୟ ଅସ୍ତ୍ରୋପଚାରକ କହିବା ସହିତ, ଭାରତର ସ୍ୱାସ୍ଥ୍ୟ ବିଭାଗରେ ବଞ୍ଚିରହିଥିବା ଶ୍ରେଷ୍ଠ ୨୫ ଜଣ କିମ୍ବଦନ୍ତୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବୋଲି ସମ୍ମାନିତ କରିଥିଲେ ।[୪]
ରମାକାନ୍ତ ପଣ୍ଡା, ଯାଜପୁର ଜିଲ୍ଲାର ଦାମୋଦରପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ମାତାଙ୍କ ନାମ ଜବକୁସୁମ । ରାଧାକାନ୍ତ ତାଙ୍କର ସାନ ଭାଇ । ସେ ଯାଜପୁରର ପ୍ରୀତିପୁର ହାଇସ୍କୁଲରୁ ସ୍କୁଲ ଶିକ୍ଷା ଲାଭ କରିଥିଲେ । ପ୍ରୀତିପୁର ହାଇସ୍କୁଲର ଶିକ୍ଷକ ସତୀଶ ଚନ୍ଦ୍ର ଦାସ ରମାକାନ୍ତଙ୍କୁ ସ୍ୱପ୍ନ ଦେଖିବାକୁ ଓ ସେଥିପ୍ରତି ସାଧନା କରିବାକୁ ଉତ୍ସାହ କରିଥିଲେ ।[୬] ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ କଲେଜ ଶିକ୍ଷା ଓ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ, କଟକ ଏମ.ବି.ବି.ଏସ. ଶିକ୍ଷାଗ୍ରହଣ କରିଥିଲେ । [୭] ଉଭୟ ସ୍ଥାନରେ ସେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ । ୧୯୮୦ରୁ ୧୯୮୫ ମଧ୍ୟରେ, ସେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ, ଦିଲ୍ଲୀରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ସେଠାରେ ମଧ୍ୟ ସେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ ।[୮]
ରମାକାନ୍ତ, ଆମେରିକର କ୍ଲିଭଲ୍ୟାଣ୍ଡ କ୍ଲିନିକରୁ ଫେଲୋସିପ କରିଛନ୍ତି । ଯୁକ୍ତରାଜ୍ୟର ହେୟାରଫିଲ୍ଡ ହାସପତାଲରେ ସେ ଏକ ବର୍ଷ ସିନିୟର ରେଜିଷ୍ଟାର ଭାବରେ ମଧ୍ୟ କାମ କରିଛନ୍ତି । [୯] ସେଠାରେ, ସେ ବିଶିଷ୍ଟ ହୃଦ ସର୍ଜନ ଓ ପ୍ରତ୍ୟାରୋପକ ପ୍ରଫେସର "ମାଗଦି ୟାକୁବ"ଙ୍କ ସହ କାମ କରିବାର ସୁଯୋଗ ଲାଭ କରିଥିଲେ ।[୧୦]
ରମାକାନ୍ତ, ସଂଘମିତ୍ରାଙ୍କୁ ବିବାହ କରିଛନ୍ତି ଏବଂ ଶାଶ୍ୱତ ଓ ସୋନାଲ ନାମରେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
ରମାକାନ୍ତ, ୨୦୦୯ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ[୧୧] ହୃଦୟରେ ରିଡୁ-ବାଇପାସ ଅସ୍ତ୍ରୋପ୍ରଚାର କରିଥିଲେ । ଏହା ଡ. ପଣ୍ଡାଙ୍କୁ ଖୁବ ପରିଚିତି ଆଣିଦେଇଥିଲା । [୧୨] ୨୦୧୦ ମସିହାରେ ସେ ଆସାମର ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କର ଅସ୍ତ୍ରୋପ୍ରଚାର କରିଥିଲେ ।[୧୩] ୨୦୧୪ରେ ଡି. ରାଜା,[୧୪] ନରସିଂହ ମିଶ୍ର[୧୫] ଓ ଲାଲୁ ପ୍ରସାଦ ଯାଦବଙ୍କର ଅସ୍ତ୍ରୋପ୍ରଚାର କରିଥିଲେ ।[୧୬]
{{cite web}}
: Cite has empty unknown parameter: |1=
(help)
{{cite news}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)