ରସିକା ଯୋଶୀ | |
---|---|
ଜନ୍ମ | |
ମୃତ୍ୟୁ | ୭ ଜୁଲାଇ ୨୦୧୧ ମୁମ୍ବାଇ, ମହାରାଷ୍ଟ୍ର, ଭାରତ | (ବୟସ ୩୮)
ବୃତ୍ତି(ସମୂହ) | ଅଭିନେତ୍ରୀ ଲେଖିକା ନିର୍ଦ୍ଦେଶିକା |
ରସିକା ଯୋଶୀ (୧୨ ସେପ୍ଟେମ୍ବର ୧୯୭୨ – ୭ ଜୁଲାଇ ୨୦୧୧) ଜଣେ ଭାରତୀୟ ଅଭିନେତ୍ରୀ ଥିଲେ, ଯିଏକି ମୁଖ୍ୟତଃ ମରାଠୀ ଏବଂ ହିନ୍ଦୀ କଥାଚିତ୍ର ଜଗତରେ କାମ କରୁଥିଲେ । ସେ ମରାଠୀ ଥିଏଟର ଏବଂ ଭାରତୀୟ ଦୂରଦର୍ଶନ ଜଗତରେ କାମ କରିବା ସହିତ ହନ୍ଦୀ କଥାଚିତ୍ରରେ ମରାଠୀ ବ୍ୟକ୍ତିତ୍ୱ ଅଭିନୟ ପାଇଁ ଜଣାଶୁଣା ଥିଲେ ।
ରସିକା ୧୯୭୨ ମସିହାର ସେପ୍ଟେମ୍ବର ୧୨ ତାରିଖରେ ମୁମ୍ବାଇରେ ଏକ ମରାଠୀ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ନିର୍ଦ୍ଦେଶକ ତଥା ଅଭିନେତା ଗିରିଶ ଯୋଶୀଙ୍କୁ ବିବାହ କରିଥିଲେ ।[୧]
ସେ ଲତା ନାଭେଦକରଙ୍କଦ୍ୱାରା ନିର୍ମିତ ମରାଠୀ ନାଟକ ଉଞ୍ଚା ମାଝା ଜୋକା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଅବିନାଶ ମସୁରେକର ଓ ସ୍ମିତା ତଲୱାଲକରଙ୍କ ସହିତ କାମ କରିଥିଲେ । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ନଟ୍ ଏ ଲଭ୍ ଷ୍ଟୋରୀ । ସେ ହ୍ୱାଇଟ୍ ଲିଲି ଆଣ୍ଡ୍ ନାଇଟ୍ ରାଇଡର୍ ନାଟକରେ ଲେଖିକା, ନିର୍ଦ୍ଦେଶିକା ଏବଂ ଅଭିନେତ୍ରୀ ଭାବରେ କାମ କରିଥିଲେ ।
ପ୍ରପଞ୍ଚ (ମରାଠୀ)
ଘାଡ଼ଲେ ବିଘଡ଼ଲେ (ମରାଠୀ)
ବୁଆ ଆଲା (ମରାଠୀ)
ୟେ ଦୁନିୟା ହୈ ରଙ୍ଗୀନ (ମରାଠୀ; ୧୯୯୯)
ବନ୍ଦିନୀ (ହିନ୍ଦୀ; ୨୦୦୯-୨୦୧୧)
ଲିଉକେମିଆରେ ପୀଡ଼ିତ ହୋଇ ୨୦୧୧ ମସିହାର ଜୁଲାଇ ୭ ତାରିଖରେ ସେ ମୁମ୍ବାଇର ଏକ ନରସିଂହୋମ୍ରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା ।