ରାଇଜୋବୀୟଗୁଡ଼ିକ ଦ୍ୱିଆଜୋଭୋଜୀ ବୀଜାଣୁ (ବ୍ୟାକ୍ଟେରିଆ) ଓ ସେଗୁଡ଼ିକ ଡାଲିଜାତୀୟ ଉଦ୍ଭିଦମାନଙ୍କ ଚେରରେ ବସତି ସ୍ଥାପନ କରି ଯବକ୍ଷାରଜାନ ବିବନ୍ଧନ କରିଥାନ୍ତି । ବିବନ୍ଧନ ପାଇଁ ଆବଶ୍ୟକ ଜିନୀୟ ପରିପ୍ରକାଶ (ଜେନେଟିକ ଏକ୍ସପ୍ରେସନ) ପାଇଁ ଏଗୁଡ଼ିକ ଏକ ଉଦ୍ଭିଦ ପରପୋଷୀ ଆବଶ୍ୟକ କରିଥାନ୍ତିିି ।[୧] ଏଗୁଡ଼ିକ ସାଧାରଣତଃ ଗତିଶୀଳ, ଗ୍ରାମ୍-ବିରୋଧୀ ବ୍ୟାକ୍ଟେରିଆ ।
ରାଇଜୋବୀୟମାନେ ମାଟିରେ ଡାଲିଜାତୀୟ ଉଦ୍ଭିଦଗୁଡ଼ିକର ମୂଳକୁ ସଂକ୍ରମଣ କରି ମୂଳ-ଗଣ୍ଠି ଗଠନ କରନ୍ତି ।[୨] ଏଗୁଡ଼ିକ ଗଛର ମୂଳ-ଗଣ୍ଠିରେ ରହି ବାୟୁମଣ୍ଡଳସ୍ଥ ଯବକ୍ଷାରଜାନ ବିବନ୍ଧନ କରିଥାନ୍ତି ଏବଂ ବାୟୁମଣ୍ଡଳସ୍ଥ ଯବକ୍ଷାରଜାନକୁ (N2) ବ୍ଯବହାର ଯୋଗ୍ୟ ଯବକ୍ଷାରଜାନ ଅଣୁରେ ପରିଣତ କରନ୍ତି । ସେହି ଗଣ୍ଠିରୁ ଗଛର ସବୁ ଅଂଶକୁ ଯବକ୍ଷାରଜାନ ଅଣୁ ପରିବାହିତ ହୋଇଥାଏ ଏବଂ ତାହା ଗଛ ବଢ଼ିବାରେ ସହାୟକ ହୁଏ । ଗଛଟି ମରିଗଲା ପରେ ରାଇଜୋବୀୟଗୁଡ଼ିକ ପୁଣି ମାଟିକୁ ଫେରିଯାଇ ଏକାକୀ ରହନ୍ତି କିମ୍ବା ଏକ ନୂଆ ଗଛକୁ ସଂକ୍ରମଣ କରନ୍ତି ।[୩]
ପ୍ରଥମ ରାଇଜୋବୀୟ ଜାତି, ରାଇଜୋବିୟମ୍ ଲେଗ୍ଯୁମିନୋସାରମ୍ ୧୮୮୯ ମସିହାରେ ଚିହ୍ନଟ ହୋଇଥିଲା ଏବଂ ପରବର୍ତ୍ତୀ ନୂଆ ଜାତିସବୁ ରାଇଜୋବିୟମ୍ ପ୍ରଜାତି ଭିତରେ ହିଁ ରଖାଯାଇଥିଲା ।
ରାଇଜୋବୀୟଗୁଡ଼ିକ ଏକ ନିକଟବଂଶୀୟ ଗୋଷ୍ଠୀ ଅନ୍ତର୍ଭୁକ୍ତ ଏବଂ ଏହାର ସଦସ୍ଯଗୁଡ଼ିଙ୍କୁ ବିଭିନ୍ନ ଶ୍ରେଣୀରେ (ଟାକ୍ସା) ରଖାଯାଇଛି । ଏଗୁଡ଼ିକ ପ୍ରୋଟିଓବ୍ଯାକ୍ଟେରିଆ ପର୍ବର ଦୁଇଟି ବର୍ଗରେ ବଣ୍ଟାଯାଇଛି ଯଥା ଆଲ୍ଫାପ୍ରୋଟିଓବ୍ଯାକ୍ଟେରିଆ ଏବଂ ବିଟାପ୍ରୋଟିଓବ୍ଯାକ୍ଟେରିଆ । ଅଧିକାଂଶ ରଇଜୋବିଏଲ ଗଣର ଅନ୍ତର୍ଭୁକ୍ତ । ପ୍ରୋଟିଓବ୍ଯାକ୍ଟେରିଆର ଅନ୍ଯାନ୍ଯ ଗଣଗୁଡ଼ିକରେ ମଧ୍ଯ ରାଇଜୋବୀୟ ଦେଖାଯାନ୍ତି।[୪][୫][୬] ନିମ୍ନରେ ବିଭାଗୀକରଣ ଦିଆଗଲା:
ଏହି ଗୋଷ୍ଠୀରେ ଅଣସହଜୀବୀସବୁ ମଧ୍ଯ ଅଛନ୍ତି । ଉଦ୍ଭିଦ ଜୀବାଣୁ ଆଗ୍ରୋବ୍ଯାକ୍ଟେରିଅମ, ବ୍ରାଡିରାଇଜୋବିୟମଠାରୁ ରାଇଜୋବିୟମର ଅଧିକ ନିକଟବର୍ତ୍ତୀ ।[୭]
ଅମଳ ସମୟରେ ଶସ୍ଯ ତଥା ପାଳକୁ କାଟିନେବାଦ୍ୱାରା ଅଧିକାଂଶ ଯବକ୍ଷାରଜାନ ମଧ୍ଯ ବାହାରିଯାଏ । ତଥାପି ବହୁ ପରିମାଣରେ ଯବକ୍ଷାରଜାନ ମାଟିରେ ରହିଯାଏ ଓ ତାହାକୁ ଭବିଷ୍ଯତରେ ଶସ୍ୟସବୁ ବ୍ଯବହାର କରନ୍ତି । ସାରା ବିଶ୍ୱର ମାଟିରେ ଯବକ୍ଷାରଜାନ ଏକ ଆବଶ୍ୟକ ପୋଷକ ।
କାର୍ଯ୍ୟକ୍ଷମ ମୂଳ-ଗଣ୍ଠି ତିଆରି ପାଇଁ ଯବକ୍ଷାରଜାନ ବିବନ୍ଧନ କରିପାରୁଥିବା କେତେକ ରାଇଜୋବୀୟ ନିହାତି ଆବଶ୍ୟକ ।[୮] ରାଇଜୋବୀୟ ସଂକ୍ରମଣ ଶସ୍ଯ ଉତ୍ପାଦନ ବୃଦ୍ଧି କରିଥାଏ ।[୯]
ଡାଲିଜାତୀୟ ଉଦ୍ଭିଦମାନଙ୍କ କୃତ୍ରିମ ରାଇଜୋବୀୟ ସଂକ୍ରମଣ ବହୁବର୍ଷରୁ ଚଳିଆସିଛି ଏବଂ ଏହା ଦିନକୁ ଦିନ ସମୃଦ୍ଧ ହେବାରେ ଲାଗିଛି । ବାର୍ଷିକ ୧୨-୨୦ ନିୟୁତ ହେକ୍ଟର ସୋୟାବିନ ଫସଲକୁ ରାଇଜୋବୀୟଦ୍ୱାରା ଇନୋକ୍ଯୁଲମ କରାଯାଉଛି । ଏହି ଇନୋକ୍ଯୁଲକଗୁଡ଼ିକୁ ଆଣବିକ କିଣ୍ୱକଦ୍ୱାରା (ଫରମେଣ୍ଟର) ତିଆରି କରାଯାଏ । ଏକ ଆଦର୍ଶ ଇନୋକ୍ଯୁଲକର ନିମ୍ନଲିଖିତ ଗୁଣସବୁ ଥାଇ ପାରେ; ସର୍ବାଧିକ ପ୍ରଭାବୀ, ସହଜ ବ୍ଯବହାର, ଉଚ୍ଚ ରାଇଜୋବୀୟ ଘନତା, କଠୋରତା ଇତ୍ୟାଦି ।[୧୦][୧୧][୧୨]
ଏହି ଇନୋକ୍ଯୁଲକଗୁଡ଼ିକ ଡାଲିଜାତୀୟ ଉତ୍ପାଦଙ୍କୁ ବଢ଼ାଇପାରନ୍ତି ।[୧୩] ମୂଳ-ଗଣ୍ଠିକରଣ ଯୋଗୁଁ ଅମଳ ପରେ ମଧ୍ଯ ମାଟିରେ ଅଧିକ ପରିମାଣରେ ନାଇଟ୍ରେଟ ରହିଯାଇଥାଏ ଯାହା ଭବିଷ୍ଯତର ବିଭିନ୍ନ ଉଦ୍ଭିଦ ବ୍ୟବହାର କରିଥାନ୍ତି ।
ଯବକ୍ଷାରଜାନ ବିବନ୍ଧନ କରୁଥିବା ବୀଜାଣୁମାନଙ୍କ ମଧ୍ଯରୁ କେବଳ ରାଇଜୋବୀୟମାନେ ହିଁ ଡାଲିଜାତୀୟ ଉଦ୍ଭିଦମାନଙ୍କ ସହ ସହଜୀବୀୟ ସମ୍ବନ୍ଧ ସ୍ଥାପନ କରନ୍ତି ।
ସହଜୀବୀୟ ସମ୍ପର୍କ ସ୍ଥାପନ ନିମନ୍ତେ ଦୁଇଜଣ ସହଜୀବୀଙ୍କୁ କେତେକ ସଙ୍କେତ ଆଦାନପ୍ରଦାନ କରିବାକୁ ପଡ଼ିଥାଏ । ଫଳରେ ସେମାନେ ପରସ୍ପରକୁ ଚିହ୍ନି ଆବଶ୍ୟକ ପଦକ୍ଷେପ ନେଇ ଉକ୍ତ ସମ୍ପର୍କ ସ୍ଥାପନ ଓ ତାହାକୁ ସୁଦୃଢ଼ କରିଥାନ୍ତି । ଏହା ଅନ୍ତର୍କୋଷୀୟ ସଂକ୍ରମଣଦ୍ୱାରା ହୋଇଥାଏ ବୋଲି ଅଧିକ ଗୃହୀତ । ସାଧାରଣତଃ ରାଇଜୋବୀୟମାନେ ମାଟିରେ ମୁକ୍ତ ଭାବରେ ରହିଥାନ୍ତି । ପରପୋଷୀ ଉଦ୍ଭିଦଙ୍କ ମୂଳରୁ ଯେତେବେଳେ ୨-ଫିନାଇଲ-୧,୪-ବେଞ୍ଜୋପାଇରୋନ, ଫ୍ଲାବୋନୋଏଡ ରୂପରେ ନିର୍ଗତ ହୁଏ, ସେତେବେଳେ ରାଇଜୋବୀୟମାନେ ବହୁମାତ୍ରାରେ ଏକତ୍ର ଠୁଳ ହୋଇ ମୂଳକେଶରେ ଲାଗି ଯାନ୍ତି ।[୧୪][୧୫] ତାପରେ ଏହି ଫ୍ଲାବୋନୋଏଡଗୁଡ଼ିକ NodDର ଡିଏନଏ ବନ୍ଧନ କାର୍ଯ୍ୟକୁ ଉତ୍ସାହିତ କରିଥାନ୍ତି । ବୀଜାଣୁ ମୂଳକେଶରେ (root hair) ପଶିଯିବା ପରେ ଏଗୁଡ଼ିକ ଗଣ୍ଠି-କାରକ(ମୂଳ-ଗଣ୍ଠି ତିଆରି କରୁଥିବା ଉପାଦାନ) କ୍ଷରଣ କରିଥାନ୍ତି ।[୧୫]
<ref>
ଚିହ୍ନ;
Catroux2001
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
{{cite book}}
: |last2=
has numeric name (help)CS1 maint: multiple names: authors list (link) CS1 maint: numeric names: authors list (link)