Monoclonal antibody | |
---|---|
Type | Whole antibody |
Source | Humanized (from mouse) |
Target | Complement component 5 |
Clinical data | |
Pronunciation | rav" ue liz' ue mab |
Trade names | Ultomiris |
Synonyms | ALXN1210, ravulizumab-cwvz |
AHFS/Drugs.com | monograph |
MedlinePlus | a619014 |
data |
|
Pregnancy category |
|
Routes of administration | Intravenous |
Legal status | |
Legal status | |
Pharmacokinetic data | |
Metabolism | various proteases |
Chemical and physical data | |
Formula | C6430H9888N1696O2028S48 |
Molar mass | ୧,୪୪,୯୩୮.୫୬ g·mol−1 |
,
ରାଭୁଲିଜୁମାବ (ଇଂରାଜୀ ଭାଷାରେ Ravulizumab, ଏକ ବେପାର ନାମ ଅଲ୍ଟୋମିରିସ, ହେଉଛି ଏକ ଔଷଧ ଯାହା ପାରୋକ୍ସିସମାଲ୍ ନୋକଟରନାଲ ହେମୋଗ୍ଲୋବିନୁରିଆ (PNH) ଏବଂ ଆଟିପିକାଲ୍ ହେମୋଲାଇଟିକ୍ ୟୁରେମିକ ସିଣ୍ଡ୍ରୋମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ତରଳ ଝାଡ଼ା, ଜ୍ୱର, ଅଇ, ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] [୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେନିଙ୍ଗୋକୋକାଲ୍ ସଂକ୍ରମଣ ହୋଇପାରେ ।[୧] ଗର୍ଭାବସ୍ଥାରେ କୌଣସି ସ୍ପଷ୍ଟ କ୍ଷତି ହୋଇନଥିବାବେଳେ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୬] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସଂପୃକ୍ତ ଉପାଦାନ ୫ (complement component 5/ C5)ର କାର୍ଯ୍ୟକଳାପ ସହିତ ସଂଯୁକ୍ତ ହେ ଅବରୋଧ କରେ ।[୧]
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରାଭୁଲିଜୁମାବ ଅନୁମୋଦିତ ହୋଇଥିଲା ।[୫] [୧] ଯୁକ୍ତରାଷ୍ଟ୍ରରେ ୨୦୧୯ ସୁଦ୍ଧା ବର୍ଷକୁ ଏହାର ମୂଲ୍ୟ ପ୍ରାୟ ୪୬୦,୦୦୦ ଡଲାର ଅଟେ ।[୭]