Clinical data | |
---|---|
Synonyms | 3{[(4-cyclopentyl-1-piperazinyl)imino]methyl}rifamycin |
AHFS/Drugs.com | monograph |
MedlinePlus | a602026 |
Pregnancy category |
|
Routes of administration | by mouth |
ATC code | |
Pharmacokinetic data | |
Bioavailability | increases when administered with food |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
NIAID ChemDB | |
ECHA InfoCard | 100.057.021 |
Chemical and physical data | |
Formula | C47H64N4O12 |
Molar mass | 877.031 g/mol |
3D model (JSmol) | |
| |
| |
(verify) |
ରିଫାପେଣ୍ଟିନ (ଇଂରାଜୀ ଭାଷାରେ Rifapentine ବା RPT, ବିକ୍ରୟ ନାମ ପ୍ରିଫଟିନ/Priftin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଯକ୍ଷ୍ମା ରୋଗର ଚିକିତ୍ସାରେ ଦିଆଯାଏ । ସକ୍ରିୟ ଯକ୍ଷ୍ମା ରୋଗରେ ଏହା ଅନ୍ୟାନ୍ୟ ଯକ୍ଷ୍ମା ଔଷଧ (antituberculosis medication) ସହିତ ଦିଆଯାଏ ।[୧] ଏହି ଔଷଧ ପାଟିରେ ଦିଆଯାଏ ।[୨]
ରିଫାପେଣ୍ଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତର ପରିବର୍ତ୍ତନ ହୁଏ ଯେପରିକି ନିଉଟ୍ରୋପିନିଆ (low neutrophil counts in the blood) ଓ ବର୍ଦ୍ଧିତ ଯକୃତ ଏଞ୍ଜାଇମ ସ୍ତର (elevated liver enzymes) ସହିତ ପାୟୁରିଆ (white blood cells in the urine) ବା ପରିସ୍ରାରେ ପୁଜ ପଡ଼ିବା ଆଦି ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ଯକୃତ ସମସ୍ୟା (liver problems) ବା କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା (Clostridium difficile associated diarrhea) ହୋଇପାରେ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ଏହା ରିଫାମାଇସିନ (rifamycin) ପରିବାରର ଔଷଧ ଓ ଡିଏନଏ-ଡିପେଣ୍ଡେଣ୍ଟ ଆରଏନଏ ପଲିମରେଜ (DNA-dependent RNA polymerase) କାର୍ଯ୍ୟ ଅବରୋଧ କରେ ।[୨]
ଡାକ୍ତରୀ ବ୍ୟବହାର ନିମନ୍ତେ ରିଫାପେଣ୍ଟିନ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୮ରେ ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ପ୍ରାୟ ୧୦୦ରୁ ୨୦୦ ଡଲାର ।[୪] ପୃଥିବୀର ଅନେକ ସ୍ଥାନରେ ୨ନ ୨୦୧୫ ସୁଦ୍ଧା ଏହା ମିଳୁନଥିଲା ।[୫]