Renuka Lake | |
---|---|
ଅବସ୍ଥାନ | Sirmaur district, Himachal Pradesh |
ଦିଗବାରେଣି | 30°36′36″N 77°27′30″E / 30.61000°N 77.45833°E |
ହ୍ରଦର ପ୍ରକାର | Low altitude lake |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | India |
ମୁହାଣ ଲମ୍ବ1 | 3,214 m (10,545 ft) |
ଭୂମି ଉଚ୍ଚତା | 672 m (2,205 ft) |
ଆଧାର | hptdc.gov.in |
1 ମୁହାଣ ଲମ୍ବା not a well-defined measure. |
ରେଣୁକା ହ୍ରଦ , ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ଶିରମଉର ଜିଲ୍ଲାରେ ଅବସ୍ଥିତ । ଏହା ସମୁଦ୍ରପତ୍ତନଠାରୁ 672 ମିଟର ଉଚ୍ଚରେ ଅବସ୍ଥିତ । ଏହା ହିମାଚଳ ପ୍ରଦେଶର ବୃହତ୍ତମ ହ୍ରଦ । ଏହାର ପରିଧି 3,214 ମିଟର । ଦେବୀ ରେଣୁକାଙ୍କ ନାମାନୁସାରେ ନାମିତ ଏହି ହ୍ରଦ ସ୍ଥଳ ପଥରେ ମୁଖ୍ୟ ଅଞ୍ଚଳ ସହ ସଂଯୁକ୍ତ । ଏହି ହ୍ରଦରେ ବୋଟିଙ୍ଗ ସୁବିଧା ରହିଛି । ନିକଟରେ ଏକ ସିଂହ ସଫାରୀ ସହ ଚିଡିଆଖାନା ମଧ୍ୟ ରହିଛି । ଏଠାରେ ପ୍ରତ୍ଯେକ ବର୍ଷ ନଭେମ୍ବରରେ ଏକ ମେଳା ହୁଏ ।
ପ୍ରବୋଦିନୀ ଏକାଦଶୀ ସମୟରେ ଏଠାରେ 5 ଦିନ ବ୍ୟାପୀ ଅନ୍ତର୍ଜାତିକ ସ୍ତରର ମେଳା ଶ୍ରୀ ରେଣୁକା ଜୀ ହେଇଥାଏ । ପୁରାଣ ଅନୁସାରେ ଭଗବାନ ପରଶୁରାମ ତାଙ୍କ ମାତା ରେଣୁକା ଦେବୀଙ୍କ ଆସ୍ଥାନ ଏହି ହ୍ରଦକୁ ଆସିଥାନ୍ତି । ଏହି ମେଳା ପାଇଁ ଦେଶ ବିଦେଶରୁ ଭକ୍ତମାନେ ଏଠାକୁ ଆସିଥାନ୍ତି ।
1,028 ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ରେଣୁକା ରିଜର୍ଭ ଜଙ୍ଗଲ ମଧ୍ୟରେ ଅଭୟାରଣ୍ୟ ଅବସ୍ଥିତ । ଏହାର ପ୍ରାକୃତିକ ପରିବେଶ ବନ୍ୟଜନ୍ତୁଙ୍କ ପାଇଁ ନିରାପଦ ଆଶ୍ରୟ ସ୍ଥଳୀ ।
ଏହି ହ୍ରଦ ଦିନକୁ ଦିନ ସଙ୍କୁଚିତ ହେଉଥିବାରୁ ଏହା ବଡ଼ ଚିନ୍ତାର କାରଣ ହୋଇଛି । ଜଳ ସହ ପଟୁମାଟି ଆସି ଏହାର ଜଳଧାରଣ କ୍ଷମତା କମ୍ କରୁଥିବାରୁ ଏବଂ ଏଥିରେ ବଳକା ନିର୍ମାଣ ସାମଗ୍ରୀ ପକେଇ ଦିଆ ଯାଉଥିବାରୁ ଏହା ପ୍ରଦୂଷିତ ହେଇ ଯାଉଛି । ପ୍ରଶାସନ ତରଫରୁ ଏଠି ପାଇଁ ପଦକ୍ଷେପ ନିଆ ଯାଉଛି ।