ରେଶମୀ ଘୋଷ | |
---|---|
![]() ବେର୍କୋଉଇଟ୍ ଲଞ୍ଚ୍ କାର୍ଯ୍ୟକ୍ରମରେ ରେଶମୀ ଘୋଷ | |
ଜନ୍ମ | ରେଶମୀ ଘୋଷ |
ଶିକ୍ଷା | ଯୋଗମାୟା ଦେବୀ କଲେଜ (କଳାରେ ସ୍ନାତକ) |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
ସକ୍ରିୟ ବର୍ଷ | ୨୦୦୨–ଏବେଯାଏଁ |
ବୈବାହିକ-ସାଥୀ | ସିଦ୍ଧାର୍ଥ ବାସୁଦେବ (୨୦୧୩-ଏବେଯାଏଁ) |
ରେଶମୀ ଘୋଷ ଜଣେ ଭାରତୀୟ ମଡେଲ ତଥା ଅଭିନେତ୍ରୀ । ସେ ୨୦୦୨ ମସିହାରେ ମିସ୍ ଇଣ୍ଡିଆ ଆର୍ଥର ବିଜୟିନୀ ହେବା ପରେ ହିନ୍ଦୀ କଥାଚିତ୍ର ଓ ଧାରାବାହିକ ଆଦିରେ ଅଭିନୟ କରିଛନ୍ତି ।[୧]
ସେ ୧୯୭୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲାଦିନ କଲିକତାରେ କଟିଥିଲା । ୧୯୯୫ ମସିହାରେ କାର୍ମେଲ କନଭେଣ୍ଟ ସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ଏବଂ ୨୦୦୦ ମସିହାରେ ଦକ୍ଷିଣ କଲିକତାର ଯୋଗମାୟା ଦେବୀ କଲେଜରୁ କଳାର ସ୍ନାତକ କରିଥିଲେ ।
ତାଙ୍କ ଅଭିନୀତ ଧାରାବାହିକ ଶୋଭା ସୋମନାଥକି ଧାରାବାହିକରେ ତାଙ୍କ ସହ କଳାକାର ସିଦ୍ଧାର୍ଥ ବାସୁଦେବଙ୍କୁ ସେ ୨୦୧୩ ମସିହାର ଫେବୃଆରୀ ୧ ତାରିଖରେ କଲିକତାରେ ବିବାହ କରିଥିଲେ ।[୨][୩]
୨୦୦୨ ମସିହାରେ ସେ ଫେମିନା ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ ଏବଂ ମିସ୍ ଇଣ୍ଡିଆ ଆର୍ଥର ବିଜୟୀ ହୋଇଥିଲେ ।[୪] ଏହାପରେ ସେ ଅନେକ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ।[୫] ଏହା ବ୍ୟତୀତ କିଛି ବିଜ୍ଞାପନରେ ମଧ୍ୟ ଅଭିନୟ କରିଥିଲେ ।[୬] ସେ ପର୍ବିନ ଦବାସଙ୍କ ସହ ତୁମ୍ସେ ମିଲ୍କର ହିନ୍ଦୀ କଥାଚିତ୍ରରେ ଅଭିନୟ କରିହତିଲେ ।[୭]