Monoclonal antibody | |
---|---|
Type | Whole antibody |
Source | Humanized (from rat) |
Target | IL-5 |
Clinical data | |
Trade names | Cinqair, Cinqaero, others |
AHFS/Drugs.com | monograph |
data | |
Routes of administration | Intravenous |
Legal status | |
Legal status | |
Pharmacokinetic data | |
Metabolism | Proteolysis |
Elimination half-life | ~24 days |
(verify) |
ରେସଲିଜୁମାବ (ଇଂରାଜୀ ଭାଷାରେ Reslizumab), ଅନ୍ୟମାନଙ୍କ ମଧ୍ୟରେ ସିନକେୟାର ବ୍ରାଣ୍ଡ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅନିୟନ୍ତ୍ରିତ ଇଓସିନୋଫିଲିକ ଆଜମା ପାଇଁ ବ୍ୟବହୃତ ହୋଇଥାଏ । [୧] [୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ବ୍ୟବହୃତ ହୁଏ ।[୧] ସ୍କଟଲ୍ୟାଣ୍ଡରେ ଖର୍ଚ୍ଚ ଅନୁପାତରେ ଲାଭର ଅଭାବ ହେତୁ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜିକ ନାକ ପ୍ରଦାହ, ଅଣନିଶ୍ୱାସ ଏବଂ ମାଂସପେଶୀ ନଷ୍ଟ ହୋଇପାରେ ।[୩] [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ ଏବଂ ଆନାଫାଇଲକସିସ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲୁକିନ୍ -୫ (ଆଇଏଲ୍ -୫) ସହିତ ସଂଲଗ୍ନ ହୋଇ ତାକୁ ଅବରୋଧ କରେ ।[୪]
୨୦୧୬ରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରେସଲିଜୁମାବ ଅନୁମୋଦିତ ହୋଇଥିଲା ।[୧] [୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ୧୦୦ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୧୦୫୦ ଡଲାର ଥିଲା ।[୫] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦୦ ଡଲାର ଅଟେ ।[୨]
{{cite book}}
: CS1 maint: date format (link)