Rolando fracture | |
---|---|
Intra-articular thumb metacarpal base fracture with three or more segments; comminuted Bennett fracture[୧] | |
![]() Rolando fracture - a comminuted intra-articular fracture of the first metacarpal bone. | |
ବିଭାଗ | Plastic surgery, orthopedics |
ଲକ୍ଷଣ | Thumb pain and swelling[୨] |
ଆକ୍ରାନ୍ତ ସମୟ | Sudden[୨] |
କାରଣ | Force along the long axis of the thumb[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging: X-ray, CT scan, MRI[୪] |
ସଠିକ ରୋଗ ନିର୍ଣ୍ଣୟ | Bennett fracture, other first metacarpal fractures[୪][୩] |
ଚିକିତ୍ସା | Generally surgery[୩] |
Prognosis | Generally some ongoing issues[୫] |
ପୁନଃପୌନିକ | ~2% of hand fractures[୪] |
ରୋଲାଣ୍ଡୋ ଅସ୍ଥି ଭଗ୍ନ ହେଉଛି ଏକ ପ୍ରକାର ଭଙ୍ଗା ଆଙ୍ଗୁଠି ଯାହା ବୁଢ଼ା ଆଙ୍ଗୁଠିର ମୂଳରେ ହୁଏ ଓ ନକ୍ଲ ପର୍ଯ୍ୟନ୍ତ ବିସ୍ତାର ହୁଏ ।[୬] [୧] ଏହାର ଲକ୍ଷଣ ମଧ୍ୟରେ ସାଧାରଣତଃ ହଠାତ୍ ଯନ୍ତ୍ରଣା ଆରମ୍ଭ ଏବଂ ଆଙ୍ଗୁଠି ଫୁଲିଯିବା ହୁଏ ।[୨] ଆଙ୍ଗୁଠି ଚଳପ୍ରଚଳ କଲେ ଲକ୍ଷଣ ଖରାପ ଦିଗକୁ ଯାଏ ।[୨] ଜଟିଳତା ମଧ୍ୟରେ ଦୀର୍ଘକାଳୀନ କଠିନତା ଏବଂ ଅଷ୍ଟିଓଆର୍ଥ୍ରାଇଟିସ ହୋଇପାରେ ।[୪]
ଏହାର କାରଣ ସାଧାରଣତ ଆଙ୍ଗୁଠିର ଲମ୍ବା ଅକ୍ଷରେ ଏକ ଶକ୍ତି ପ୍ରୟୋଗ ହେଲେ ଯେପରିକି ଯୁଦ୍ଧ ସମୟରେ ହୁଏ ।[୪] [୩] ଡାକ୍ତରୀ ଇମେଜିଙ୍ଗଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ; ଯେପରିକି ଏକ୍ସ-ରେ, ସିଟି ସ୍କାନ୍, କିମ୍ବା ଏମଆରଆଇ (MRI) ।[୪] ଏହା ଅତିକମରେ ତିନୋଟି ଅସ୍ଥି ଖଣ୍ଡରେ ପରିଣତ ହୁଏ, ଯାହା ପ୍ରାୟଟି (T) - କିମ୍ବା ୟାଇ (Y) ଆକୃତି ସୃଷ୍ଟି କରେ ।[୪] [୩] ଏହା ଏକ ବେନେଟ ଅସ୍ଥିଭଗ୍ନଠାରୁ ଭିନ୍ନ ଯେଉଁଥିରେ କେବଳ ଦୁଇଟି ହାର ଖଣ୍ଡ ଥାଏ ।[୩]
ଚିକିତ୍ସା ସାଧାରଣତଃ ଅସ୍ତ୍ରୋପଚାର ଆବଶ୍ୟକ କରେ ।[୩] ବିକଳ୍ପଗୁଡ଼ିକ ମଧ୍ୟରେ ରିଡକସନ ଓ କେ-ତାର ଫିକ୍ସେସନ ବା ଡିସଟ୍ରାକସନ ସହିତ ବାହ୍ୟ ଫିକ୍ସେସନ କରାଯାଏ ।[୨] ଏହି ଭଙ୍ଗା ପରେ ସାଧାରଣତଃ ସାଧାରଣ ଅବସ୍ଥାକୁ ଫେରି ନଥାଏ ।[୫]
ସମୁଦାୟ ହାତ ଭଙ୍ଗାର ୧.୪%ରୁ ୪% ଏବଂ ବୁଢ଼ା ଆଙ୍ଗୁଠି ଭଙ୍ଗାର ୨୦% ପର୍ଯ୍ୟନ୍ତ ରୋଲାଣ୍ଡୋ ଅସ୍ଥି ଭଗ୍ନ ହୋଇପାରେ ।[୪] ମହିଳାଙ୍କ ତୁଳନାରେ ପୁରୁଷମାନେ ପ୍ରାୟ ୧୦ଗୁଣ ଅଧିକ ପ୍ରଭାବିତ ହୁଅନ୍ତି ।[୩] ପ୍ରଭାବିତ ଲୋକଙ୍କ ସବୁଠାରୁ ସାଧାରଣ ବୟସ ହେଉଛି ୨୦ରୁ ୩୦ ଦଶକ ।[୩] ଏହାକୁ ପ୍ରଥମେ ୧୯୧୦ ମସିହାରେ ସିଲଭିଓ ରୋଲାଣ୍ଡୋ ବର୍ଣ୍ଣନା କରିଥିଲେ ।[୪] [୭]