ଲଡ଼ୁ କିଶୋର ସ୍ୱାଇଁ | |
---|---|
![]() | |
ସାଂସଦ: ୧୬ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୪-୨୦୧୯ | |
ପୂର୍ବ ଅଧିକାରୀ | ନିତ୍ୟାନନ୍ଦ ପ୍ରଧାନ |
ପର ଅଧିକାରୀ | ପ୍ରମିଳା ବିଶୋଇ |
ନିର୍ବାଚନ ମଣ୍ଡଳୀ | ଆସ୍କା |
ବିଧାୟକ: ଓଡ଼ିଶା ବିଧାନ ସଭା | |
ନିର୍ବାଚନ ମଣ୍ଡଳୀ | କବିସୂର୍ଯ୍ୟ ନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନବରଙ୍ଗପୁର, ଓଡ଼ିଶା | ୮ ଜୁଲାଇ ୧୯୪୭
ମୃତ୍ୟୁ | ୫ ଫେବୃଆରୀ ୨୦୧୯ | (ବୟସ ୭୧)
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ମଞ୍ଜୁଳା ସ୍ୱାଇଁ[୧] |
ଘର | ନବରଙ୍ଗପୁର, ଓଡ଼ିଶା |
ଲଡ଼ୁ କିଶୋର ସ୍ୱାଇଁ (୮ ଜୁଲାଇ ୧୯୪୭ - ୫ ଫେବୃଆରୀ ୨୦୧୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ୨୦୦୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଓଡ଼ିଶାର କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶାର ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାର ୧୬ଶ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ୫ ଫେବୃଆରୀ ୨୦୧୯ରେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପାତାଳରେ ତାଙ୍କର ମୃତ୍ୟୁ ହୋଇଥିଲା ।[୩]
ଲଡ଼ୁ କିଶୋର ସ୍ୱାଇଁ ୧୯୪୭ ମସିହା ଜୁଲାଇ ମାସ ୮ ତାରିଖରେ ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୪] ସେ ମଞ୍ଜୁଳା ସ୍ୱାଇଁଙ୍କୁ ବିବାହ କରିଥିଲେ । ମଞ୍ଜୁଳା ଓଡ଼ିଶାର ୧୬ଶ ବିଧାନ ସଭାକୁ ଆସ୍କାରୁ ନିର୍ବାଚିତ ହୋଇଥିଲେ ।[୫]
ଲଡ଼ୁ କିଶୋର ୨୦୦୪ ମସିହାରେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶାର ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଲଡ଼ୁ କିଶୋର ସ୍ୱାଇଁ ୨୦୧୯ ମସିହା ଫେବ୍ରୁଆରୀ ମାସ ୫ ତାରିଖରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ଆପୋଲି ହସ୍ପାତାଳରେ ମୃତ୍ୟୁବରଣ କରିଥିଲେ ।[୪] ସେ ବୃକକ୍ ଜନିତ ରୋଗରେ ପିଡ଼ୀତ ଥିବାରୁ ତାଙ୍କୁ ହସ୍ପାତାଳରେ ଭର୍ତ୍ତି କରାଯାଇଥିଲା ଏବଂ ସେ ରାତି ୧୧ଟା ୪୫ରେ ମୃତ୍ୟୁବରଣ କରିଥିଲେ ।[୬] ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।[୪]
{{cite web}}
: Missing or empty |title=
(help)[permanent dead link]
{{cite news}}
: CS1 maint: unrecognized language (link)
{{cite web}}
: Missing or empty |title=
(help)[permanent dead link]
{{cite news}}
: CS1 maint: unrecognized language (link)