ଲଭ୍ ଡଟ୍ କମ୍ | |
---|---|
ନିର୍ଦ୍ଦେଶକ | ରାହତ୍ କୁଦ୍ଦୁଶୀ, ତାପସ ଜେନା |
ପ୍ରଯୋଜକ | ରାହତ୍ କୁଦ୍ଦୁଶୀ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ରାହତ୍ କୁଦ୍ଦୁଶୀ |
କାହାଣୀ | ରାହତ୍ କୁଦ୍ଦୁଶୀ |
କଳାକାର | ସବ୍ୟସାଚୀ ମିଶ୍ର, ମେଘା ଘୋଷ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ହରିହର ମାହାପତ୍ର |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଦିଗ୍ବିଜୟ ସିଂହ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୧ ସେପ୍ଟେମ୍ବର ୨୦୦୯ |
ଦେଶ | ![]() |
ଭାଷା | ଓଡ଼ିଆ |
ଲଭ୍ ଡଟ୍ କମ୍, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ ।[୧] ରାହତ୍ କୁଦ୍ଦୁଶୀ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ରାହତ୍ କୁଦ୍ଦୁଶୀ ଏବଂ ତାପସ ଜେନା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ମେଘା ଘୋଷ । ବିଜୟ ମହାନ୍ତି, ତନ୍ଦ୍ରା ରାୟ, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ହରିହର ମହାପାତ୍ର, ପୁପିନ୍ଦର ସିଂହ[୨], ରତନ ମେହେର, ଦେବୁ ବୋଷ, ମିହିର ଦାସ, ସୁସ୍ମିତା ଦୀପାଲି, ବାଦଲ ମହାନ୍ତି, ପ୍ରଫୁଲ୍ଲ ପଣ୍ଡା, କେ କେ ରାକେଶ, ସମ୍ଭାବନା ସେଠ୍ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ଶ୍ରୀଚରଣ ମହାନ୍ତି, ଦୀପ୍ତିରେଖା ପାଢ଼ୀ, ବାପି ଲହରୀ, ତପୁ ମିଶ୍ର, ରାଜ୍ ନଗେନ୍ଦ୍ର, ପମି, ମାନସ ପ୍ରୀତମ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
କ୍ରମ | ଗୀତ | କବି | ସମୟ |
---|---|---|---|
1. | "ସବୁ ପାପର ପ୍ରାୟଶ୍ଚିତ ଥାଏ" | ରଜନୀ ରଞ୍ଜନ[୧] | |
2. | "ଓଠ ହେଲାଣି" | ||
3. | "ମୁଁ ଯାଇଥିଲି ଖଣ୍ଡଗିରି" | ||
4. | "ଲଭ୍ ଡଟ୍ କମ୍" | ||
5. | "କୋଉ ସହରରୁ ଆସିଚ" | ||
6. | "ଯୋଉଦିନ ଦୁହିଁଙ୍କର" | ||
7. | "ଏଇ ପୃଥିବୀରୁ" | ||
8. | "ବର୍ଷା ହବ ଛତା ନାହିଁ" | ||
9. | "ଆ ପ୍ରିୟା ଥରେ" |