![]() | |
Clinical data | |
---|---|
Trade names | Vimpat |
Synonyms | (2R)-2-(acetylamino)-N-benzyl-3-methoxypropanamide |
AHFS/Drugs.com | monograph |
MedlinePlus | a609028 |
data |
|
Pregnancy category | |
Routes of administration | By mouth, intravenous |
Legal status | |
Legal status |
|
Pharmacokinetic data | |
Bioavailability | High |
Elimination half-life | 13 hours |
Excretion | Kidney |
Identifiers | |
| |
ECHA InfoCard | 100.112.805 |
Chemical and physical data | |
Formula | C13H18N2O3 |
Molar mass | ୨୫୦.୩0 g·mol−1 |
3D model (JSmol) | |
| |
| |
(verify) |
ଲାକୋସାମାଇଡ (ଏକ ବେପାର ନାମ ଭିମପାଟ) ହେଉଛି ଏକ ଔଷଧ ଯାହା ଅପସ୍ମାର ଏବଂ ମଧୁମେହ ସ୍ନାୟୁରୋଗ ଜନିତ ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ପାଟିରେ କିମ୍ବା ଇଞ୍ଜେକ୍ସନଦ୍ୱାରା ଶିରାରେ ଦିଆଯାଏ ।[୧] ଏହା ଅନ୍ୟାନ୍ୟ ଔଷଧ ସହିତ ମଧ୍ୟ ଦିଆଯାଇପାରେ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଅଇ, ଥକାପଣ, କମ୍ପନ ଏବଂ ତରଳ ଝାଡ଼ା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୂର୍ଚ୍ଛା, ଅନିୟମିତ ହୃତ୍ ସ୍ପନ୍ଦନ, ଆଟ୍ରିଆଲ୍ ଫିବ୍ରିଲେସନ୍, ସମନ୍ୱୟ ଅଭାବ ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୧] ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ଅସ୍ପଷ୍ଟ ନୁହେଁ, କିନ୍ତୁ ମସ୍ତିଷ୍କରେ ସୋଡିୟମ୍ ଚ୍ୟାନେଲ ଉପରେ ପ୍ରଭାବ ପକେଇବା ପ୍ରମାଣିତ ହୋଇଛି ।[୨]
ଲାକୋସାମାଇଡ ୨୦୦୮ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୨][୧] ଯୁକ୍ତରାଷ୍ଟ୍ରରେ ୧୦୦ ମିଗ୍ରା ଔଷଧ ଦିନକୁ ଦୁଇ ଥର ବ୍ୟବହାର ନିମନ୍ତେ ୨୦୨୧ ମସିହାରେ ୧୦୦୦ ଡଲାର ଥିଲେ ।[୩] କାନାଡାରେ ଏହି ଔଷଧ ନିମନ୍ତେ ପ୍ରାୟ ୨୦୦ କାନାଡ଼ା ଡଲାର ଖର୍ଚ୍ଚ ହୋଇଥାଏ ।[୪] ଯୁକ୍ତରାଜ୍ୟରେ ଏହାର ଏକ ମାସ ବ୍ୟବହାର ନିମନ୍ତେ ମୂଲ୍ୟ £୯୫ ଅଟେ ।[୫]