Monoclonal antibody | |
---|---|
Type | Whole antibody |
Source | Human |
Target | Kallikrein |
Clinical data | |
Trade names | Takhzyro |
Synonyms | lanadelumab-flyo |
AHFS/Drugs.com | monograph |
data |
|
Pregnancy category | |
Routes of administration | Subcutaneous |
Legal status | |
Legal status | |
Chemical and physical data | |
Formula | C6468H10016N1728O2012S47 |
Molar mass | ୧,୪୫,୬୮୪.୧୮ g·mol−1 |
ଲାନାଡେଲୁମାବ (ଇଂରାଜୀ ଭାଷାରେ Lanadelumab), ତାଖଜିରୋ ଏକ ବାଣିଜ୍ୟ ନାମ, ହେଉଛି ଏକ ଔଷଧ ଯାହାକି ବଂଶାନୁକ୍ରମିକ ଆଞ୍ଜିଓଇଡିମା ରୋଗୀଙ୍କଠାରେ ଆଞ୍ଜିଓଇଡିମା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ।[୨] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୨] ଏହା ୧୨ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ବ୍ୟବହୃତ ହୁଏ । [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା, ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ମୁଣ୍ଡବିନ୍ଧା, ରାସ, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବୁଲାଇବା ଏବଂ ତରଳ ଝାଡ଼ା ଅନ୍ତର୍ଭୁକ୍ତ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ମଧ୍ୟ ହୋଇପାରେ । [୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା କାଲିକ୍ରେନ (pKal ) ସହିତ ସଂଲଗ୍ନ ହୋଇ ଅବରୋଧ କରେ ।[୨] [୩]
୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲାନାଡେଲୁମାବ ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଷ୍ଟ୍ରରେ ପ୍ରତି ଦୁଇ ସପ୍ତାହରେ ଥରେ ଏହି ଔଷଧ ଦିଆଯିବାବେଳେ ପ୍ରତି ବ୍ୟକ୍ତିଙ୍କ ପାଇଁ ବର୍ଷକୁ ପ୍ରାୟ ୬୮୫,୦୦୦ ଡଲାର ଖର୍ଚ୍ଚ ହୋଇଥାଏ | [୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୩୫୦,୦୦୦ ପାଉଣ୍ଡ ହୋଇଥାଏ ।[୫]