ଲିଓନେଲ ବୁଷ୍ଟର କ୍ରାବ | |
---|---|
![]() Crabb, April 1944 | |
Nickname(s) | Buster |
ଜନ୍ମ | 28 January 1909 London |
ମୃତ୍ୟୁ | 19 April 1956 (presumed dead) |
ସେବା/ | ![]() |
କାର୍ଯ୍ୟକାଳ | 1941–47 |
ପଦବୀ | Lieutenant Commander |
ପୁରସ୍କାର | George Medal Officer of the Order of the British Empire |
ଅନ୍ୟକାର୍ଯ୍ୟ | MI6 diver |
ଲିଓନେଲ ବୁଷ୍ଟର କ୍ରାବ,ବିଶ୍ୱ ଇତିହାସରେ ଜଣେ ବିଚକ୍ଷଣ ଗୁପ୍ତଚର ଭାବରେ ଖ୍ୟାତ। ଲଣ୍ଡନରେ ସ୍ଟ୍ରେଥେମ ସହରରେ ୨୮ ଜାନୁଆରୀ ୧୯୦୯ରେ କ୍ରାବ ଜନ୍ମଗ୍ରହଣ କରିଥିଲେ।ପ୍ରାରମ୍ଭିକ ଜୀବନରେ ସେ ଲଣ୍ଡନ ସହରରେ ନାମମାତ୍ର ବ୍ୟବସାୟୀ ଭାବେ ପରିଚିତ ଥିଲେ।ପରବର୍ତ୍ତୀ ସମୟରେ ଅର୍ଥାତ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଗ୍ରେଟ୍ ବ୍ରିଟେନ ରୟାଲ ଆର୍ମିରେ ନିଯୁକ୍ତି ପାଇଥିଲେ।ବିଶ୍ୱଯୁଦ୍ଧ ସମୟରେ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯିବାରୁ ସେଠାକାର ସରକାର ତାଙ୍କୁ ବ୍ରିଟିଶ ନୌବାହିନୀରେ ନିଯୁକ୍ତି ଦେଇଥିଲେ। [ଇଟାଲୀ]] ଆକ୍ରମଣରୁ କିପରି ବ୍ରିଟିଶ ଯୁଦ୍ଧପୋତଗୁଡିକୁ ସୁରକ୍ଷା ଯୋଗାଇ ଦିଆଯାଇ ପାରିବ ସେଥିପାଇଁ ସେଠାରେ କ୍ରାବଙ୍କୁ ନିଯୁକ୍ତି ଦିଆଯାଇଥିଲା।କିଛିଦିନ ପରେ ସେ ବ୍ରିଟେନର ଆଲଡର୍ମଷ୍ଟସ୍ଥିତ ଆଣବିକ ପରୀକ୍ଷଣ କେନ୍ଦ୍ରରେ ନିଯୁକ୍ତି ପାଇଲେ।ସେହି ଆଣବିକ କେନ୍ଦ୍ରର ସୁରକ୍ଷା ତଦାରଖ କରିବାର ଦାୟିତ୍ୱ କ୍ରାବଙ୍କୁ ଦିଆଯାଇଥିଲା।[୧]
ସେହି ସମୟରେ ଉକ୍ତ ଆଣବିକ ପରୀକ୍ଷଣ କେନ୍ଦ୍ରରୁ ସୋଭିଏତ ସଂଘ ଏକ ଗୁପ୍ତ ଦଲିଲ ଆଣିବାକୁ ଚାହୁଁଥିଲା।ଏଥିପାଇଁ ସୋଭିଏତ ରାଷ୍ଟ୍ରର ଜଣେ ଗୁପ୍ତଚର କ୍ରାବଙ୍କୁ ଅନେକ ଅର୍ଥର ପ୍ରଲୋଭନ ଦେଖାଇଥିଲେ।ସେ ସମୟରେ ଯଦିଓ କ୍ରାବ ଜଣେ ସୁରକ୍ଷା ତଦାରଖକାରୀ ଭାବରେ ସାର୍ବଜନୀନ ଥିଲେ ,ପ୍ରକୃତରେ ସେ ବ୍ରିଟିଶ ସେନାବାହିନୀ ପ୍ରତି ଅନୁରକ୍ତ ଥିଲେ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଦଲିଲ ଗୁପ୍ତରେ ସେନାବାହିନୀର ହସ୍ତଗତ କରାଇପାରିଥିଲେ।ମାତ୍ର ସେହି ସମୟରେ ,ସୋଭିଏତ ସଂଘର ଗୁପ୍ତଚରଙ୍କ ପ୍ରରୋଚନାରେ ସେ ଉକ୍ତ ରେକର୍ଡଗୁଡ଼ିକ ଆସୁଥିବା ଗାଡି ଗୁଡିକୁ କ୍ରାବ ତନଖି ନକରି ଛାଡି ଦେଇଥିଲେ,ଯାହାକି ପରବର୍ତ୍ତୀ ସମୟରେ ସେନାର ହସ୍ତଗତ ହୋଇଥିଲା।[୨]
୯ ଜୁନ ୧୯୫୭ରେ ପିଲାସେ ଦ୍ୱିପପୁଞ୍ଜ ନିକଟସ୍ଥ ସମୁଦ୍ରରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସେହି ମୃତଦେହର ଡାକ୍ତରୀ ପରୀକ୍ଷା ହେବାପରେ ତାହା ସେହି ସୁରକ୍ଷାକର୍ମୀ ଲିଓନେଲ ବୁଷ୍ଟର କ୍ରାବଙ୍କର ଥିଲା ବୋଲି ଜଣାପଡ଼ିଥିଲା।ଏବଂ ସେହି ସମୟରେ ସେ ବ୍ରିଟିଶ ନୁହେଁ ବରଂ ସୋଭିଏତ ସଂଘର ଗୁପ୍ତଚର ଥିଲେ ବୋଲି ଜଣାପଡ଼ିଥିଲେ।ବ୍ରିଟିଶ ପୁଲିସ ତାଙ୍କ ମୁଣ୍ଡକୁ ଗୁଳିମାରି ସମୁଦ୍ରରେ ଫିଙ୍ଗିଦେଇଥିବା ତଦନ୍ତରୁ ଜଣାପଡ଼ିଥିଲା। ସେହି ସମୟରେ କ୍ରାବଙ୍କ ମୃତ୍ୟୁ ସଂକ୍ରାନ୍ତ ତଥ୍ୟ ଯୋଗାଇ ଦେବାପାଇଁ ତାଙ୍କର ପରିବାର ବ୍ରିଟିଶ ସରକାରଙ୍କ ନିକଟରେ ଦାବି କରିଥିଲେ ମଧ୍ୟ ତତ୍କାଳୀନ ବ୍ରିଟିଶ ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।