ଲିଙ୍ଗ ସ୍ରାବ

Penile discharge
Penis discharge[]
Purulent penile discharge due to gonorrhea with an overlying penile pyodermal lesion.[]
ବିଭାଗUrology
ଲକ୍ଷଣFluid from penis[]
କାରଣGonorrhea, chlamydia, balanitis, prostatitis, epididymitis, reactive arthritis, irritation, unknown[][]
ବିପଦ କାରକUncircumcised, new sexual partner, unprotected sex[][]
ରୋଗ ନିର୍ଣ୍ଣୟ ପଦ୍ଧତିFluid culture[]
ସଠିକ ରୋଗ ନିର୍ଣ୍ଣୟUrinary tract infection[]
ଚିକିତ୍ସାDepends on the cause, though often with antibiotics[]
ପୁନଃପୌନିକCommon[]

ଲିଙ୍ଗ ସ୍ରାବ (ଇଂରାଜୀ ଭାଷାରେ Penile discharge/ ପେନାଇଲ୍ ଡିସଚାର୍ଜ) ରୋଗରେ ଲିଙ୍ଗ ମୁହଁରୁ ତରଳ ପଦାର୍ଥ କ୍ଷରିତ ହୁଏ ଯାହା ମୂତ୍ର ବା ବିର୍ଯ୍ୟ ନୁହେଁ ଓ ଏହା ପୂଜ‌ଯୁକ୍ତ କିମ୍ବା ରକ୍ତପୁର୍ଣ୍ଣ ହୋଇପାରେ ।[] ଅନ୍ୟାନ୍ୟ ଲକ୍ଷଣଗୁଡିକ ମୂତ୍ରତ୍ୟାଗ ସମୟରେ ଜ୍ୱଳନ କିମ୍ବା ବାରମ୍ବାର ପରିସ୍ରା କରିବାର ଇଚ୍ଛା ହୋଇପାରେ | []

ସାଧାରଣ କାରଣ ମଧ୍ୟରେ ଗନରିଆ, କ୍ଲାମିଡିଆ, ବାଲାନାଇଟିସ, ପ୍ରୋଷ୍ଟାଟାଇଟିସ୍ ଏବଂ ଏପିଡିଡାଇମାଇଟିସ ହୋଇପାରେ | [] ଅନ୍ୟାନ୍ୟ କାରଣ ମଧ୍ୟରେ ଟ୍ରାଇକୋମୋନିଆସିସ୍, ଉତ୍ତେଜନା, ସାବୁନ ଜନିତ ପ୍ରତିକ୍ରିୟା ଏବଂ ପ୍ରତିକ୍ରିୟାଶୀଳ ଗଣ୍ଠି ପ୍ରଦାହ ହୋଇପାରେ ।[] [] ଏକ ତୃତୀୟାଂଶ ମାମଲାରେ ଏହାର କାରଣ ଅସ୍ପଷ୍ଟ ରହିଛି । [] ସଙ୍କଟ କାରକମାନ: ୨୫ ବର୍ଷରୁ କମ ବୟସରେ ଯୌନ ସକ୍ରିୟତା, ନୂତନ ଯୌନ ସାଥୀ, ଅସୁନ୍ନତ ହେବା କିମ୍ବା ଅସୁରକ୍ଷିତ ଯୌନ ସମ୍ପର୍କ ରଖିଲେ ଏହା ହୋଇପାରେ ।[] []

ଲିଙ୍ଗ ସ୍ରାବର ଏକ ସ୍ୱାବ ନେଇ ଜୀବାଣୁ କଲଚରଦ୍ୱାରା ରୋଗ ନିର୍ଣ୍ଣୟ ସମର୍ଥନ କରାଯାଇପାରେ | [] ଗନରିଆର ସ୍ରାବ ଧଳା, ହଳଦିଆ କିମ୍ବା ସବୁଜ ରଙ୍ଗର ହୋଇପାରେ | [] [] ଏଚ୍.ଆଇ.ଭି / ଏଡସ୍, ସିଫିଲିସ୍ ଏବଂ ହେପାଟାଇଟିସ୍ ସି ଭଳି ଅନ୍ୟାନ୍ୟ ଯୌନ ସଞ୍ଚାରିତ ରୋଗ ପାଇଁ ମଧ୍ୟ ପରୀକ୍ଷା କରାଯାଏ। []

ଗନରିଆ ଏବଂ କ୍ଲାମିଡିଆ ରୋଗର ସମ୍ଭାବ୍ୟ ଚିକିତ୍ସା ପାଇଁ ଆଣ୍ଟିବାୟୋଟିକ ସହିତ ଚିକିତ୍ସା ଆରମ୍ଭ ହୁଏ | [] ସେଫଟ୍ରାଇଆକ୍ସୋନ୍ ଏବଂ ଆଜିଥ୍ରୋମାଇସିନ୍ ଭଳି ଆଣ୍ଟିବାୟୋଟିକ୍ ଦିଆଯାଏ | [] ସଂସର୍ଗ ଚିହ୍ନଟ କରି ସେମାନଙ୍କର ମଧ୍ୟ ଚିକିତ୍ସା କରିବା ଆବଶ୍ୟକ ହୁଏ । [] ଲିଙ୍ଗ ସ୍ରାବ ଏକ ସାଧାରଣ ଅବସ୍ଥା ଅଟେ | [] ଲେନିଟିକସ ୧୫ରେ ଥିବା ପୁରାତନ ଟେଷ୍ଟାମେଣ୍ଟରେ (ଖ୍ରୀଷ୍ଟପୂର୍ବ 528-332) ଲିଙ୍ଗ ସ୍ରାବ ବିଷୟ ଉଲ୍ଲେଖ ରହିଛି ।[]

  1. ୧.୦ ୧.୧ "Penis Discharge". conditions.health.qld.gov.au (in ଇଂରାଜୀ). Queensland Government. 2017. Retrieved 27 December 2020.{{cite web}}: CS1 maint: url-status (link)
  2. "Details - Public Health Image Library(PHIL)". phil.cdc.gov. Retrieved 27 December 2020.{{cite web}}: CS1 maint: url-status (link)
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ Kahan, Scott; Miller, Redonda; Smith, Ellen G. (2008). "126. Penile Discharge". Signs and Symptoms (in ଇଂରାଜୀ). Lippincott Williams & Wilkins. ISBN 978-0-7817-7043-9.
  4. ୪.୦ ୪.୧ Dains, Joyce E.; Baumann, Linda Ciofu; Scheibel, Pamela (2018). "27. Penile Discharge". Advanced Health Assessment & Clinical Diagnosis in Primary Care E-Book (in ଇଂରାଜୀ) (6th ed.). Elsevier Health Sciences. p. 378. ISBN 978-0-323-59454-7.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ "Urethritis and Urethral Discharge in Men". patient.info. Retrieved 6 December 2014.
  6. Swartz, Mark H. (2014). Textbook of Physical Diagnosis E-Book: History and Examination (in ଇଂରାଜୀ). Elsevier Health Sciences. p. 478. ISBN 978-0-323-22507-6.
  7. "Gonorrhea - CDC Fact Sheet". cdc.gov. Retrieved 6 December 2014.
  8. Morris, Larry A. (1997). The Male Heterosexual (in ଇଂରାଜୀ). SAGE. p. 170. ISBN 978-0-8039-5640-7.