Ludwig's angina | |
---|---|
Angina ludovici | |
ଲକ୍ଷଣ | Fever, pain, raised tongue, trouble swallowing, neck swelling[୧] |
ଆକ୍ରାନ୍ତ ସମୟ | Rapid[୧] |
ବିପଦ କାରକ | Dental infection, upper respiratory infection, mouth piercing, poor immune function, diabetes, alcoholism[୨][୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and examination, CT scan[୧] |
ଚିକିତ୍ସା | Antibiotics, corticosteroids, endotracheal intubation, tracheostomy, surgery[୧][୨] |
ପୁନଃପୌନିକ | Rare[୩] |
ଲୁଡୱିଗ ଆଞ୍ଜିନା ହେଉଛି ଏକ ପ୍ରକାର ଗମ୍ଭୀର ଧରଣର ସେଲୁଲାଇଟିସ୍ ଯାହା ପାଟିର ଚଟାଣରେ ହୁଏ । [୪] ଅବସ୍ଥା ଦୃତ ଗତିରେ ଆରମ୍ଭ ହୋଇ ଶୀଘ୍ର ଖରପ ଦିଗକୁ ଗତି କରିଥାଏ । [୪] ସାଧାରଣତଃ ଜ୍ୱର, ଫୁଲା ଜିଭ, ବେକ ଫୁଲିଯିବା, ଯନ୍ତ୍ରଣା ଏବଂ ଗିଳିବାରେ ଅସୁବିଧା ହୋଇଥାଏ ।[୧] ପାଟିର ଚଟାଣ ପ୍ରାୟତ କଠିନ ହୁଏ ଏବଂ ପାଟି ଖୋଲିବାର କ୍ଷମତା ହ୍ରାସ ହୋଇଯାଏ ।[୨] ଅବସ୍ଥା ଖରାପ ହେବା ସହିତ ଶ୍ୱାସକ୍ରିୟରେ ଅସୁବିଧା ହୋଇପାରେ ।[୧] ଅନ୍ୟାନ୍ୟ ଜଟିଳତାରେ ମିଡିଆଷ୍ଟାଇନାଇଟିସ୍ ଏବଂ ଜୁଗୁଲାର୍ ଶିରା ଥ୍ରୋମ୍ବୋସିସ୍ ହୋଇପାରେ । [୫]
ପ୍ରାୟ ୭୦% ରୋଗ, ଏକ ଦାନ୍ତ ସଂକ୍ରମଣରୁ ଆରମ୍ଭ ହୁଏ, ବିଶେଷତ ମୋଲାର ଦାନ୍ତରୁ, ଯଦିଓ ଏହା ଉପର ଶ୍ୱାସନଳୀ ସଂକ୍ରମଣରୁ ମଧ୍ୟ ହୋଇପାରେ ।[୧] [୨] ଅନ୍ୟ ବିପଦ କାରଣଗୁଡ଼ିକ ମଧ୍ୟରେ ପାଟି ଭିତର ଫୋଡ଼ି ହୋଇଯିବା, କମ୍ ରୋଗ ପ୍ରତିରୋଧକ କ୍ଷମତା, ମଧୁମେହ ଏବଂ ମଦ୍ୟପାନ ହୋଇପାରେ । [୨] ଏହା ନିର୍ଦ୍ଦିଷ୍ଟ ଭାବରେ ସବମାଣ୍ଡିବୁଲାର, ସବମେଣ୍ଟାଲ୍ ଏବଂ ସବଲିଙ୍ଗୁଆଲ୍ ସ୍ଥାନରେ ହୋଇଥାଏ ଏବଂ ସାଧାରଣତଃ ଅନେକ ପ୍ରକାରର ଜୀବାଣୁ ଜଡ଼ିତ ଥାଆନ୍ତି ।[୧] [୨] ସାଧାରଣତଃ ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇଥାଏ ଓ ସିଟି ସ୍କାନଦ୍ୱାରା ସମର୍ଥିତ ହୋଇପାରେ ।[୧]
ଉପଯୁକ୍ତ ଦାନ୍ତର ଯତ୍ନଦ୍ୱାରା ଏହି ରୋଗକୁ ପ୍ରତିରୋଧ କରିହୁଏ ।[୬] ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ ବ୍ରଡ-ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ଏବଂ କର୍ଟିକୋଷ୍ଟେରଏଡ୍ ଦିଆଯାଏ ।[୧] ରୋଗ ଆଗେଇ ଯାଇଥିଲେ ଏଣ୍ଡୋଟ୍ରାକିଆଲ ଇଣ୍ଟ୍ୟୁବେସନ୍ କିମ୍ବା ଟ୍ରାକିଓଷ୍ଟୋମି ଆବଶ୍ୟକ ହୋଇପାରେ ।[୧] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ନେବୁଲାଇଜଡ୍ ଏପିନେଫ୍ରାଇନ୍ ଏବଂ ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ ହୋଇପାରେ ।[୨] ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୮% ଥାଏ ଯଦିଓ ଚିକିତ୍ସା ବିନା ୫୦% ମୃତ୍ୟୁ ହୋଇପାରେ ।[୨]
ଲୁଡୱିଗ ଆଞ୍ଜିନା ଏକ ବିରଳ ରୋଗ ଅଟେ ।[୩] ଉଭୟ ଲିଙ୍ଗ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି ।[୭] ଏହାର ନାମ ଜର୍ମାନ ଚିକିତ୍ସକ ୱିଲହେଲମ ଫ୍ରେଡେରିକ ଭନ ଲୁଡୱିଗଙ୍କ ନାମରେ ନାମିତ, ଯିଏ ୧୮୩୬ ମସିହାରେ ଏହି ଅବସ୍ଥାକୁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଥିଲେ ।[୮] ତଥାପି ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ରୁ ହିପୋକ୍ରେଟସଙ୍କ ସମୟରୁ ଏହି ରୋଗର ବର୍ଣ୍ଣନାଗୁଡ଼ିକ ଆରମ୍ଭ ହୋଇଥିଲା ।[୫] ୧୯୪୦ ଦଶକରେ ଆଣ୍ଟିବାୟୋଟିକ୍ ଆସିବା ପରେ ରୋଗ ହାର ଏବଂ ମୃତ୍ୟୁ ହେବାର ଆଶଙ୍କା କମିଯାଇଥିଲା । [୫]
{{cite journal}}
: CS1 maint: unflagged free DOI (link)
{{cite journal}}
: Cite journal requires |journal=
(help)