![]() | |
![]() | |
Clinical data | |
---|---|
Pronunciation | /ljʊəˈræsɪdoʊn/ |
Trade names | Latuda, others |
Synonyms | SM-13,496 |
AHFS/Drugs.com | monograph |
MedlinePlus | a611016 |
data | |
Pregnancy category | |
Routes of administration | By mouth |
Drug class | Atypical antipsychotic[୧] |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 9–19% (oral)[୨] |
Protein binding | ~99%[୩] |
Metabolism | Liver (CYP3A4-mediated)[୨] |
Elimination half-life | 18–40 hours[୨][୩] |
Excretion | Faecal (67–80%), renal (9–19%)[୨][୩] |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.225.187 |
Chemical and physical data | |
Formula | C28H36N4O2S |
Molar mass | 492.68 g/mol |
3D model (JSmol) | |
Specific rotation | [α]20D −59° |
Melting point | 176 to 178 °C (349 to 352 °F) |
Solubility in water | 0.224 mg/mL (20 °C) |
| |
|
ଲୁରାସିଡନ (ଇଂରାଜୀ ଭାଷାରେ Lurasidone, ଏକ ବିକ୍ରୟ ନାମ ଲାଟୁଡା/Latuda) ଏକ ଆଣ୍ଟିସାଇକୋଟିକ (antipsychotic) ଔଷଧ ଯାହା ସିଜୋଫ୍ରେନିଆ ଓ ବାଇପୋଲାର ଡିଜଅଡର ରୋଗ ଚିକିତ୍ସା ନିମନ୍ତେ ଦିଆଯାଏ ।[୧] ବାଇପୋଲାର ଡିଜଅଡର ରୋଗରେ ଏହା ସହିତ ଭାଲପ୍ରୋଏଟ ବା ଲିଥିଅମ (lithium) ଭଳି ମୁଡ ସ୍ଟାବିଲାଇଜର (mood stabilizer) ଔଷଧ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧]
ଲୁରାସିଡନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଅଇ, ତରଳ ଝାଡ଼ା, ଚଳନ ଅସୁବିଧା (movement disorders) ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ସ୍ଥାୟୀ ଚଳପ୍ରଚଳ ଅସୁବିଧା (tardive dyskinesia), ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଆତ୍ମହତ୍ୟା ସଙ୍କଟ, ଆଞ୍ଜିଓଇଡିମା ଓ ଅଧିକ ରକ୍ତ ଶର୍କରା ଦେଖାଯାଇପାରେ ।[୧] ବୟସ୍କ ଲୋକର ଡିମେନ୍ସିଆ ଯୋଗୁ ସାଇକୋସିସ ଥିଲେ ମୃତ୍ୟୁ ସଙ୍କଟ ଅଧିକ ରହେ ।[୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୪] ଏହାର କାର୍ଯ୍ୟବିଧି ଅସ୍ପଷ୍ଟ ଥିଲେ ମଧ୍ୟ ମସ୍ତିଷ୍କରେ ଥବା ଡୋପାମିନ୍ ଓ ସେରୋଟୋନିନ (serotonin) ଉପରେ ପ୍ରଭାବ ଥିବା ବିଶ୍ୱାସ କରାଯାଏ ।[୧]
ଲୁରାସିଡନ ସନ ୨୦୧୦ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୧] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୯୦.୭୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧୯୦.୨୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୫] ସନ ୨୦୧୬ରେ ଏହାର ୨.୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୨୭ ତମ ସ୍ଥାନରେ ଥଲା ।[୬]
<ref>
ଚିହ୍ନ;
EMA
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।