ଲୋକ ସଭାର ବାଚସ୍ପତି ହେଉଛନ୍ତି ଭାରତୀୟ ସଂସଦର ନିମ୍ନ ସଦନର ସଭାପତି। ସାଧାରଣ ନିର୍ବାଚନ ପରେ ଲୋକ ସଭାର ପ୍ରଥମ ବୈଠକରେ ବାଚସ୍ପତି ନିର୍ବାଚିତ ହୋଇଥାନ୍ତି। ବାଚସ୍ପତି ପରମ୍ପରାଗତ ଆଧାରରେ ଶାସକ ଦଳ କିମ୍ବା ସହଯୋଗୀ ଦଳର ଲୋକ ସଭାର ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ମନୋନୀତ ହୋଇଥାନ୍ତି ।ବାଚସ୍ପତିଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ । ଲୋକ ସଭାକୁ ନୂତନ ଭାବେ ନିର୍ବାଚିତ ସାଂସଦମାନେ ନିଜ ମଧ୍ୟରେ ବାଚସ୍ପତି ଚୟନ କରନ୍ତି। ବାଚସ୍ପତି ପ୍ରାର୍ଥୀ ଶାସକ ତଥା ବିରୋଧୀ ଦଳ ମଧ୍ୟରେ ଗ୍ରହଣୀୟ ହେବା ଏକ ପରମ୍ପରା।ବାଚସ୍ପତି ହେଉଛନ୍ତି ଲୋକ ସଭାର ନିର୍ବିବାଦୀୟ ଓ ନିରପେକ୍ଷ ଅଧ୍ୟକ୍ଷ। ସେ ଗୃହର ସଭା କାର୍ଯ୍ୟ ଶୃଙ୍ଖଳାର ସହିତ ପରିଚାଳନା କରନ୍ତି । ଉଭୟ ବାଚସ୍ପତି ଓ ଉପବାଚସ୍ପତି ଗୃହର ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ଓ ବହିଷୃତ ହୁଅନ୍ତି ।
ଲୋକ ସଭାର ବାଚସ୍ପତି ହେବାର ଯୋଗ୍ୟତା ମାନଦଣ୍ଡ ହେଉଛି:
ସାଂସଦମାନେ ଜଣେ ସାମୟିକ ବାଚସ୍ପତିଙ୍କ ନାମ (ପ୍ରୋ-ଟେମ୍ ସ୍ପିକର) ପ୍ରସ୍ତାବ ଦିଅନ୍ତି | ପ୍ରୋ-ଟେମ୍ ସ୍ପିକର ବାଚସ୍ପତି ନିର୍ବାଚନ ପାଇଁ ଅଧିବେଶନରେ ଅଧ୍ୟକ୍ଷତା କରନ୍ତି ।ରାଷ୍ଟ୍ରପତି ନିଜ ମହାସଚିବଙ୍କ ମାଧ୍ୟମରେ ବାଚସ୍ପତି ନିର୍ବାଚନ ତାରିଖ ଘୋଷଣା କରନ୍ତି। ଯଦି ନିର୍ବାଚନ ପାଇଁ କେବଳ ଗୋଟିଏ ନାମ ପ୍ରସ୍ତାବ ଦିଆଯାଏ, କୌଣସି ଔପଚାରିକ ଭୋଟ୍ ବିନା ବାଚସ୍ପତି ନିର୍ବାଚିତ ହୁଅନ୍ତି | ଯଦି ଏକରୁ ଅଧିକ ନାମାଙ୍କନ ଗ୍ରହଣ କରାଯାଏ, ତେବେ ରାଷ୍ଟ୍ରପତିଙ୍କଦ୍ୱାରା ସୂଚିତ ହୋଇଥିବା ତାରିଖରେ ସାଂସଦମାନେ ସେମାନଙ୍କ ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତି। ଆଗାମୀ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସଫଳ ପ୍ରାର୍ଥୀ ଲୋକ ସଭା ବାଚସ୍ପତି ଭାବରେ ନିର୍ବାଚିତ ହୁଅନ୍ତି।[୧][୨]
ଲୋକ ସଭାର ବାଚସ୍ପତି ଲୋକ ସଭାର ପରିଚାଳନା କରନ୍ତି। ଏକ ବିଲ୍ ଅର୍ଥ ବିଲ୍ କି ନୁହେଁ ତାହା ସ୍ଥିର କରିବାର ଅଧିକାର କେବଳ ବାଚସ୍ପତିଙ୍କର । ସେମାନେ ସଦନରେ ଶୃଙ୍ଖଳା ବଜାୟ ରଖନ୍ତି ।ସେ ସଦସ୍ୟଙ୍କୁ ଅସାଧୁ ଆଚରଣ ପାଇଁ ନିଲମ୍ବନ କରିପାରନ୍ତି । ବାଚସ୍ପତି ବିଭିନ୍ନ ପ୍ରକାରର ପ୍ରସ୍ତାବ ଏବଂ ସଂକଳ୍ପ ଯଥା ଅନାସ୍ଥା ପ୍ରସ୍ତାବ, ମୁଲତବୀ ପ୍ରସ୍ତାବ, ଧ୍ୟାନ ଅକର୍ଷଣକରି ପ୍ରସ୍ତାବ ଇତ୍ୟାଦି ଆଗେଇବାକୁ ଅନୁମତି ଦିଅନ୍ତି । ଗୃହର ସଦସ୍ୟମାନଙ୍କଦ୍ୱାରା କରାଯାଇଥିବା ସମସ୍ତ ମନ୍ତବ୍ୟ ଏବଂ ଭାଷଣ ବାଚସ୍ପତିଙ୍କୁ ସମ୍ବୋଧିତ କରାଯାଏ | ସଂସଦର ଉଭୟ ଗୃହର ମିଳିତ ବୈଠକରେ ବାଚସ୍ପତି ଅଧ୍ୟକ୍ଷତା କରନ୍ତି । ପ୍ରାଥମିକତା କ୍ରମରେ ଲୋକ ସଭା ବାଚସ୍ପତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ସହ ଷଷ୍ଠ ସ୍ଥାନରେ ରହିଛନ୍ତି । ବାଚସ୍ପତିଙ୍କର ସ୍ୱତନ୍ତ୍ର ସଚିବାଳୟ ଅଛି ।[୨]