ଶଙ୍ଖ ଘୋଷ | |
---|---|
ଜନ୍ମ | ୫ ଫେବୃଆରୀ ୧୯୩୨ |
ମୃତ୍ୟୁ | ୨୧ ଅପ୍ରେଲ ୨୦୨୧ କଲିକତା | (ବୟସ ୮୯)
ପୁରସ୍କାର | ପଦ୍ମ ଭୂଷଣ (୨୦୧୧) ଜ୍ଞାନପୀଠ ପୁରସ୍କାର (୨୦୧୬) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୭) କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ |
ଶଙ୍ଖ ଘୋଷ ( ୫ ଫେବୃଆରୀ ୧୯୩୨ - ୨୧ ଅପ୍ରେଲ ୨୦୨୧ )[୧] ଜଣେ ବଙ୍ଗଳା ଭାଷାର କବି ଓ ସାହିତ୍ୟ ସମାଲୋଚକ ଥିଲେ ।[୨]
ଶଙ୍ଖ ଘୋଷ ବଙ୍ଗଳା ଭାଷାରେ ସ୍ନାତକ (୧୯୫୧) ଓ ସ୍ନାତକତ୍ତୋର (୧୯୫୪) ଶିକ୍ଷା ଯଥାକ୍ରମେ ପ୍ରେସିଡେନ୍ସି କଲେଜ ଓ କଲିକତା ବିଶ୍ୱବିଦ୍ୟାଳୟରୁ ସମାପ୍ତ କରିଥିଲେ । ସେ ବଙ୍ଗବାସୀ କଲେଜ, ସିଟି କଲେଜ ଓ ଯାଦବପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ୧୯୯୨ ମସିହାରେ ଯାଦବପୁର ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ୧୯୬୭ ମସିହାରେ ସେ ଆଇଓଆ ବିଶ୍ୱବିଦ୍ୟାଳୟର ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ ଇନଷ୍ଟିଚୁଟ ଅଫ ଆଡଭାନ୍ସଡ଼ ଷ୍ଟଡିଜ ଓ ବିଶ୍ୱଭାରତୀ ଆଦି ଅନୁଷ୍ଠାନରେ ମଧ୍ୟ ଅଧ୍ୟାପନା କରିଥିଲେ ।[୩] କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ, ଜ୍ଞାନପୀଠ ପୁରସ୍କାର ଆଦି ବହୁ ପୁରସ୍କାରରେ ସେ ଭୂଷିତ । "କୁନ୍ତକ" ନାମରେ ସେ ଲେଖାଲେଖି କରୁଥିଲେ ।[୪] ୨୦୨୧ ଅପ୍ରେଲ ୨୧ ତାରିଖରେ କରୋନାରେ ପୀଡ଼ିତ ହୋଇ କଲିକତାଠାରେ ତାଙ୍କର ପରଲୋକ ଘଟିଥିଲା ।[୫]