ଶିଆଳିଆ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ଗାଁ । [୧]
ଏହା କେନ୍ଦ୍ରାପଡ଼ାର ରାଜକନିକା ସଦର ମହକୁମା ପୂର୍ବକୁ ଚାରି କିଲୋମିଟର ଦୂରରେ ଅବସ୍ଥିତ । ଗ୍ରାମ ପ୍ରାୟ ୧ କିମି ଦୀର୍ଘ । [୧]
ଏହି ଗାଁରେ ପ୍ରାୟ ୯୦ ଘର ଓ ୫୦୦ଟି ପରିବାର ବାସ କରନ୍ତି । [୧]
ଗାଁର ଉତ୍ତର ଦିଗରେ ମୁକ୍ତ ଆକାଶ ତଳେ ଗ୍ରାମଦେବୀ କେନ୍ଦୁବାସୁଳେଈଙ୍କ ମନ୍ଦିର । ପୂଜାପୀଠର ଚାରି ପାଖରେ କେନ୍ଦୁ ବୃକ୍ଷମାନ ରହିଛି। ସେହି କେନ୍ଦୁବୃକ୍ଷର ନାମ ଅନୁସାରେ ଠାକୁରାଣୀଙ୍କ ନାମ କେନ୍ଦୁବାସୁଳେଈ । ଖରାରେ ଅଧିଷ୍ଠିତ ହୋଇଥିବାରୁ ତାଙ୍କ ଅନ୍ୟନାମ ଖରାଖାଇ ବୋଲି ସେ ଲୋକମୁଖରେ ପରିଚିତ। ବିପଦ ଆପଦରୁ ରକ୍ଷା ପାଇଁ ବାସୁଳେଈଙ୍କ ପାଦତଳେ ମାନସିକ ଧାରୀ ମାଟିଘୋଡ଼ା ଅର୍ପଣ କରିଥାନ୍ତି । [୨][୩]
କୌଣସି କଳହ ବା ବାଦବିବାଦ ଦେଖାଦେଲେ ମୋକଦ୍ଦମା କୋର୍ଟ କଚେରୀକୁ ଯାଏନି । ପୋଲିସ କେବେ ସେହି ଗ୍ରାମକୁ ଯାଏନି । ବିବାଦ ଆଲୋଚନା ମାଧ୍ୟମରେ ସେମାନଙ୍କ ମଧ୍ୟରେ ତୁଟିଯାଏ । କେଉଁ ଏକ ଅତୀତରୁ ଦୃଢ଼ ବିଶ୍ୱାସପୁର୍ଣ୍ଣ ପରମ୍ପରାକୁ ମାନି ଅଦ୍ୟାବଧି ବିନା ଝରକା ଏବଂ କବାଟ ବନ୍ଧରେ ଘର କରି ବେଶ୍ ସୁଖ ଶାନ୍ତିରେ ଜୀବନଯାପନ କରି ଆସୁଛନ୍ତି ଶିଆଳିଆ ଗ୍ରାମବାସୀ । ନା ଅଛି ଚୋରଙ୍କ ଭୟ ନା ଅଛି ହିଂସ୍ର ବାଘ ଭାଲୁଙ୍କ ଭୟ କେନ୍ଦୁବାସୁଳେଈଙ୍କ ଛତ୍ରଛାୟା ତଳେ ନିର୍ଭୟରେ ବାସ କରୁଛନ୍ତି ଗ୍ରାମବାସୀ । [୪][୫]
କାହିଁ କେଉଁ ପିତୃପିତାମହ ଅମଳରୁ ଘରମାନଙ୍କରେ କବାଟ ଦ୍ୱାର ନାହିଁ । କାରଣ ମଧ୍ୟ ଜଣାନାହିଁ । ଗୋଟିଏ କଥା ଅତୀତରୁ ମାନି ଆସିଛନ୍ତି ସମସ୍ତେ । ଦିନେ ଜଣେ ସରଳ ଗ୍ରାମବାସୀ ଆଧୁନିକ ସଭ୍ୟତା ଅବଲମ୍ବୀ ଜଣେ ଧୂର୍ତ୍ତ ପ୍ରଭାବଶାଳୀ ଲୋକର କଥାରେ ପ୍ରଭାବିତ ହୋଇ ଘରର କବାଟ ଲଗାଇଲା । ଗ୍ରାମବାସୀ ମଧ୍ୟ ଏକାର୍ଯ୍ୟରେ ବାଧା ଦେଲେନାହିଁ । ଅଚାନକ ତା'ର ଘରଟି ପୋଡ଼ିଗଲା କିନ୍ତୁ ଅନ୍ୟ କୌଣସି ଘରକୁ ନିଆଁ ଡେଇଁଲା ନାହିଁ । ସେହି ରାତିରେ ତାକୁ ଦୈବବାଣୀ ହେଲା ଯେ, ତୁ ଆଉ ଭୁଲ କରେନା । ମୁଁ ପରା କବାଟ ଭଳି ତୋ ଦୁଆର ଜଗିଛି ।
ଭିନ୍ନ ଧର୍ମୀୟ ଜଣେ ବ୍ୟକ୍ତି ଏକଦା ସେହି ଗ୍ରାମକୁ ଆସିଥିଲେ ଏବଂ ଠାକୁରାଣୀଙ୍କଠାରେ ତାଙ୍କର ବିଶ୍ୱାସ ନଥିଲା । ସେ ଏକ ଗୃହ ନିର୍ମାଣ କରି ସେଥିରେ କବାଟ ସ୍ଥାପନ କଲେ । କିଛି ଦିନ ମଧ୍ୟରେ ତାଙ୍କର ବଳଦ ମରିଗଲେ ଏବଂ ତାଙ୍କୁ ଦୁର୍ଦ୍ଦଶା ପଡ଼ିଲା । ସେହି ବ୍ୟକ୍ତି ସାତଟି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ । ରାଜସ୍ୱ ରେକର୍ଡରେ ସେହି ବ୍ୟକ୍ତିଙ୍କ ନାମ 'ପଠାଣ କିଆରୀ' ଭାବେ ଲିପିବଦ୍ଧ ଅଛି ।
ଏହି ଭଳି ଏକ ଦୈବୀଶକ୍ତିକୁ ବିଶ୍ୱାସ କରି ଶିଆଳିଆ ଗ୍ରାମର ଗ୍ରାମବାସୀମାନେ କାହିଁ କେଉଁ ଅତୀତରୁ ପରସ୍ପର ସହଯୋଗ ଭରା ଜୀବନଯାପନ କରି ଆସୁଛନ୍ତି ।
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)