ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | ଭୁବନେଶ୍ୱର, ଓଡ଼ିଶା | ୫ ନଭେମ୍ବର ୧୯୭୭|||||||||||||||||||||||||||||||||||||||||||||||||||||||||||||||||
ଡାକ ନାମ | ବୁଢ଼ା | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ଡାହାଣହାତୀ | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | ଡାହାଣହାତୀ ମଧ୍ୟମଗତି | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | ବ୍ୟାଟର | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, ୨୩ ଜାନୁଆରୀ ୨୦୧୯ |
ଶିବସୁନ୍ଦର ଦାସ (ଜନ୍ମ- ୫ ନଭେମ୍ବର ୧୯୭୭) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଜଣେ ଡାହାଣ-ହାତି ଖେଳାଳି । ସେ ପ୍ରଥମ-ଶ୍ରେଣୀ କ୍ରିକେଟରେ ଓଡ଼ିଶା ପକ୍ଷରୁ ଖେଳନ୍ତି । ଶିବସୁନ୍ଦର ପ୍ରଥମେ ୨୦୦୦ ମସିହାରେ ବେଙ୍ଗାଳୁରୁଠାରେ ଜାତୀୟ କ୍ରିକେଟ ଶିବିରରେ ଯୋଗ ଦେଇଥିଲେ ଓ ସେହି ବର୍ଷ ସେ ଭାରତ ତରଫରୁ ମଧ୍ୟ ଖେଲିବାର ସୁଯୋଗ ପାଇଥିଲେ । ସେ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ମଧ୍ୟ ରହିଥିଲେ । ସେ ଓଡ଼ିଶା ତରଫରୁ ଭାରତ ପାଇଁ ଖେଳିଥିବା ତୃତୀୟ ଓଡ଼ିଆ ଖେଳାଳି । ସେ ଭାରତ ପକ୍ଷରୁ ୨୩ଟି ଟେଷ୍ଟ ଓ ୪ଟି ଏକଦିବସୀୟ ମ୍ୟାଚ ଖେଳିଥିଲେ ।
ଶିବସୁନ୍ଦର ୨୦୦୦ ମସିହାରେ ଏନସିଏ(ଜାତୀୟ କ୍ରିକେଟ ଏକାଡେମୀ)ରେ ପ୍ରଶିକ୍ଷଣ ନିମନ୍ତେ ଚୟନ ହୋଇଥିଲେ ।[୧] ସେହି ବର୍ଷ ସେ ଆନ୍ତର୍ଜାତୀୟ କ୍ରିକେଟ ଖେଳିବା ମଧ୍ୟ ଆରମ୍ଭ କରିଥିଲେ । ଭାରତ ତରଫରୁ ୨୩ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ଟେଷ୍ଟ କ୍ରିକେଟରେ ସେ ୨ଟି ଶତକ ଓ ୯ଟି ଅର୍ଦ୍ଧଶତକଷ ମୋଟ ୧,୩୨୬ ରନ କରିଥିଲେ । ଏହି ୨ ଶତକ ସେ ଜିମ୍ବାୱେ ବିରୋଧରେ ହାସଲ କରିଥିଲେ ଓ ସେହି ସିରିଜରେ ତାଙ୍କୁ ମ୍ୟାନ ଅଫ ଦ ସିରିଜ ପୁରସ୍କାର ମିଳିଥିଲା ।[୨] ଏକଦିବସୀୟ ମ୍ୟାଚରେ ତାଙ୍କୁ କମ ସୁଯୋଗ ମିଳିଥିଲା ଓ ସେ ମାତ୍ର ୪ଟି ମ୍ୟାଚ ଖେଳି ୩୯ରନ ସ୍କୋର କରିଥିଲେ ।
୨୦୦୨ ମସିହାରେ ୱେଷ୍ଟ ଇଣ୍ଡିଜ ଗସ୍ତପାଇଁ ଶିବ ସୁନ୍ଦର ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ଏହି ସିରିଜରେ ସେ ଭଲ ପ୍ରଦର୍ଶନ କରି ନପାରିବାରୁ ଆଗାମୀ ଇଂଲଣ୍ଡ ଗସ୍ତପାଇଁ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା । ଏହି ସହିତ ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ ଜୀବନର ଯବନିକା ପଡ଼ିଥିଲା ।[୨]
୨୦୨୧ ମଇ ମାସରେ ତାଙ୍କୁ ଭାରତୀୟ ମହିଳା ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତି ମିଳିଥିଲା ।[୩]