ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (April 2015) |
ଶ୍ରୀଶୈଲମ
శ్రీశైలం
| |
---|---|
Country | India |
State | Andhra Pradesh |
District | Kurnool |
Elevation | 409 m (1,342 ft) |
Population (2011)[୧] | |
• Total | ୧୦,୨୮୮ |
Languages | |
• Official | Telugu |
Time zone | UTC+5:30 (IST) |
ଶ୍ରୀଶୈଲମ , (Kannada : ಶ್ರೀಶೈಲ shrīshaila , Telugu : శ్రీశైలం śrīśailaṃ ) ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶର କୁର୍ନୁଲ ଜିଲ୍ଲାର ନଲ୍ଲାମାଳା ପାହାଡ ଉପରେ ଥିବା ଭଗବାନ ମଲ୍ଲିକାର୍ଜୁନଙ୍କ ମନ୍ଦିର । ଏହା କ୍ରୀଷ୍ଣା ନଦୀ ଅ ତଟରେ ଓ ହାଇଦେରବାଦଠାରୁ 212 କିଲୋମିଟର ଦୂରରେ ଅବସ୍ଥିତ । ଏହା ବହୁ ପୁରାତନ କାଳରୁ ହିନ୍ଦୁ ଧର୍ମ , ସଂସ୍କୃତି ଓ ସାମାଜିକ ଇତିହାସରେ ଏକ ବିଶିଷ୍ଟ ସ୍ଥାନ ଗ୍ରହଣ କରି ଆସୁଛି । ତଥ୍ୟ ଅନୁସାରେ ଜଣା ଯାଏ ଯେ ଶ୍ରୀଶୈଲମର ଇତିହାସ ଶତବାହନ ପ୍ରଥମ ଦକ୍ଷିଣରେ ସମ୍ବ୍ରାଜ୍ୟର ଆରମ୍ଭ କଳା ବେଳଠାରୁ ରହିଛି । ସଂସ୍କୃତ ଗ୍ରନ୍ଥରେ ଶ୍ରୀଶୈଲମ ଉପରେ ନିମ୍ମ ବର୍ଣ୍ଣନା ରହିଛି
In native script, "శ్రీశైల శిఖర దృష్ట్వా పునః జన్మ న విద్యతే ।"
"śrīśaila śikhara dṛṣṭvā punaḥ janma na vidyate ।"
ଅର୍ଥାତ " ଶିଖର ବା ଶ୍ରୀଶୈଲମର ଶ୍ରୁଙ୍ଗ ଦର୍ଶନା କାଲେ ପୁନର ଜନ୍ମରୁ ମୁକ୍ତି ମିଳିଥାଏ ।
ଶ୍ରୀଶୈଲମର ଅବସ୍ଥିତିର ଦିଗବାରେଣୀ ହେଲା 16°04′26″N 78°52′05″E / 16.074°N 78.868°E.[୨] ସମୁଦ୍ର ପତ୍ତନଠାରୁ ଏହା 1345 ଫୁଟ ଉପରେ ରହିଛି ।
ଶ୍ରୀଶୈଲମଠାରେ ଥିବା ମଲ୍ଲିକାର୍ଜୁନ ମନ୍ଦିର ଭାରତର 12ଟି ଜ୍ୟୋତିଲିଙ୍ଗ ମନ୍ଦିର ଭିତରୁ ଅନ୍ୟତମ । ପ୍ରଥମେ ଏହାକୁ ଶ୍ରୀଗିରି କୁହାଯାଉଥିଲା । ଏଠାରେ ଭ୍ରମରମ୍ଭା ମନ୍ଦିର ମଧ୍ୟ ରହିଛି । ଏହା ଭାରତର 18ଟି ଶକ୍ତି ପିଠା ମଧ୍ୟରୁ ଏକ ହେଇଥିବାର କୁହାଯାଏ ।