ସଉରା | |
---|---|
ସବର | |
𑃐𑃚𑃝, ସଉରା | |
ଅଞ୍ଚଳ | ଭାରତ |
ଜାତିସତ୍ତା | ସଉରା |
ମାତୃଭାଷୀ | [୧] |
ଅଷ୍ଟ୍ରୋଏସିଆଟିକ
| |
ସୋରାଙ୍ଗ ସମ୍ପେଙ୍ଗ, ଓଡ଼ିଆ, ଲାଟିନ, ତେଲୁଗୁ | |
ଭାଷା କୋଡ୍ | |
ISO ୬୩୯-୩ | srb |
ଗ୍ଲୋଟୋଲୋଗ | sora1254 |
ELP | Sora |
ସଉରା ଅଷ୍ଟ୍ରୋ-ଏସୀୟ ଭାଷା ଅନ୍ତର୍ଗତ ଏକ ଦକ୍ଷିଣ ମୁଣ୍ଡା ଭାଷା ଓ ମୁଖ୍ୟତଃ ପୂର୍ବ ଭାରତୀୟ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟମାନଙ୍କରେ ବସବାସ କରୁଥିବା ସଉରା ଲୋକଙ୍କ କଥିତ । ସଉରାରେ ଆନୁଷ୍ଠାନିକ ସାହିତ୍ୟ କମ ରହିଥିବା ବେଳେ ବିଭିନ୍ନ ଲୋକକଥା ଏବଂ ପରମ୍ପରା ରହିଛି । ପିଢ଼ି ପରେ ପିଢ଼ିକୁ ଅଧିକାଂଶ ଜ୍ଞାନ ମୌଖିକ ଭାବେ ପ୍ରସାରିତ ହୋଇଛି । ପୂର୍ବ ଭାରତର ଅନେକ ଆଦିବାସୀ ଭାଷା ପରି ଏହା ଯୁନେସ୍କୋ ଦ୍ୱାରା "ବିଲୁପ୍ତ ହେବାର ଆଶଙ୍କା" ଶ୍ରେଣୀଭୁକ୍ତ | ଆନ୍ତର୍ଜାତୀୟ ମାତୃଭାଷା ପ୍ରତିଷ୍ଠାନ (ଆଇ. ଏମ. ଏଲ. ଆଇ.) ଅନୁସାରେ ଏହି ଭାଷା ବିପଦଗ୍ରସ୍ତ ।[୨]
ସଉରା ବକ୍ତାମାନେ ମୁଖ୍ୟତଃ ଗଞ୍ଜାମ, ଗଜପତି (କେନ୍ଦ୍ରୀୟ ଗୁମ୍ମା ପାହାଡ଼ ଅଞ୍ଚଳ[୩] ଏବଂ ଗୁମ୍ମା ବ୍ଲକ), ରାୟଗଡ଼ା, କୋରାପୁଟ ଏବଂ ଫୁଲବାଣୀ ଜିଲ୍ଲାରେ ତଥା ଆଖପାଖ ଅଞ୍ଚଳରେ ବସବାସ କରନ୍ତି । ଅନ୍ୟ ବକ୍ତାମାନେ ଉତ୍ତର ଆନ୍ଧ୍ର ପ୍ରଦେଶ (ବିଜୟନଗରମ , ପାର୍ବତୀପୁରମ ମନ୍ୟମ ଏବଂ ଶ୍ରୀକାକୁଲମ ଜିଲ୍ଲା)ରେ ରହନ୍ତି |
ଆଇରନବାଉଣ୍ଡ ଫିଲ୍ମସର ୨୦୦୮ ଆମେରିକୀୟ ବୃତ୍ତଚ୍ଚିତ୍ର ଦି ଲିଙ୍ଗୁଇଷ୍ଟସର ସଉରା ଅନ୍ୟତମ ବିଷୟ ଥିଲା । ସେଥିରେ ଦୁଇଜଣ ଭାଷାବିଜ୍ଞାନୀ ଅନେକ ମୃତପ୍ରାୟ ଭାଷାଗୁଡ଼ିକ ଅଭିଲେଖ କରିବାକୁ ଚେଷ୍ଟା କରିଥିଲେ ।