ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Sanju Viswanath Samson | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Wicket-keeper | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap 55) | 19 July 2015 v Zimbabwe | |||||||||||||||||||||||||||||||||||||||||||||||||||||||||||||||||
ଟି୨୦ ଜାମା ନମ୍ବର | 7 | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2011-present | Kerala | |||||||||||||||||||||||||||||||||||||||||||||||||||||||||||||||||
2012 | Kolkata Knight Riders | |||||||||||||||||||||||||||||||||||||||||||||||||||||||||||||||||
2013-2015 | Rajasthan Royals | |||||||||||||||||||||||||||||||||||||||||||||||||||||||||||||||||
2016-present | Delhi Daredevils | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: [୧], 26 February 2015 |
ସଞ୍ଜୁ ବିଶ୍ୱନାଥ ସାମସନ (ଜନ୍ମ : ୧୧ ନଭେମ୍ବର ୧୯୯୪), ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ କେରଳ ରାଜ୍ୟ ପାଇଁ ରଣଜୀ ଟ୍ରଫି ଖେଳନ୍ତି ଓ ଏହାର ସର୍ବକନିଷ୍ଠ ଅଧିନାୟକ ହେବାର ଗୌରବର ଅଧିକାରୀ । ସେ ଜଣେ ୱିକେଟ କିପର ବ୍ୟାଟସ ମେନ ଭାବରେ ଖେଳନ୍ତି । ସେ ଆଇପିଏଲରେ ଦିଲ୍ଲୀ ଦଳ ପାଇଁ ଖେଳିବା ସହ ଭାରତୀୟ ଜାତୀୟ ଦଳ ପାଇଁ ଟି୨୦ ଅନ୍ତର୍ଜାତିୟ ମ୍ୟାଚ ଖେଳିଛନ୍ତି । ସେ ଆଇପିଏଲରେ ସର୍ବକନିଷ୍ଠ ଖେଳାଳି ଭାବରେ ୧୦୦୦ ରନ କରିବା ସହ ରଣଜୀ ଟ୍ରଫିରେ ୨ ଥର ଦ୍ୱିଶତକ ହାସଲ କରିଛନ୍ତି ।[୧] ସେ କେରଳର ତ୍ରିଭାନ୍ଦ୍ରମଠାରେ ଜନ୍ମଗ୍ରହଣ କରି କେରଳରାଜ୍ୟ ପାଇଁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ମାତ୍ର ୧୮ ବର୍ଷ ବୟସରେ ସେ ଆଇପିଏଲ ଖେଳି ସେ ସର୍ବକନିଷ୍ଠ ଖେଳାଳି ଭାବରେ ଆଇପିଏଲ ଓ ଚମ୍ପିୟାନସିପ୍ ଟ୍ରଫିରେ ଅର୍ଦ୍ଧଶତକ ହାସଲ କରିଥିଲେ । [୨][୩]୨୦୧୩ ମସିହାରେ ସେ ଶ୍ରେଷ୍ଠ ତରୁଣ ଖେଳାଳି ଭାବେ ଆଇପିଏଲରେ ପୁରସ୍କୃତ ହେଇଥିଲେ । ସେ ୧୯ ବର୍ଷରୁ କମ ଭାରତୀୟ ଦଳର ଉପଅଧିନାୟକ ଭାବରେ ଅଷ୍ଟ୍ରେଲିଆଠାରେ ଖେଳିଥିଲେ । [୪][୫] ୨୦୧୪ ମସିହାରେ ସେ ଭାରତୀୟ ଦଳ ସହ ଇଂଲଣ୍ଡ ଗସ୍ତରେ ଯାଇଥିଲେ । [୬]
କେରଳର ତ୍ରିଭାନ୍ଦ୍ରମଠାରେ ଲୀଳୋ ଓ ବିଶ୍ୱନାଥ ସମସନଙ୍କ ପୁତ୍ର ହିସାବରେ ଜନ୍ମିତ ସଞ୍ଜୁଙ୍କ ପିତା ଦିଲ୍ଲୀରେ କର୍ମ କରୁଥିବାରୁ ବାଲ୍ୟାବସ୍ଥା ଦିଲ୍ଲୀରେ କଟାଇଥିଲେ । ପିତାଙ୍କଠାରୁ ପ୍ରେରଣା ପାଇ ସେ ବାଲ୍ୟ ଅବସ୍ଥାରୁ କ୍ରିକେଟ ପ୍ରତି ଆଗ୍ରହୀ ଥିଲେ । ପରେ ସେ ଥିରୁଅନନ୍ତପୁରମ[୭] ଆସି ସେଠାରେ ତାଙ୍କ ପାଠ ପଢ଼ା ସହ କ୍ରିକେଟ ଖେଳ ଜାରି ରଖିଥିଲେ ।
୨୦୧୪ ଅଗଷ୍ଟରେ ସେ ଜାତୀୟ ଦଳ ପାଇଁ ବଛା ହେଇ ଇଂଲଣ୍ଡ ଗସ୍ତରେ ଯାଇଥିଲେ । ମାତ୍ର ଧୋନୀଙ୍କ ଉପସ୍ଥିତି ଯୋଗୁ କୌଣସି ମ୍ୟାଚ ଖେଳିବାର ସୁଯୋଗ ପାଇ ନଥିଲେ । ପରେ ସେ ଜିମ୍ବାୱେ ଦଳ ବିପକ୍ଷରେ ତାଙ୍କର ଅନ୍ତର୍ଜାତିୟ ମ୍ୟାଚ ଖେଳି ଥିଲେ । .[୮]