ସତନାମ ସିଂ ଭମରା ଭାରତର ମୁଖ୍ୟ ବାସ୍କେଟବଲ ଖେଳାଳି ଅଟନ୍ତି ଯିଏ, ଆମେରିକାର "ରାଷ୍ଟ୍ରୀୟ ବାସ୍କେଟବଲ ଆସୋସିଏସନ" (NBA)ରେ ୨୫ ଜୁନ ୨୦୧୫ ମସିହାରେ ଚୟନ ହୋଇଥିଲେ । ସେଠାରେ ଏହି ପ୍ରତିଷ୍ଠା ଟିମରେ ବଛା ଯାଇଥିବା ପ୍ରଥମ ଖିଲାଡ଼ୀ "ସିଂ ଭମରା" ଅଟନ୍ତି । ତାଙ୍କର ଜନ୍ମ ୧୦ ଡିସେମ୍ବର ୧୯୯୫ ମସିହାରେ ଭାରତ, ପଞ୍ଜାବ ରାଜ୍ୟର ଜିଲ୍ଲା ବରନାଲାର ବଲ୍ଲୋ ଗ୍ରାମରେ ହୋଇଥିଲା । ଶ୍ରୀ ଭମରାଙ୍କ ଉଚ୍ଚତା ୭ ଫୁଟ ୨ ଇଞ୍ଚ ଏବଂ ଓଜନ ୧୩୨ k.g ଅଟେ ।[୧] ସିଂ ୨୦୧୦ ମସିହାରେ ଆମେରିକା ଚାଲିଗଲେ । ୨୦୧୪-୧୫ ମସିହାରେ ଆଇ.ଏମ.ଜି ଏକାଡେମୀ ତରଫରୁ (IMG Academy) ଖେଳି ୨୦ ମିନିଟରେ ପ୍ରତି ଗେମ ଔସତ ୯.୨ ପଏଣ୍ଟ, ୮.୪ ରିବୋଣ୍ଡ, ୨.୨ ବ୍ଲୋକ୍ ବନେଇଥିଲେ । [୨]
ସତନାମ ସିଂ ଭମରାଙ୍କ ଜନ୍ମ ଭାରତୀୟ ପଞ୍ଜାବର ବଲ୍ଲୋ ଗ୍ରାମର ଏକ ସିଖ୍ ପରିବାରରେ ହୋଇଥିଲା । ତାଙ୍କ ପିତା "ଶ୍ରୀ ବାଲବୀର ସିଂ" ଗ୍ରାମ ଭିତରେ ଜଣେ ବହୁ ଡେଙ୍ଗା ଲୋକ ଥିଲେ । ତାଙ୍କର ଏହି ଡେଙ୍ଗା ପଣ ସଭିଙ୍କୁ ବାସ୍କେଟବଲ ଖେଳିବା ଲାଗି ଅନୁପ୍ରେରିତ କରୁଥିଲା । "ବାଲବୀର" ନିଜ ଗ୍ରାମର ମୁଖିଆ ଥିଲେ । ସେ ବିବାହିତ ଥିଲେ ଏବଂ ତାଙ୍କର ୩ଟି ସନ୍ତାନ ଥିଲେ । ଦ୍ୱିତୀୟ ସନ୍ତାନ ହେଉଛନ୍ତି "ସତନାମ ସିଂ" । "ବାଲବୀର" ୨ ଏକଡ଼ ଜମିରେ ଏବଂ ଅଟା ଚକିରେ କାମ କରୁଥିବା ଜଣେ ଶ୍ରମିକ ଅଟନ୍ତି । ଭମରାଙ୍କ ଶରୀର ଅତିଶୀଘ୍ର ବଢୁଥିବା ଲମ୍ବାକୁ ସମସ୍ତ ଗ୍ରାମର ଲୋକମାନେ ପରଖି ନେଇଥିଲେ । ୯ ବର୍ଷ ବୟସରେ ହିଁ ସେ (୬ ଫୁଟ ୨ ଇଞ୍ଚ) ଲମ୍ବା ହୋଇ ଯାଇଥିଲେ । ଏହାକୁ ଦେଖି ପରିବାର ଲୋକମାନେ ତାଙ୍କୁ "ଲୁଧିଆନା"ର ଲୁଧିଆନା ବାସ୍କେଟବଲ ଏକାଡେମୀରେ ପ୍ରବେଶ କରାଇଥିଲେ ।
ଏପ୍ରିଲ ୨୦୧୫ ମସିହାରେ ଭମରା NCCA ପାଇଁ କୌଣସି ଏକାଡେମୀ ସ୍କଲାରସିପ ଗ୍ରହଣ ନକରି, ୨୦୧୫ ଏନବିଏ ଡ୍ରାଫ୍ଟ (NBA Draft),[୩] ପାଇଁ ବଛା ଯାଇଥିଲେ ଯେତେବେଳେ ତାଙ୍କୁ ଖେଳିବା ପାଇଁ ଅନ୍ୟ କୌଣସି ସ୍କଲାରସିପ ପ୍ରାପ୍ତ ନଥିଲା । [୪] [୫] ଏହାପରେ ସେ ଏହିପରି ଏକ ପ୍ରତିଷ୍ଠା ଖେଳ ସଂସ୍ଥାନରେ ଚୟନ ପ୍ରାପ୍ତ କରୁଥିବା ପ୍ରଥମ ଭାରତୀୟ ଖେଳାଳୀ ବନିଗଲେ । [୬] [୭] ଯିଏ ବୀଣା କୌଣସି କଲେଜ କିମ୍ବା ବିଦେଶ ଖେଳାଳୀର ପରିଚୟ ଏହି ଚୟନ ସଫଳତା ଗ୍ରହଣ କରି ପାରିଥିଲେ ।
ସେ ଭାରତୀୟ ରାଷ୍ଟ୍ରୀୟ ବାସ୍କେଟବଲ ଟିମର (୨୦୧୧ ଫିଫା ଚାମ୍ପିୟାନସିପ) ਅਤੇ (୨୦୧୩ ଫିଫା ଏସିଆନ ଚାମ୍ପିୟାନସିପ)ରେ ଭାରତର ପ୍ରତିନିଧିତ୍ୱ କରିଥିଲେ ।[୮]
{{cite web}}
: Unknown parameter |coauthor=
ignored (|author=
suggested) (help)