ସନ୍ ଅଫ୍ ସତ୍ୟମୂର୍ତ୍ତି | |
---|---|
ନିର୍ଦ୍ଦେଶକ | ତ୍ରିବିକ୍ରମ ଶ୍ରୀନିବାସ |
ପ୍ରଯୋଜକ | ଏସ୍. ରାଧା କ୍ରିଷ୍ଣା |
ସଂଳାପ | ତ୍ରିବିକ୍ରମ ଶ୍ରୀନିବାସ |
କଳାକାର | ଅଲ୍ଲୁ ଅର୍ଜୁନ ଉପେନ୍ଦ୍ର ପ୍ରକାଶ ରାଜ ବ୍ରହ୍ମାନନ୍ଦମ ରାଜେନ୍ଦ୍ର ପ୍ରସାଦ ସାମନ୍ତା ଅକ୍କିନେନୀ ସ୍ନେହା ଅଦା ଶର୍ମା ନିତ୍ୟା ମେନନ |
ବର୍ଣ୍ଣନା | ଅଲ୍ଲୁ ଅର୍ଜୁନ |
ସଙ୍ଗୀତ | ଦେବୀ ଶ୍ରୀ ପ୍ରସାଦ[୧] |
ଚିତ୍ରଗ୍ରହଣ | ପ୍ରସାଦ ମୁରେଲ୍ଲା |
ସମ୍ପାଦକ | ପ୍ରବୀଣ ପୁଡ଼ି |
Production company | ହାରିକା ଆଣ୍ଡ୍ ହୁସେନ୍ କ୍ରିଏସନ୍ |
ବିତରକ | କ୍ଲାସିକ୍ ଏଣ୍ଟରଟେନମେଣ୍ଟସ୍ (ବେଦଶୀ)[୨] ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ (ନିଜାମ୍)[୩] |
ମୁକ୍ତିଲାଭ ତାରିଖ | ୯ ଅପ୍ରେଲ ୨୦୧୫[୪] |
ଦେଶ | ଭାରତ |
ଭାଷା | ତେଲୁଗୁ |
ଖର୍ଚ୍ଚ | ୪୦-୫୦ କୋଟି[୫][୬] |
ମୋଟ ଆୟ | ୯୫ କୋଟି[୭] |
ସନ୍ ଅପ୍ ସତ୍ୟମୂର୍ତ୍ତି (S/O Satyamurthy ଭାବରେ ମଧ୍ୟ ଜଣା) ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ତେଲୁଗୁ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏସ୍. ରାଧାକ୍ରିଷ୍ଣା, ଯାହାକି ହାରିକ ଆଣ୍ଡ୍ ହାସିନ୍ କ୍ରିଏସନ୍ ବ୍ୟାନରରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତ୍ରିବିକ୍ରମ ଶ୍ରୀନିବାସ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଲ୍ଲୁ ଅର୍ଜୁନ, ସମନ୍ତା ଅକ୍କିନେନୀ ଏବଂ ନିତ୍ୟା ମେନନ । କନ୍ନଡ଼ ଅଭିନେତା ଉପେନ୍ଦ୍ର ଏହି କଥାଚିତ୍ରଟିର ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଅନ୍ୟାନ୍ୟ ପ୍ରମୁଖ କଳାକାରମାନାନଙ୍କ ମଧ୍ୟରେ ଥିଲେ ସ୍ନେହା, ଅଦା ଶର୍ମା, ରାଜେନ୍ଦ୍ର ପ୍ରସାଦ, ବ୍ରହ୍ମାନନ୍ଦମ ଏବଂ ଅଲ୍ଲୀ । ଜଣାଶୁଣା ଅଭିନେତା ପ୍ରକାଶ ରାଜ ଏହି କଥାଚିତ୍ରରେ ଜଣେ ଅତିଥି କଳାକାର ଭାବରେ କାର୍ଯ୍ୟ କରିଥିଲେ, ଯିଏକି ସତ୍ୟମୂର୍ତ୍ତିଙ୍କ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରରେ ମୁଖ୍ୟତଃ ତିନିଗୋଟି ଚରିତ୍ର ଉପରେ ଚିତ୍ରଣ କରାଯାଇଛି, ପ୍ରଥମ ଚରିତ୍ରଟି ତା'ର ହୃଦୟକୁ ଅନୁସରଣ କରେ, ଦ୍ୱିତୀୟ ଜଣଙ୍କ ତା'ର ମସ୍ତିଷ୍କର ବୁଦ୍ଧି ଏବଂ ତୃତୀୟ ଜଣଙ୍କ ତା'ର ବାହୁବଳକୁ ବ୍ୟବହାର କରିଥାଏ । ପ୍ରଥମ ଜଣଙ୍କ ହେଉଛି ସତ୍ୟମୂର୍ତ୍ତି ନାମକ ଜଣେ କୋଟିପତିର ପୁଅ ଆନନ୍ଦ, ଯିଏକି ତା'ର ବାପାଙ୍କର ମୃତ୍ୟୁ ପରେ ସବୁ ସମ୍ପତ୍ତି ଋଣଦାତାଙ୍କୁ ପ୍ରଦାନ କରିଦିଏ । ଦ୍ୱିତୀୟ ଜଣଙ୍କ ହେଉଛି ସାମ୍ବାଶିବା ରାଓ, ଯିଏକି ଜଣେ ଧନୀ ବ୍ୟକ୍ତି ଏବଂ ତା ଝିଅ ସମୀରା ଆନନ୍ଦର ପ୍ରେମରେ ପଡ଼ିଯାଏ । ତୃତୀୟ ଚରିତ୍ରଟି ହେଉଛି ଦେବରାଜ ନାଇଡ଼ୁ, ଯିଏକି ଗୋଟିଏ ଅଞ୍ଚଳରେ ଏକ ବଡ଼ ଗୁଣ୍ଡା ଭାବରେ ପରିଚିତ । ସତ୍ୟମୂର୍ତ୍ତି ସାମ୍ବାଶିବ ରାଓଙ୍କୁ ବିକିଥିବା ଏକ ସମ୍ପତ୍ତି ଉପରେ ଦେବରାଜର ଅକ୍ତିଆର ଥାଏ, ତେଣୁ ସାମ୍ବାଶିବ ରାଓ ଏହି ସମ୍ପତ୍ତିର ପ୍ରକୃତ କାଗଜପତ୍ର ଯୋଗାଡ଼ କରିବାକୁ ଆନନ୍ଦକୁ ଦେବରାଜ ପାଖକୁ ପଠାଏ । ଏହି କଥାଚିତ୍ରଟିର କାହାଣୀ ଆନନ୍ଦ ଭୋଗୁଥିବା ଅସୁବିଧା ଏବଂ ତାକୁ କେମିତି ସାମ୍ନା କରି ଲୋକମାନଙ୍କୁ ନିଜ କଥାରେ ଏକଯୁଟ କରାଇପାରୁଛି, ସେ ଉପରେ ନିର୍ମାଣ କରାଯାଇଛି ।
୨୦୧୪ ମସିହାର ନଭେମ୍ବର ମାସରେ ଏହି କଥାଚିତ୍ରଟିର ୫ ଫେବୃଆରୀ ୨୦୧୫ରେ ମୁକ୍ତିଲାଭ କରିବା ପାଇଁ ଘୋଷଣା କରାଯାଇଥିଲା,[୮] ମାତ୍ର ପରବର୍ତ୍ତୀ ସମୟରେ ଏହାର ମୁକ୍ତିଲାଭ ତାରିଖ ୨ ଅପ୍ରେଲ ୨୦୧୫କୁ ଘୁଞ୍ଚାଇ ଦିଆଯାଇଥିଲା ।[୯][୧୦] ୩୦ ମାର୍ଚ୍ଚ ୨୦୧୫ରେ ଏହି କଥାଚିତ୍ରଟି ସେନ୍ସର୍ ବୋର୍ଡ଼ର ଅନୁମୋଦନ ପାଇବା ପରେ ପୁଣିଥରେ ମୁକ୍ତିଲାଭ ତାରିଖ ୯ ଅପ୍ରେଲ ୨୦୧୫କୁ ଘୁଞ୍ଚାଯାଇଥିଲା, ଯେଉଁଦିନ ଶେଷରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା ।[୧୧] ଏହି କଥାଚିତ୍ରଟିର ଇଂରାଜୀ ସବ୍ଟାଇଟଲ୍ ସହିତ ତାମିଲନାଡ଼ୁରେ ମୁକ୍ତିଲାଭ କରିଥିବା କିଛି ବିରଳ ତେଲୁଗୁ କଥାଚିତ୍ର ମଧ୍ୟରୁ ଅନ୍ୟତମ ।[୧୨]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବୀ ଶ୍ରୀ ପ୍ରସାଦ । ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁ ଦିକ୍ଷୀତ ଏହି କଥାଚିତ୍ରରେ ଗୀତ ଗାଇଥିଲେ, ଯାହା ଥିଲା ତାଙ୍କର ପ୍ରଥମ ତେଲୁଗୁ ଗୀତ ।[୧୩][୧୪] ଏହି କଥାଚିତ୍ରଟିର ଗୀତ ୧୪ ମାର୍ଚ୍ଚ ୨୦୧୫ରେ ମୁକ୍ତିଲାଭ କରିଥିଲା ।[୧୫] ଗୀତ ରିଲିଜ୍ ବେଳେ ତେଲୁଗୁ କଥାଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ର ପବନ କଲ୍ୟାଣ ଓ ମହେଶ ବାବୁ ଅତିଥି ଭାବରେ ଉପସ୍ଥିତ ଥିଲେ ।[୧୬]