ସନ୍ତୋଷୀ ମାତା

ସନ୍ତୋଷୀ ମାତା
ସନ୍ତୋଷର ଦେବୀ
Devanagariसंतोषी माता
Affiliationଦେବୀ
ଲୋକଗଣେଶଲୋକ
Mantraଓଁ ଶ୍ରୀ ସନ୍ତୋଷୀ ମହାମାୟେ ଗଜନନ୍ଦମ ଦାୟିନୀ ଶୁକ୍ରବାର ପ୍ରିୟେ ଦେବୀ ନାରାୟଣୀ ନମୋସ୍ତୁତେ ।
Weaponଖଣ୍ଡା, ସ୍ୱର୍ଣ୍ଣ ପାତ୍ରଭରା ଅନ୍ନ, ତ୍ରିଶୂଳ
Mountବାଘ ବା ଗାଈ ବା ପଦ୍ମ (lotus)

ସନ୍ତୋଷୀ ମାତା (ଇଂରାଜୀ ଭାଷାରେ Santoshi Mata, (ହିନ୍ଦୀ : संतोषी माता) or Santoshi Maa (संतोषी माँ)) ହିନ୍ଦୁ ଲୋକ କଥାର ଜଣେ ଦେବୀ । ତାଙ୍କ ନାମ ଅନୁସାରେ ସେ ସନ୍ତୋଷର[] ଦେବୀ ଅଟନ୍ତି । ଉତ୍ତର ଭାରତର ମହିଳାମାନେ ସାଧାରଣତଃ ତାଙ୍କର ପୂଜା କରନ୍ତି । ଲଗାତାର ଷୋଳ ଶୁକ୍ରବାର ପର୍ଯ୍ୟନ୍ତ ସନ୍ତୋଷୀ ମାତା ବ୍ରତ ରଖିଲେ ତାଙ୍କର କୃପା ଲାଭ ହୁଏ ।

ଜଣାଯାଏ ଯେ, ୧୯୬୦ ଦଶକରେ ପ୍ରଥମେ ସନ୍ତୋଷୀ ମାତାଙ୍କୁ ଦେବୀ ଭାବରେ ପୂଜା କରିବାକୁ ପ୍ରଭାବିତ କରାଯାଇଥିଲା । ବ୍ରତ ପାମ୍ଫ୍ଲେଟ, ସାହିତ୍ୟ, ପୋଷ୍ଟର କଳା, ତୁଣ୍ଡ ବାଇଦ ଭଳି ମାଧ୍ୟମରେ ତାଙ୍କ ବିଷୟ ଓ ତାଙ୍କ ପ୍ରର୍ଥନା ପଦ୍ଧତି ବ୍ୟାପିବାକୁ ଲାଗିଲା । ଉତ୍ତର ଭାରତୀୟ ମହିଳାଙ୍କ ମଧ୍ୟରେ ତାଙ୍କ ବ୍ରତ ପାଳନ ଜନପ୍ରିୟ ହେବାକୁ ଲାଗିଲା । ତେବେ ୧୯୭୫ ମସିହାରେ ନିର୍ମିତ ଜୟ ସନ୍ତୋଷୀ ମାଆ ଚଳଚ୍ଚିତ୍ରରେ ପ୍ରଦର୍ଶିତ ମାଆଙ୍କର ଓ ତାଙ୍କର ଉତ୍ସାହୀ ଭକ୍ତ ସତ୍ୟବତୀଙ୍କର କାହାଣୀ ଦେଖିବା ପରେ ସେ ପର୍ଯ୍ୟନ୍ତ ଅନେକ ସ୍ଥାନମାନଙ୍କରେ ସେହି ଅଜଣା ଅଶୁଣା ଦେବୀଙ୍କର ଭକ୍ତି ଅବିଳମ୍ଭେ ପ୍ରସାରିତ ହେବାକୁ ଲାଗିଲା । ଚଳଚ୍ଚିତ୍ରରୁ ତାଙ୍କ ଲୋକପ୍ରିୟତା ଦେଖି ହିନ୍ଦୁ ମନ୍ଦିରମାନଙ୍କରେ ତାଙ୍କ ପୂଜାର୍ଚ୍ଚନା ହେବାକୁ ଲାଗିଲା । ସେତେବେଳେ ତାଙ୍କୁ ଶ୍ରୀ ଗଣେଶଙ୍କର କନ୍ୟା ଭାବରେ ଚିତ୍ରଣ କରାଯାଇଥିଲେ ମଧ୍ୟ ଓ ରକ୍ଷା ବନ୍ଧନ ସ‌ହିତ ସମ୍ପୃକ୍ତି ଥିବା କୁହାଯାଉଥିଲେ ମଧ୍ୟ ସେହି ବିଷୟରେ ହିନ୍ଦୁ ସଂସ୍କୃତିରେ କିଛି ଲିପିବଦ୍ଧ ହୋଇନାହିଁ ।

ଐତିହାସିକ ବିକାଶ

[ସମ୍ପାଦନା]

ଅତ୍ୟଧିକ ଜନପ୍ରିୟତା ତାଙ୍କୁ ଏକ ଅନାମଧେୟ ଦେବୀରୁ ସାରା ଭାରତର ମନ୍ଦିରମାନଙ୍କରେ ପୂଜା ହେଉଥିବାର ଦେଖାଗଲା ।[][] ସେହି ଚଳଚ୍ଚିତ୍ର ପ୍ରଦର୍ଶନ ସଙ୍ଗେ ସଙ୍ଗେ ଦର୍ଶକମାନଙ୍କର ପୂଜାର୍ଚ୍ଚନା ଚାଲୁରହିଲା । ମନ୍ଦିରକୁ ଖାଲି ପାଦରେ ଗଲାଭଳି କେତେକ ଲୋକ ଥିଏଟରକୁ ଖାଲି ପାଦରେ ଯିବାକୁ ଲାଗିଲେ ଓ ସମୁଦାୟ ଉତ୍ତର ଭାରତରେ ତାଙ୍କ ମନ୍ଦିରମାଣା ଛତୁ ଫୁଟିଲା ଭଳି ବିରାଜମାନ କରିବାକୁ ଲାଗିଲା ।[] ଏହି ଚଳଚ୍ଚିତ୍ର ଯୋଗୁ ମହିଳାମାନେ ବର୍ଷ ବର୍ଷ ପରେ ମଧ୍ୟ ଶୁକ୍ରବାର ବ୍ରତ ପାଳନ କରିବାକୁ ଲାଗଲେ । ସ୍ୱଳ୍ପ ବଜେଟରେ ନିର୍ମିତ ସେହି ସନ୍ତୋଷୀ ମାଆ ଚଳଚ୍ଚିତ୍ରରେ ଦର୍ଶିତ ଦେବୀଙ୍କୁ ଦେଖିବା ପରେ ତାଙ୍କ ବିଷୟରେ ଲୋକମାନେ ରୁଚି ରଖିବାକୁ ଲାଗିଲେ ।[]

ଐତିହାସିକ ମାଇକେଲ ବ୍ରାଣ୍ଡ ମତାନୁସାରେ ୧୯୬୦ ଦଶକର ପ୍ରାରମ୍ଭରେ ଉତ୍ତର ଭାରତର ବିଭିନ୍ନ ଦୂରଦୂରାନ୍ତରରେ ଅବସ୍ଥିତ ମନ୍ଦିରମାନଙ୍କରେ ସନ୍ତୋଷୀ ମାଆଙ୍କର ମନ୍ଦିର ସ୍ଥାପିତ ହୋଇଥିଲା । ପୋଷ୍ଟର କଳା ମାଧ୍ୟମରେ ତାଙ୍କର ଖ୍ୟାତି ପରିବ୍ୟାପ୍ତ ହେବାକୁ ଲାଗିଲା । ତୁଣ୍ଡ ବାଇଦ, ପାମ୍ଫ୍ଲେଟ ସାହିତ୍ୟ ଓ ପୋଷ୍ଟର କଳା ସାହାଯ୍ୟରେ ମଧ୍ୟ ମାଆଙ୍କ ସଂସ୍କୃତି ବିସ୍ତାର ଲାଭ କରିବାକୁ ଲାଗିଲା । [] ଜୟ ସନ୍ତୋଷୀ ମାଆ ଚଳଚ୍ଚିତ୍ରର ନିର୍ଦ୍ଦଶକ ବିଜୟ ଶର୍ମାଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ମାଆଙ୍କର ବାର୍ତ୍ତା ପ୍ରଚାର କରିବାକୁ ଉତ୍ସାହିତ କରିଥିଲେ । [][]

ହଲେ ଲେଖିଛନ୍ତି: 'ଚଳଚ୍ଚିତ୍ର ମାଆଙ୍କୁ ଜୀବନ୍ତ କରିଦେଲା ଓ ସାରା ଭାରତର ଘରେ ଘରେ ତାଙ୍କର ସନ୍ତୋଷୀ ମାଆଙ୍କର ପ୍ରତିମୂର୍ତ୍ତି ବା ଫଟୋ ପୂଜା ପାଇବାକୁ ଲାଗିଲେ । ସନ୍ତୋଷୀ ମାଆ ଏତେ ଅଧିକ ଲୋକଙ୍କୁ ଏତେ କମ୍ ଦିନରେ ସନ୍ତୋଷ ଦେଇଥିବା ବିଶ୍ୱାସ ଯୋଗ୍ୟ ମନାହେଉନି । ମାଆଙ୍କ ଚିତ୍ରରେ ପୂର୍ବରୁ ଥିବା ଅନେକ ଦେବୀମାନଙ୍କର ଚିତ୍ରର ପ୍ରତିଛବି ଦେଖିବାକୁ ଲୋକମାନଙ୍କୁ ମିଳେ ।"[] ପଦ୍ମ ଉପରେ ବସିଥିବାରୁ ଲକ୍ଷ୍ମୀଙ୍କ ସାଥିରେ ସାମଞ୍ଜସ୍ୟ ମିଳେ । ସେ ଧରିଥିବା ଖଣ୍ଡା ଓ ତ୍ରିଶୂଳ ମା ଦୁର୍ଗାଙ୍କର ପାରମ୍ପରିକ ଅସ୍ତ୍ର ସ‌ହିତ ସାମଞ୍ଜସ୍ୟ ଥାଏ । [] ସମାଜସେବୀ ବୀଣା ଦାସଙ୍କ ମତରେ ହିନ୍ଦୁ କିମ୍ବଦନ୍ତୀରେ ଥିବା ସତୀ ଅନସୂୟାଙ୍କ ଉପାଖ୍ୟାନ ସ‌ହିତ ସନ୍ତୋଷୀ ମାଙ୍କର କାହାଣୀର ଅନେକ ସାମଞ୍ଜସ୍ୟ ଅଛି ଯେଉଁଥିରେ ଅନସୂୟା ତିନି ବଡ଼ ଦେବୀଙ୍କର ଗର୍ବ ଖର୍ବ କରିଥିଲେ । []

  1. Lutgendorf, Philip (July–August 2002). "A 'Made to Satisfaction Goddess': Jai Santoshi Maa Revisited (Part Two)" (PDF). Manushi (131): 24–37.
  2. Hawley p. 3
  3. ୩.୦ ୩.୧ ୩.୨ ୩.୩ ୩.୪ Lutgendorf, Philip (July–August 2002). "A Superhit Goddess: Jai Santoshi Maa and Caste Hierarchy in Indian Films (Part I)" (PDF). Manushi (131): 10–6.
  4. ୪.୦ ୪.୧ ୪.୨ Hawley p. 4
  5. Das, Veena (Nov–Dec 1988). "Shakti Versus Sati —A Reading of The Santoshi Ma Cult" (PDF). Manushi (49): 26–30. Archived from the original (PDF) on 2016-03-04. Retrieved 2020-03-24.